Home > ରାଷ୍ଟ୍ରୀୟ
ଅଦମ୍ୟ ଇଚ୍ଛାଶକ୍ତି ଥିଲେ ଅସମ୍ଭବ ଶବ୍ଦ ହାରମାନେ, ଋତୁ ହେଉଛନ୍ତି ଏହାର ଉଦାହରଣ
Khabar Odisha:national-odisha-ias-officer-wife-ritu-jaiswal-changed-the-picture-of-her-village
ଭୁବନେଶ୍ୱର, ଜୁଲାଇ ୨୧ (ଖବର ଓଡିଶା) :

 ଦୁନିଆରେ ସ୍ୱାର୍ଥପର ମଣିଷ ବହୁତ ମିଳିଯିବେ । କିନ୍ତୁ ଅନ୍ୟ ପାଇଁ, ସମାଜ ପାଇଁ ନିଃସ୍ୱାର୍ଥପର ଭାବେ କାମ କରୁଥିବା ମିଣଷଙ୍କ ସଂଖ୍ୟା ଖୁବ୍ କମ୍ ବିଶେଷ କରି ଆଜିର ସମାଜରେ । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ବଳବୁଦ୍ଧିରେ ଏକ ଗାଁର ରୂପରେଖ ପରିବର୍ତ୍ତନ କରିବାରେ ସଫଳ ହୋଇ ପାରିଛନ୍ତି । ସେ ହେଉଛନ୍ତି ଋତୁ ଜାୟସବାଲ, ଜଣେ ଆଇଏଏସ୍ ଅଫିସର ଅରୁଣ କୁମାରଙ୍କ ପତ୍ନୀ । ସେ ଏବେ ବିହାରର ସୀତାମଢି ଜିଲ୍ଲାର ସିହଁବାହିନୀ ଗ୍ରାମର ସରପଞ୍ଚ ଭାବରେ କାର୍ଯ୍ୟରତ ଅଛନ୍ତି ସେହି ଗ୍ରାମର ଲୋକମାନଙ୍କର କୌଣସୀ ପ୍ରକାରର ଅଭାବ ଅସୁବିଧା ନାହିଁ । ତେବେ ଏହି ଗ୍ରାମର ଚିତ୍ର ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବା ଏତେ ସହଜ ନଥିଲା । କିନ୍ତୁ କୁହନ୍ତି ଜଦି କଠୋର ଅଧ୍ୟବସାୟ ଏବଂ ଦୃଢ ଇଚ୍ଛାଶକ୍ତି ଥିବ ତେବେ କିଛି ଅସମ୍ଭବ ନୁହେଁ । ସଫଳତାର ଚାବିକାଠି ନିଶ୍ଚୟ ତୁମ ହାତରେ ରହିବ । ସେହିଭଳି ଋତୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା । 

ଋତୁ ଯେଉଁ ସମୟରେ ବିବାହ କରି ନିଜ ଶାସୁଘରେ ପହଁଚିଥିଲେ ସେହି ସମୟରେ ଶାସୁଘର ଗାଁକୁ ଏତେ ପଛରେ ଥିବା ଦେଖି ଚିନ୍ତିତ ହୋଇଥିଲେ । ନା ଗ୍ରାମରେ ବିଜୁଳି ଥିଲା ନା ସଡକ । ଯାହା ଫଳରେ ଋତୁ ଗ୍ରାମର ବିକାଶ ପାଇଁ ଚିନ୍ତା କରିଥିଲେ ଏବଂ ସରପଞ୍ଚ ହେବାକୁ ନିଷ୍ପତ୍ତି ନେଇଥିଲେ । 

ସହଜ ନଥିଲା ରାସ୍ତା

ଋତୁ ବିହାରର ସୀତାମଢି ଜିଲ୍ଲାର ସିହଁବାହିନୀ ଗ୍ରାମର ସରପଞ୍ଚ । ସେ ଯେଉଁ ସମୟରେ ଗ୍ରାମରେ ସଡକ ନିର୍ମାଣ କରିବାକୁ ଚାହିଁଲେ ସେହି ସମୟରେ ଲୋକମାନେ ନିଜ ଜମି ଛାଡିବାକୁ ପ୍ରସ୍ତୁତ ନଥିଲେ । କିନ୍ତୁ କୌଣସୀ ମତେ ଋତୁ ସେମାନଙ୍କୁ ବୁଝାସୁଝା କରି ସଡକ ନିର୍ମାଣ କରିଥିଲେ । 

ଋତୁ ଗ୍ରାମର ବିକାଶ ଝିଅମାନଙ୍କ ପାଠପଢାରୁ ଆରମ୍ଭ କରିଥିଲେ । ୨୦୧୫ରେ ନରକଟିଆ ଗ୍ରାମର ୧୨ଜଣ ଝିଅ ପ୍ରଥମ ଥର ପାଇଁ ମ୍ୟାଟ୍ରିକ ପାସ୍ କରିଛନ୍ତି । ତେବେ ସେ ୨୦୧୬ରେ ସିଂହବାହିନୀ ପଞ୍ଚାୟତ ନିର୍ବାଚନରେ ମୁଖିଆ ପାଇଁ ଲଢିଥିଲେ । ତାଙ୍କ ବିପକ୍ଷରେ ୩୨ ଜଣ ଆଶାୟୀ ଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଋତୁଙ୍କୁ ବିଜୟ ମିଳିଥିଲା । ଏହା ପରେ ସେ ତାଙ୍କ ପଞ୍ଚାୟତକୁ ଖୋଲା ଶୌଚରୁ ମୁକ୍ତ କରିଥିଲେ । ଏବେ ସେଠାରେ ବିଜୁଳି ମଧ୍ୟ ପହଁଚି ଗଲାଣି । ପିଲାମାନଙ୍କୁ ଶିକ୍ଷା ମିଳି ପାରୁଛି । ମହିଳାମାନଙ୍କୁ ସିଲେଇ ଶିକ୍ଷା ଦିଆଯାଉଛି । ଏଥିପାଇଁ ଋତୁଙ୍କୁ ବିଭିନ୍ନ ମହଲରେ ସମ୍ମାନିତ କରିବା ସହ ବହୁ ପୁରସ୍କାର ଗ୍ରହଣ କରିଛନ୍ତି ।