Home > ରାଷ୍ଟ୍ରୀୟ
ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରୁଛି ନାସା, ପଠାଉଛି ମେସେଜ୍
Khabar Odisha:national-odisha-nasa-will-help-isro-on-chandrayan-2-bikram-lander
ଚିକାଗୋ, ସେପ୍ଟେମ୍ବର ୧୨(ଖବର ଓଡିଶା):

ଭାରତର ଚନ୍ଦ୍ରୟାନ-୨ ମିଶନ ଏବେ ସୁଧା ଶେଷ ହୋଇନାହିଁ । ଇସ୍ରୋର ବୈଜ୍ଞାନିକମାନେ ଲାଗାତାର ଭାବେ ବିକ୍ରମ ସହ ସମ୍ପର୍କ ସ୍ଥାପନା କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଏବେ ଏହି ଅଭିଯାନରେ ସବୁଠାରୁ ବଡ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ନାସା ମଧ୍ୟ ଲାଗି ପଡିଛି । ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ ଲ୍ୟାଣ୍ଡର ବିକ୍ରମକୁ ନାସା ମେସେଜ୍ ପଠାଇଛି । କିନ୍ତୁ ଏବେ ସୁଧା ଏହି ଯୋଗାଯୋଗ ଏକ ତରଫା ରହିଛି । ଅର୍ଥାତ ବିକ୍ରମ ତରଫରୁ କୌଣସୀ ଉତର ଆସିନାହିଁ ।

ମେସେଜ ପଠାଇଛି ନାସା

ନାସାର ଜେଟ୍ ପ୍ରପଲସନ୍ ଲାବୋରେଟ୍ରି ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ସ୍ଥାପନା କରିବାକୁ ରେଡିଓ ଫ୍ରିକ୍ୱେନ୍ସି ପଠାଇଛି । ଡିପ୍ ସ୍ପେଶ ନେଟୱର୍କ ଜରିଆରେ ନାସା ଏହି କାମ କରୁଛି । ଆମେରିକାର ଜଣେ ମହାକାଶଚାରୀ ଏନେଇ ସୂଚନା ଦେଇଛନ୍ତି । ଏହାସହ ସେ ସିଗ୍ନାଲର ରେକର୍ଡ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ କି, ଭାରତର ଚନ୍ଦ୍ରୟାନ-୨ ମିଶନକୁ ନାସା ପ୍ରଶଂସା କରିବା ସହ ଏହା ପ୍ରେରଣାଦାୟୀ ବୋଲି କହିଥିଲା ।

  • Tags: