Home > ରାଷ୍ଟ୍ରୀୟ
ସର୍ବ ପ୍ରଥମେ ମୁଁ ଜଣେ ଭାରତୀୟ : ଇସ୍ରୋ ଅଧ୍ୟକ୍ଷ କେ ସିବନ
Khabar Odisha:national-odisha-isro-chief-k-sivan-viral-clip-says-first-of-all-i-am-an-indian
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଖବର ଓଡିଶା) :

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନର ପ୍ରମୁଖ ଡଃ କେ ସିବନ ପ୍ରାୟତଃ ରକେଟମ୍ୟାନ ରୂପରେ ବେଶ୍ ଜଣାଶୁଣା। ଭାରତର ମହତ୍ଵାକାଂକ୍ଷୀ ମୁନ ମିଶନର ସୂତ୍ରଧାର ରୂପରେ ଚାରିଆଡେ ତାଙ୍କ ନାମରେ ଚର୍ଚ୍ଚା। ତେବେ ଏହି ମଧ୍ୟରେ ସିବନଙ୍କର ଏକ ଭିଡିଓ କ୍ଳିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ସାକ୍ଷାତକାରରେ ସିବନ କହିଛନ୍ତି କି, ଜଣେ ଭାରତୀୟ ଭାବରେ ସେ ସମସ୍ତଙ୍କର ହୃଦୟ ଜିତିଛନ୍ତି। 

ମୁଁ ଜଣେ ଭାରତୀୟ ରୂପରେ ଇସ୍ରୋ ଜଏନ କରିଥିଲି

ଜାନୁୟାରୀ ୨୦୧୮ରେ ଇସ୍ରୋ ମୁଖ୍ୟ ସିବନ ଏକ ନ୍ୟୁଜ ଚ୍ୟାନେଲରେ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ସିବନ କହିଥିଲେ କି, ସର୍ବ ପ୍ରଥମେ ମୁଁ ଜଣେ ଭାରତୀୟ। ମୁଁ ଜଣେ ଭାରତୀୟ ରୂପରେ ଇସ୍ରୋରେ ଜଏନ କରିଥିଲି। ଇସ୍ରୋ ଏଭଳି ଏକ ସ୍ଥାନ ଯେଉଁଠାରେ ସବୁ ବର୍ଗ ସବୁ ଭାଷାର ଲୋକ ଏକା ସାଙ୍ଗରେ କାମ କରନ୍ତି। ଯେଉଁମାନେ ମୋର ପ୍ରଶଂସା କରନ୍ତି ସେହି ଭାଇଙ୍କୁ ପ୍ରତି ମୁଁ କୃତଜ୍ଞ। 

ତେବେ ଟ୍ଵିଟରରେ ଭାଇରାଲ ହେଉଥିବା ସିବନଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍ ଭଲ ପ୍ରତିକ୍ରିୟା ମିଳିଛି। ହାଇଦ୍ରାବଦର ବିଶ୍ଵନାଥ ଏନେଇ ଟ୍ଵିଟ୍ କରିଛନ୍ତି କି, ଯଦି ପିଭି ସିନ୍ଧୁ ଭାରତର ମାନ ବଢାଉଛନ୍ତି ତେବେ ତାଙ୍କ କ୍ଷେତ୍ରର ଲୋକମାନେ ନିଜ କ୍ଷେତ୍ରୀୟ ଅଞ୍ଚଳର ମାନ ବଢାଇବା ପାଇଁ କଣ ପାଇଁ ଚେଷ୍ଟା କରୁଛନ୍ତି। ସେହି ଭଳି ଆଉ ଜଣେ ୟୁଜର ସିବନକୁ କର୍ତ୍ତବ୍ୟନିଷ୍ଠ ଏବଂ ବିଶ୍ଵସ୍ତ ବୋଲି କହିଛନ୍ତି। 

ଚନ୍ଦ୍ରଯାନ-୨ ମିଶନର ସୂତ୍ରଧାର

ଚନ୍ଦ୍ରଯାନ-୨ ମିଶନ ଘୋଷଣା ହେବା ପରେ ସିବନ ଚର୍ଚ୍ଚାରେ ରହିଥିଲେ। ଏହି ମିଶନ ଆଂଶିକ ଭାବରେ ଅସଫଳ ହେବା ପରେ ମଧ୍ୟ ସିବନଙ୍କୁ ବିଶ୍ଵ ସାରା ପ୍ରଶଂସା କରାଯାଇଥିଲା। ତେବେ ଚନ୍ଦ୍ରଯାନ-୨ର ଅର୍ବିଟର ଏବେ ସିଦ୍ଧା ଚନ୍ଦ୍ରର କକ୍ଷପଥରେ ପରିକ୍ରମା କରୁଛି। ସେହି ସମୟରେ ବିକ୍ରମ ଲ୍ୟାଣ୍ଡର ସହ ଏବେ ସୁଦ୍ଧା କୌଣସୀ ସମ୍ପର୍କ କରି ହୋଇ ନାହିଁ।