Home > ରାଷ୍ଟ୍ରୀୟ
ଜିଓ ଭଳି ଚାର୍ଜ୍ ନେବେନାହିଁ ଆଇଡିଆ-ଭୋଡାଫୋନ, ପୂର୍ବ ଭଳି ଜାରି ରହିବ ମାଗଣା ସେବା
Khabar Odisha:national-odisha-idea-and-vodafone-not-take-extra-charges-other-network-call-as-jio
ନୂଆଦିଲ୍ଲୀ, ଅକ୍ଟୋବର ୧୦(ଖବର ଓଡିଶା):

ରିଲିଆନ୍ସ ଜିଓ ଦ୍ୱାରା ୟୁଜର୍ସଙ୍କଠାରୁ ଇନଟରକନେକ୍ଟ୍ ଚାର୍ଜ ନେବା ପାଇଁ ନିଷ୍ପତି ହେବା ପରେ ଆଇଡିଆ ଓ ଭୋଡାଫୋନ ଅନ୍ୟ ନେଟୱର୍କକୁ କଲ୍ କଲେ ୟୁଜର କୌଣସୀ ଟଙ୍କା ଗଣିବେ ନାହିଁ କହିଛନ୍ତି । ଭୋଡାଫୋନ-ଆଇଡିଆ ୟୁଜର କଲ କରିବା ସମୟରେ କେଉଁ ନେଟୱର୍କକୁ କଲ୍ କରୁଛନ୍ତି ତାହା ଦେଖିବା ଆବଶ୍ୟକତା ନାହିଁ ବୋଲି ଏହି କମ୍ପାନୀ କହିଛି । ଏଠାରେ କହିରଖୁଛୁ ଯେ ଗତକାଲି ଜିଓ ଅନ୍ୟ ନେଟୱର୍କକୁ କଲ କଲେ ମିନିଟ ପିଛା ୬ ପଇସା କଟିବ ବୋଲି କହିଥିଲା ।

ଏକ ଜାତୀୟ ଗଣମାଧ୍ୟମକୁ ଆଇଡିଆ-ଭୋଡାଫୋନ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଇୟୁସିରେ ନିଆଯାଇଥିବା ପଦକ୍ଷେପ ତରବର ଭାବେ ନିଆଯାଇଛି । ଏହା ଅପରେଟରଙ୍କ ମଧ୍ୟରେ ଥିବା ଏକ ପ୍ରସଙ୍ଗ । ଏହାର ଭାର ଗ୍ରାହକଙ୍କ ଉପରେ ପଡିବା ଅନୁଚିତ । ଆମେ ସାରା ଭାରତରେ ଗ୍ରାହକଙ୍କୁ ୨ଜି, ୩ଜି ଓ ୪ଜି ସେବା ଦେଉଛୁ । ୫୦ ପ୍ରତିଶତରୁ ଅଧିକ କଷ୍ଟମର ସେମାନଙ୍କ ଫିଚର ଫୋନରେ ୨ଜି ନେଟ୍ ବ୍ୟବହାର କରୁଛନ୍ତି । କମ୍ପାନୀ ବିନା ଲାଭରେ ଏହି ସୁବିଧା ଯୋଗାଉଛି ।

କମ୍ପାନୀ ଆହୁରି କହିଛି ଯେ, ୬୦ ପ୍ରତିଶତରୁ ଅଧିକ କଷ୍ଟମର କମ ଖର୍ଚ୍ଚ କରୁଥିବା ତାଲିକାରେ ଆସୁଛନ୍ତି । କମ୍ପାନୀ ସେମାନଙ୍କ ଉପରେ ବୋଝ ଲଦିବାକୁ ଚାହୁଁନାହିଁ । ଏବେ ଭୋଡଫୋନ-ଆଇଡିଆର ୧୧୯ ଟଙ୍କାର ପ୍ଲାନରେ ୨୮ଦିନ ଭାଲିଡିଟି ସହ ଅ>ଲିମିଟେଡ୍ ଲୋକାଲ ଓ ଏସଟିଡି କଲିଂର ସୁବିଧା ଏବଂ ୧ ଜିବି ଡାଟା ମିଳୁଛି ।

  • Tags: