Home > ରାଷ୍ଟ୍ରୀୟ
କାଶ୍ମୀର ପ୍ରସଙ୍ଗରେ ବୟାନବାଜୀ: ତୁର୍କୀ ଓ ମାଲେସିଆକୁ ବଡ଼ ଝଟକା ଦେବାକୁ ଭାରତର ପ୍ରସ୍ତୁତି
Khabar Odisha:national-odisha-india-weighs-trade-curbs-on-turkey-malaysia-over-kashmir-comments
ନୂଆଦିଲ୍ଲୀ, ଅକ୍ଟୋବର୨୨(ଖବର ଓଡ଼ିଶା):

 କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ଦେଇଥିବା ତୁର୍କୀ ଓ ମାଲେସିଆକୁ ବଡ଼ ଝଟକା ଦେବାକୁ ଭାରତ ପ୍ରସ୍ତୁତି କରୁଛି। ସୂତ୍ରରୁ ହସ୍ତଗତ ସୂଚନା ମୁତାବକ ଦୁଇ ଦେଶରୁ ସାମଗ୍ରୀ ଆମଦାନୀକୁ ସୀମିତ କରିବା ପାଇଁ ମୋଦୀ ସରକାର ଆମଦାନୀ ଶୁଳ୍କ ବୃଦ୍ଧି ବୃଦ୍ଧି କରିବା  ବିକଳ୍ପ ଉପରେ ବିଚାର କରୁଛନ୍ତି। ସରକାରଙ୍କ ଏହି ପଦକ୍ଷେପରେ ଦୁଇ ଦେଶକୁ ବହୁତ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡ଼ିବ।

ବ୍ଲୁମର୍ଗର ରିପୋର୍ଟ ଅନୁଯାୟୀ, ସରକାର ଏହି ସମ୍ବନ୍ଧରେ ଅଦ୍ୟାବଧି ଅନ୍ତିମ ନିର୍ଣ୍ଣୟ ନେଇ ନାହାନ୍ତି। ବିକଳ୍ପରେ ସାମଗ୍ରୀର ଗୁଣବତ୍ତା ତଥା ସଂପ୍ରତି ଲାଗୁ କର ବ୍ୟତୀତ ସେଫଗାର୍ଡ ଟ୍ୟାକ୍ସ ମଧ୍ୟ ସାମିଲ। ଏହି ସବୁ ଲାଗୁ ହେଲେ ତୁର୍କୀ ଓ ମାଲେସିଆକୁ ରାଜସ୍ଵରେ କ୍ଷତି ସହିବାକୁ ପଡ଼ିବ। 

୨୦୧୯ ମାର୍ଚ୍ଚ ୩୧ରେ ସମାପ୍ତ ଆର୍ଥିକ ବର୍ଷରେ ଦୁଇ ଦେଶ ସହିତ ଭାରତର ଦ୍ଵିପାକ୍ଷିକ କାରବାର ମୋଟ୍ କାରବାରର ମାତ୍ର ୨.୯ ପ୍ରତିଶତ ରହିଛି। ନୂଆଦିଲ୍ଲୀର ତୁର୍କୀ ସହିତ ବାଣିଜ୍ୟ ସରପ୍ଲସ ରହିଥିବା ବେଳେ ଖାଇବା ତେଲ ଆମଦାନୀ କାରଣରୁ ମାଲେସିଆ ସହିତ ବାଣିଜ୍ୟ ଘାଟାରେ ରହିଛି। କିନ୍ତୁ ମଙ୍ଗଳବାର ଭାରତ ମାଲେସିଆକୁ ଜୋରଦାର ଝଟକା ଦେଇଛି। ଭାରତୀୟ ସଞ୍ଚାଳନ ସଂଗଠନର ନିଜର ସଦସ୍ୟଙ୍କୁ ମାଲେସିଆରୁ ଖାଇବା ତେଲ କ୍ରୟ ତତ୍କାଳ  ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। 

ସଂପ୍ରତି ଭାରତ ନିଜର ଘରୋଇ ଉଦ୍ୟୋଗର ସୁରକ୍ଷାର ଦ୍ଵାହି ଦେଇ ମାଲେସିଆରୁ ଆମଦାନୀ ହେଉଥିବା ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିପାରେ। ମାଲେସିଆ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ମଙ୍ଗଳବାର କହିଛନ୍ତି ଯେ, ଭାରତ ଦ୍ଵାରା ଖାଇବା ତେଲ କ୍ରୟ ବନ୍ଦ କରିବା ପ୍ରସଙ୍ଗରେ ସେ ବର୍ତ୍ତମାନ ସମୟରେ ବିଶ୍ଵ ବାଣିଜ୍ୟ ସଂଗଠନରେ ଅଭିଯୋଗ କରୁନାହାନ୍ତି। 

ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀର ପ୍ରସଙ୍ଗରେ ତୁର୍କୀ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପାକିସ୍ତାନର ସମର୍ଥନ କରି ଭାରତ ବିରୋଧୀ ବୟାନ ଦେଇଥିବା କାରଣରୁ ତୁର୍କୀ ଗସ୍ତ ବାତିଲ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ତୁର୍କୀକୁ ସ୍ପଷ୍ଟ ଶବ୍ଦରେ ଜଣାଇ ଦେଇଛି ଯେ, କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର।