Home > ରାଷ୍ଟ୍ରୀୟ
ପାକିସ୍ତାନର ଆଉ ଏକ ମିଛ, କହିଲା ଆମ ସହ ରହିଛି ୬୦ଟି ଦେଶର ସମର୍ଥନ
Khabar Odisha:national-odisha-pakistans-another-lie-that-he-had-60-supports
ଇସଲାମବାଦ, ସେପ୍ଟେମ୍ବର ୧୨(ଖବର ଓଡିଶା):

ଜମ୍ମୁ-କାଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ବିଚଳିତ ହୋଇଯାଇଛି । ଏପରିକି ଏହା ବିରୋଧରେ ଅନ୍ୟଦେଶ ନିକଟରେ ଗୁହାରୀ କରୁଛି । କିନ୍ତୁ ଏହି ଆତଙ୍କବାଦୀ ଦେଶକୁ କେଉଁଠାରୁ ହେଲେ ମଧ୍ୟ ସାହାଯ୍ୟ ମିଳୁନାହିାଁ  ତେବେ ଏତେ ସବୁ ପରେ ମଧ୍ୟ ପାକର ମିଛ କହିବା ଅଭ୍ୟାସ ଦୂର ହୋଇନାହିଁ । ଏବେ ପାକ୍ ଆଉ ଏକ ବଡ ମିଛ କହିଛି । ତାକୁ କୁଆଡେ ୬୦ଟି ଦେଶର ସମର୍ଥନ ରହିଥିବା ସେ କହିଛି ।

ମଙ୍ଗଳବାର ୟୁଏନଏଚଆରସିରେ ବୟାନ ଦେବା ପରେ ବୈଦେଶିକ ମନ୍ତ୍ରାଳୟର ୱେବସାଇଟରେ ୬୦ଟି ଦେଶ ପାକିସ୍ତାନକୁ ସମର୍ଥନ କରୁଥିବା ଲେଖାଯାଇଛି  । ତେବେ କେଭଁ କେଉଁ ଦେଶର ସମର୍ଥନ ରହିଛି ସେମାନଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ । ଏହି ତାଲିକାକୁ ଭାରତକୁ ପ୍ରଦାନ କରାଯିବ କିନ୍ତୁ ଏପରି କୌଣସୀ ତାଲିକା ମିଳନଥିବା ଜଣାପଡିଛି ।

ସୂଚ୍ରାନୁସାରେ ପାକିସ୍ତାନକୁ ଅର୍ଗାନାଇଜେସନ ଅଫ ଇସଲାମିକ କର୍ପୋରେସନର ୫୭ଟି ଦେଶ ଓ ଚୀନ ସମର୍ଥନ କରିଥିବା କୁହାଯାଉଛି । ଆଇଓସିରୁ ଇଣ୍ଡୋନେସିଆ ନିଜକୁ ଦୂରରେ ରଖିଛି । ତେବେ ପାକିସ୍ତାନର ଏହି ସମର୍ଥନ ପ୍ରସଙ୍ଗ ମିଛ ବୋଲି ଜଣାପଡିଛି । କାରଣ କୌଣସୀ ଦେଶ ଖୋଲଖୋଲି ଭାବେ ପାକିସ୍ତାନକୁ ସମର୍ଥନ କରିନାହାନ୍ତି  । ଯଦ୍ୱାରା ପାକିସ୍ତାନ ପୁଣି ମିଛ କହୁଥିବା ଜଣାପଡିଛି 

  • Tags: