Home > ରାଷ୍ଟ୍ରୀୟ
ମୃତ ପୁତ୍ରକୁ ନ୍ୟାୟ ଦେବାକୁ ୩୫୦ କିମି ପଦଯାତ୍ରା କଲେ ୮୧ ବର୍ଷୀୟ ପିତା
Khabar Odisha:national-odisha-man-walked-350-kms-to-seek-justice-for-his-son-in-rajasthan
ଜୟପୁର, ଜୁଲାଇ ୨୩ (ଖବର ଓଡିଶା) :

 କୁହନ୍ତି ପିତା ଆକାଶଠୁ ବଡ । ନିଜ ସନ୍ତାନର ଖୁସୀ ପାଇଁ ସେ ସର୍ବସ୍ୱ ତ୍ୟାଗ କରି ଦେଇଥାଏ । ନିଜର ସବୁ ଖୁସୀକୁ ଜଳାଞ୍ଜଳୀ ଦେଇ ସନ୍ତାନର ଭବିଷ୍ୟତକୁ ଗଢିବାକୁ ଚେଷ୍ଟା କରିଥାଏ । କାରଣ ବୃଦ୍ଧାବସ୍ଥାରେ ସିଏ ହିଁ ତ ସାହାରା ଦେବ । କିନ୍ତୁ ଯେତେବେଳେ ସମୟ ଆସେ ନିଜ ସନ୍ତାନକୁ ରକ୍ଷା କରିବା ପାଇଁ ସେ ସୁପର ହିରୋ ପାଲଟି ଯାଏ । ଏଭଳି ଜଣେ ପିତାଙ୍କ ଉଦାହରଣ ସୃଷ୍ଟି କରିଛନ୍ତି ରାଜସ୍ଥାନ ହନୁମାନଗଡ ଜିଲ୍ଲାର ଜଣେ ୮୧ ବର୍ଷୀୟ ପିତା । ସେ ନିଜ ପୁତ୍ର ପାଇଁ ନ୍ୟାୟ ମାଗିବାକୁ ୮୧ ବର୍ଷ ବୟସରେ ୩୫୦କିମି ପଦଯାତ୍ରା କରି ବିଧାନସଭାରେ ପହଁଚିଛନ୍ତି । 

ହନୁମାନଗଡ ଜିଲ୍ଲାର ନୋହର ତହସିଲର ଜସାରା ଗ୍ରାମରେ ଅକ୍ଟୋବର ୨୦୧୭ରେ ଇ-ମିତ୍ର କିୟୋକ୍ସ ଚଳାଉଥିବା ପବନ ବ୍ୟାସ ନାମକ ଜଣେ ଯୁବକଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣା ପରେ ପୁଲିସ ମାମଲା ରୁଜୁ କରିଥିଲା । କିନ୍ତୁ ଉପରୁ ଚାପ ପ୍ରୟୋଗ ହେବା ଦ୍ୱାରା କୌଣସୀ କାର୍ଯ୍ୟାନୁଷ୍ଠାନ ନେବାରେ ପୁଲିସ ସଫଳ ହୋଇ ପାରି ନଥିଲା । କିନ୍ତୁ ଯେତେବେଳେ ସାଧାରଣ ଜନତା ଏହାକୁ ପ୍ରତିରୋଧ କଲେ ସେହି ସମୟରେ ସରକାର ଯାଂଚ୍ ପୁଲିସ ଟିମକୁ ଏହାର ଦାୟିତ୍ୱ ଦେଇଛନ୍ତି । 

ଜୟପୁର ପୁଲିସ କମିଶନର ଆନନ୍ଦ ଶ୍ରୀବାସ୍ତବ ଏହି ସମ୍ବନ୍ଧରେ କହିଛନ୍ତି କି, ରାମସ୍ୱରୂପ ଏକ ପ୍ରତିନିଧୀମଣ୍ଡଳ ସହ ଜୟପୁରରେ ପହଁଚିଥିଲେ । ସେଠାକାର ପୁଲିସ ଅଧିକାରୀ ତାଙ୍କୁ କହିଛନ୍ତି କି, ତାଙ୍କ ପୁଅ ହତ୍ୟାକାଣ୍ଡ ମାମଲାରେ ଏସଓଜିକୁ ଯାଂଚ୍ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଖୁବ୍ ଶୀଘ୍ର ହତ୍ୟାକାରୀଙ୍କୁ ଧରାଯିବ । 

ସୂଚନା ମୁତାବକ, ବିଧାନସଭା ବାହାରେ ଧାରଣାରେ ବସିଥିବା ରାମସ୍ୱରୂପଙ୍କୁ ପ୍ରଦେଶର ସରକାରଙ୍କ ମନ୍ତ୍ରୀ ଶାନ୍ତିଲତା ଧାରୀବାଲଙ୍କ ସହ ସାକ୍ଷାତ କରାଯାଇଥିଲା । ସେ ପୀଡିତ ପିତାକୁ ନ୍ୟାୟ ଦେବା ପାଇଁ ଆଶ୍ୱାସନା ଦେଇଛନ୍ତି । ଅନ୍ୟ ପକ୍ଷରେ ରାମସ୍ୱରୂପଙ୍କ ସହ ପଦଯାତ୍ରାରେ ପହଁଚିଥିବା ଲୋକଙ୍କ କହିବା ଅନୁଯାୟୀ, ଯଦି ଖୁବ୍ ଶୀଘ୍ର ଏନେଇ କୌଣସୀ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ଆଗକୁ ଆନ୍ଦୋଳନ ତୀବ୍ର ହେବ । ଏହା ପୂର୍ବରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ମୃତକଙ୍କ ପରିବାର ସହ ସାକ୍ଷାତ ସମୟରେ ସିବିଆଇ ଯାଂଚ୍ କରାଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଥିଲେ ।