Home > ରାଷ୍ଟ୍ରୀୟ
ପାକିସ୍ତାନ ଓ ଚୀନ ସୀମାରେ ସୁରକ୍ଷା ଦେବ ରାଫେଲ, ବାୟୁସେନାର ଫୁଲପ୍ରୁଫ୍ ପ୍ଲାନ
Khabar Odisha:national-odisha-rafale-air-craft-will-be-placed-at-china-and-pakistan-border
ନୂଆଦିଲ୍ଲୀ, ଅକ୍ଟୋବର ୧୦(ଖବର ଓଡିଶା):

ଭାରତକୁ ଫ୍ରାନ୍ସରୁ ମିଳିବାକୁ ଥିବା ୩୬ଟି ରାଫେଲକୁ ପାକିସ୍ତାନ ଓ ଚୀନ ସୀମାରେ ମୁତୟନ କରାଯିବ । ବାୟୁସେନା ଚୀନ ଓ ପାକିସ୍ତାନ ସୀମାକୁ ଆହୁରି ମଜବୁତ କରିବା ପାଇଁ ଫୁଲପ୍ରୁଫ୍ ପ୍ଲାନ ପ୍ରସ୍ତୁତ କରିଛି । ଏହି ପ୍ଲାନ ଅନୁସାରେ ଏହି ଲଢୁଆ ବିମାନକୁ ଶତୃଦେଶର ସୀମାରେ ମୁତୟନ କରାଯିବ । ୧୮ଟି ରାଫେଲକୁ ଆମ୍ବାଲା ବାୟୁସେନା ବେସରେ ମୁତୟନ କରାଯିବ । ଅନ୍ୟ ୧୮ଟି ରାଫେଲକୁ ପଶ୍ଚିମବଙ୍ଗର ହାଶିମାରା ବେସରେ ମୁତୟନ କରାଯିବ ।  

ଦୁଇ ଦେଶ ସହ ଲଗାତାର ଭାବେ ବୃଦ୍ଧି ପାଉଥିବା ତିକ୍ତତାକୁ ଦେଖି ବାୟୁସେନା ରାଫେଲକୁ ନେଇ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିଦେଇଛି । ଭାରତକୁ ଫ୍ରାନ୍ସରୁ ପ୍ରଥମ ରାଫେଲ ବିମାନ ମିଳିସାରିଛି । କିନ୍ତୁ ତାହାକୁ ଭାରତରେ ପହଁଚିବା ପାଇଁ କିଛି ସମୟ ଲାଗିବ । ଏହାର ଉଡାଣ ଭରିବା ପାଇଁ ଭାରତୀୟ ପାଇଲଟଙ୍କୁ ଫ୍ରାନ୍ସରେ ପ୍ରଶିକ୍ଷଣ ଦିଆଯିବ ।

ଚାରୋଟି ରାଫେଲ ଆସନ୍ତା ବର୍ଷ ମେ ମାସରେ ଆମ୍ବଲା ଏୟାରବେସରେ ପଙଂଚିଯିବ । ଏହାପରେ ଆଉ ୪ଟି ବିମାନ ଆମ୍ବାଲା ଓ ହାଶିମାରା ଏୟାରବେସରେ ପହଁଚିବ । ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ୩୬ଟି ରାଫେଲକୁ ଭାରତକୁ ପ୍ରଦାନ କରାଯିବ । ତେବେ ଆଉ କୌଣସୀ ରାଫେଲ କିଣାଯିବ ନାହିଁ ବୋଲି ବାୟୁସେନା ସୂତ୍ରରୁ ସୂଚନା ମିଳିଛି । ଏହାପରେ ଆଉ ୧୧୪ଟି ଲଢୁଆ ବିମାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଏହି ବିମାନସବୁକୁ କେଉଁ ଦେଶରୁ କ୍ରୟ କରାଯିବ ସେନେଇ କିଛି ସୂଚନା ମିଳିନାହିଁ ।

  • Tags: