Home > ରାଷ୍ଟ୍ରୀୟ
ମୋଦୀଙ୍କୁ ସାକ୍ଷାତ ପରେ କହିଲେ ଅଭିଜିତ- ମୋଦୀ ବିରୋଧୀ ବୟାନ ପାଇଁ ଉସୁକା ଯାଉଛି, ପ୍ରଧାନମନ୍ତ୍ରୀ ସବୁ ଦେଖୁଛନ୍ତି
Khabar Odisha:national-odisha-nobel-laureate-abhijit-banerjee-meets-pm-narendra-modi-on-economy-jokes
ନୂଆଦିଲ୍ଲୀ, ଅକ୍ଟୋବର୨୨(ଖବର ଓଡ଼ିଶା):

 ନୋବେଲ୍ ପୁରସ୍କାର ଜିତିବା ପରେ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ କରିଥିବା ନିଜର ଗମ୍ଭୀର ଟିପ୍ପଣୀକୁ ନେଇ ଅଭିଜିତ ବାନାର୍ଜୀ ମଙ୍ଗଳବାର ଗଣମାଧ୍ୟମ ପ୍ରଶ୍ନରୁ ବର୍ତ୍ତିବାକୁ ଚେଷ୍ଟା କରୁଥିବା ନଜର ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ଆଲୋଚନା ବେଳେ  ପ୍ରଶ୍ନର ଭଲ ଉତ୍ତର ଦେଇଛନ୍ତି ଅଭିଜିତ ବାନାର୍ଜୀ। ସାକ୍ଷାତ ବେଳେ ପ୍ରଧାନମନ୍ତ୍ରୀଙ୍କ ବୟାନ ଉଲ୍ଲେଖ କରି କହିଛନ୍ତି ଯେ, ସେ ଗଣମାଧ୍ୟମ ଜାଲରେ ଫସିବେ ନାହିଁ କାରଣ ପ୍ରଧାନମନ୍ତ୍ରୀ ତାଙ୍କୁ ସତର୍କ କରାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସହିତ ବହୁତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ ସହିତ ଗଠନମୂଳକ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ କଥାବାର୍ତ୍ତା ଆରମ୍ଭରୁ ମଜାଳିଆ ଢଙ୍ଗରେ କହିଥିଲେ ଯେ, କେମିତି ଗଣମାଧ୍ୟମ ଆପଣଙ୍କୁ ମୋଦୀ ବିରୋଧୀ ବୟାନ ଦେବାକୁ ଉସୁକାଇଥିଲେ। 

ଅଭିଜିତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଟିଭି ଦେଖନ୍ତି ଏବଂ ସବୁ ଦିଗ ପ୍ରତି ତାଙ୍କର ନଜର ରହିଥାଏ। ସେ ଗଣାମାଧ୍ୟମକୁ ବେଶ୍ ଭଲ ଭାବେ ଦେଖୁଛନ୍ତି। ନୋବେଲ ବିଜେତା କହିଛନ୍ତି ଯେ, ମୋଦୀ ଟିଭି ଦେଖନ୍ତି ଏବଂ ଆପଣଙ୍କୁ ମଧ୍ୟ ଦେଖୁଛନ୍ତି। ତାଙ୍କୁ ବେଶ୍ ଭଲ ଭାବେ ଜଣା ଯେ ଆପଣ କଣ କରିବାକୁ ଉଦ୍ୟମ କରୁଛନ୍ତି। 

ଉଲ୍ଲେଖଯୋଗ୍ୟ, ଅଭିଜିତ କହିଥିଲେ ଯେ, ବ୍ୟାଙ୍କିଙ୍ଗ କ୍ଷେତ୍ର ବହୁତ ସଙ୍କଟଜନକ ଏବଂ ଭୟାହ ସ୍ଥିତିରେ ରହିଛି। ଆମକୁ ଏଥିପ୍ରତି ଚିନ୍ତିତ ହେବା ଉଚିତ୍। ଆମକୁ କିଛି ମହତ୍ଵପୂର୍ଣ୍ଣ ଓ ତ୍ଵରିତ ପରିବର୍ତ୍ତନର ଜରୁରୀ ରହିଛି। 

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ବିଷୟରେ ଅଭିଜିତ କହିଛନ୍ତି ଯେ, ଶାସନ ବ୍ୟବସ୍ଥାଙ୍କୁ ସେ କେଉଁ ଦୃଷ୍ଟିରେ ଦେଖନ୍ତି ଏବଂ  ତୃଣମୂଳ ସ୍ତରରେ ଲୋକଙ୍କ ଅବିଶ୍ଵାସରୁ  କେମିତି ତାଙ୍କ ଶାସନ ମଜବୁତ ହେଉଛି ଏବଂ କେମିତି ଶାସନ ପ୍ରକ୍ରିୟାରେ ଉଚ୍ଚପଦସ୍ଥ ଅମଲକାରୀଙ୍କୁ ନେଇ ତାଙ୍କର ନୀତି କଣ ରହିଛି ମୋଦୀ ଦର୍ଶାଇଥିଲେ।