Home > ରାଷ୍ଟ୍ରୀୟ
କର୍ଣ୍ଣାଟକ ମନ୍ତ୍ରୀଙ୍କ ଖୁଲାସା, ବେଙ୍ଗାଲୁରୁ ଓ ମହୀଶୂରରେ ସକ୍ରିୟ ଅଛନ୍ତି ଆତଙ୍କୀ ସ୍ଲିପର ସେଲ୍
Khabar Odisha:national-odisha-nia-has-said-bengaluru-and-mysuru-are-becoming-a-hub-of-jamaat-ul-mujahideen-bangladesh
ବେଙ୍ଗାଲୁରୁ,ଅକ୍ଟୋବର୧୮(ଖବର ଓଡ଼ିଶା):

କର୍ଣ୍ଣାଟକରେ ଆତଙ୍କବାଦୀଙ୍କ ସ୍ଲିପର ସେଲ୍ ସକ୍ରିୟ ଅଛନ୍ତି। ରାଜ୍ୟ ଗୃହ ମନ୍ତ୍ରୀ ବାସଓ୍ଵାରାଜ ବୋମ୍ମାଇ ଶୁକ୍ରବାର କହିଛନ୍ତି ଯେ, ବେଙ୍ଗାଲୁରୁ ଓ ମହୀଶୂରରେ ସ୍ଲିପର ସେଲଙ୍କ ଉପସ୍ଥିତି ବୃଦ୍ଧି ଘଟିଛି। କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏମାନଙ୍କର ଗତିବିଧି ବଢିଛି।

ବୋମ୍ମଇ ମହୀଶୂରରେ ଗଣମାଧ୍ୟମଙ୍କୁ କହିଛନ୍ତି ଯେ, କର୍ଣ୍ଣାଟକର ଉପକୂଳବର୍ତ୍ତୀ ଓ ରାଜ୍ୟର କିଛି ଆଭ୍ୟନ୍ତରୀଣ ଅଞ୍ଚଳରେ ଜମାତ ଉଦ ମୁଜାହିଦ୍ଦିନ ସହ ଜଡ଼ିତ ଆତଙ୍କବାଦୀଙ୍କ ସନ୍ଦିଗ୍ଧ ଗତିବିଧି ରହିଥିବା ଯାଞ୍ଚ ଏଜେନ୍ସି ସନ୍ଦେହ କରୁଛି। ବେଙ୍ଗାଲୁରୁ ଓ ମହୀଶୂରରେ ସ୍ଲିପର ସେଲ ଥିବା ସମ୍ଭାବନା ରହିଛି। ତେଣୁ ଏନଆଇଏ ଆମକୁ ସତର୍କ ରହିବାକୁ କହିଥିବା ମନ୍ତ୍ରୀ କହିଛନ୍ତି।  ଜମାତ ଉଲ ମୁଜାହିଦ୍ଦିନର ଗତିବିଧି କେବଳ କର୍ଣ୍ଣାଟକ ନୁହଁ ବରଂ ବଙ୍ଗୋପସାଗର ଓ ଆରବ ସାଗର ପର୍ଯ୍ୟନ୍ତ ରହିଥିବା ଏନଆଇଏ ଚେତାଇ ଦେଇଛି। 

ଉଲ୍ଲେଖଯୋଗ୍ୟ, ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ)ର ପ୍ରମୁଖ ଓ୍ଵାଇସି ମୋଦୀ ସୋମବାର କହିଥିଲେ ଯେ, ଜମାତ ଉଲ ମୁଜାହିଦ୍ଦିନ ବାଂଲାଦେଶ(ଜେଏମବି) ଭାରତରେ ନିଜର କାୟା ବିସ୍ତାର କରିବାକୁ ଉଦ୍ୟମ କରୁଛି। ୧୨୫ ଆତଙ୍କବାଦୀଙ୍କ ସନ୍ଦିଗ୍ଧ ସୂଚୀ ବିଭିନ୍ନ ରାଜ୍ୟକୁ ପ୍ରଦାନ କରାଯାଇଛି। ଆତଙ୍କବାଦ ବିରୋଧୀ ୟୁନିଟ୍(ଏଟିଏସ)ର ମୁଖ୍ୟଙ୍କ ଏକ ବୈଠକକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ଜେଏମବି ଝାରଖଣ୍ଡ, ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳରେ ବାଂଲାଦେଶୀ ପ୍ରବାସୀଙ୍କ ଆଳରେ ନିଜର ଗତିବିଧି ଆରମ୍ଭ କରି ଦେଇଛନ୍ତି।