Home > ରାଷ୍ଟ୍ରୀୟ
ମୋଦୀ ଉପନାମକୁ ନେଇ ବିବାଦୀୟ ଟିପ୍ପଣୀ ଦେଇ ହଟହଟା ରାହୁଲ ଗାନ୍ଧୀ, କହିଲେ ଭୁଲ ସ୍ଵୀକାର୍ଯ୍ୟ ନୁହେଁ
Khabar Odisha:national-odisha-rahul-gandhi-appearance-in-surat-court-in-defamation-case-over-modi-in-loksabha-election-2019
ନୂଆଦିଲ୍ଲୀ, ଅକ୍ଟୋବର ୧୦ (ଖବର ଓଡିଶା) :

ଚଳିତ ବର୍ଷ ଲୋକସଭା ନିର୍ବାଚନ ସମୟରେ ମୋଦୀ ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଏବେ ମାନହାନି ମାମଲାର ସାମ୍ନା କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏନେଇ ଆଜି ସେ ସୁରାଟର କୋର୍ଟରେ ହାଜର ହୋଇଛନ୍ତି। କୋର୍ଟରେ ଯେଉଁ ସମୟରେ ତାଙ୍କୁ ଜଷ୍ଟିସ୍ ପଚାରିଥିଲେ କଣ ଆପଣ ଭୁଲ ସ୍ଵୀକାର କରୁଛନ୍ତି ସେହି ସମୟରେ ରାହୁଲ କହିଥିଲେ କି, ମୁଁ ଭୁଲ ସ୍ଵୀକାର କରୁ ନାହିଁ। ତେବେ ସୁରାଟର ସେଶନ କୋର୍ଟ ପରବର୍ତ୍ତୀ ଶୁଣାଣୀ ଡିସେମ୍ବର ୧୦ରେ କରିବ।

ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କଥିତ ଭାବରେ ମୋଦୀ ସାଙ୍ଗିଆକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ଏହାକୁ ନେଇ ତାଙ୍କ ବିରୋଧରେ ବିଜେପିର ସ୍ଥାନୀୟ ବିଧାୟକ ପୁନରେଶ ମୋଦୀ ଅପରାଧିକ ଏବଂ ମାନହାନି ମାମଲା ରୁଜୁ କରିଥିଲେ। କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧୀ ଅପ୍ରେଲ ୧୩ରେ କହିଥିଲେ କି, ନୀରବ ମୋଦୀ, ଲଳିତ ମୋଦୀ, ନରେନ୍ଦ୍ର ମୋଦୀ... ଏହି ସମସ୍ତଙ୍କର ସାଙ୍ଗିଆ ଏକ। କାରଣ ସମସ୍ତ ଚୋରଙ୍କର ସାଙ୍ଗିଆ ମୋଦୀ ହିଁ ହୋଇଥାଏ।

ଏହାପରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ବିଏଚ୍ କପାଡିଆ ମଇରେ ରାହୁଲ ଗାନ୍ଧୀଙ୍କୁ ସମନ ପଠାଇଥିଲେ। ଅଦାଲତ ବିଜେପି ବିଧାୟକ ପୁନରେଶ ମୋଦୀଙ୍କୁ ଆଇପିସି ଦାରା ୪୯୯ ଏବଂ ୫୦୦ ଆଧାରରେ କରାଯାଇଥିବା ଅଭିଯୋଗକୁ ସ୍ଵୀକାର କରିଥିଲେ। ଏହି ଧାରା ଅପରାଧିକ ମାନହାନୀ ମାମଲା ସହ ସମ୍ବଧିତ। ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରି ପୁର୍ଣ୍ଣେଶ ମୋଦୀ କହିଥିଲେ କି, କଂଗ୍ରେସ ନେତା ଏହି ଟିପ୍ପଣୀ ଦ୍ଵାରା ସମ୍ପୂର୍ଣ୍ଣ ମୋଦୀ ସମୁଦାୟକୁ ଅପମାନ କରିଛନ୍ତି।