Home > ରାଷ୍ଟ୍ରୀୟ
ରାୟକୁ ସ୍ଵାଗତ କଲା ଆରଏସଏସ, ଭାଗବତ କହିଲେ ଏହାକୁ ଜୟ-ପରାଜୟ ଦୃଷ୍ଟିରେ ଦେଖନ୍ତୁ ନାହିଁ
Khabar Odisha:national-odisha-rss-chief-mohan-bhagwat-on-supreme-court-ayodhya-judgement
ନୂଆଦିଲ୍ଲୀ,ନଭେମ୍ବର୦୯(ଖବର ଓଡ଼ିଶା):

ଅଯୋଧ୍ୟା ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ଐତିହାସିକ ରାୟକୁ ରାଷ୍ଟ୍ରୀୟ ସ୍ଵଂୟ ସହାୟକ ସଂଘ ସ୍ଵାଗତ କରିଛି। ସଂଘ ପ୍ରମୁଖ ମୋହନ ଭାଗବତ କହିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମି ସମ୍ବନ୍ଧରେ ସର୍ବୋଚ୍ଚ ନ୍ୟାୟାଳୟ ଦେଶର ଜନଭାବନା, ଆସ୍ଥା ଓ ଶ୍ରଦ୍ଧାକୁ ନ୍ୟାୟ ଦେଉଥିବା ନିର୍ଣ୍ଣୟ ଦେଇଛନ୍ତି। ଏହି ରାୟକୁ ଜୟ- ପରାଜୟ ଦୃଷ୍ଟିରେ ଦେଖିବା ଉଚିତ୍ ନୁହଁ। ସତ୍ୟ ଓ ନ୍ୟାୟର ମନ୍ଥନରୁ ପ୍ରାପ୍ତ ନିଷ୍କର୍ସକୁ ଭାରତର ସଂପୂର୍ଣ୍ଣ ସମାଜ ବନ୍ଧୁତା ସଂଦର୍ଭରେ ଏହାକୁ ଦେଖିବା ଉଚିତ୍। ଭାଗବତ କହିଛନ୍ତି ଯେ, ଦେଶବାସୀଙ୍କୁ ଅନୁରୋଧ ଯେ ବିଧି ଓ ସମ୍ବିଧାନର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ସଂଯମତା ଓ ସାତ୍ଵିକ ରୀତିରେ ନିଜ ଆନନ୍ଦ ବ୍ୟକ୍ତ କରନ୍ତୁ। 

ଆରଏସଏସ ପ୍ରମୁଖ କହିଛନ୍ତି ଯେ, ଦଶନ୍ଧି ଧରି ଚାଲିଥିବା ଲମ୍ବା ଆଇନଗତ ପ୍ରକ୍ରିୟା ପରେ ଏହା ବିଧି ସମ୍ମତ ଅନ୍ତିମ ନିର୍ଣ୍ଣୟ ହୋଇଛି। ଏହି ଲମ୍ବା ପ୍ରକ୍ରିୟାରେ ଶ୍ରୀରାମ ଜନ୍ମଭୂମି ସମ୍ବନ୍ଧିତ ସମସ୍ତ ଦିଗକୁ ତନ୍ନ ତନ୍ନ କରି ବିଚାର କରାଯାଇଛି। ସମସ୍ତ ପକ୍ଷଙ୍କ ଦ୍ଵାରା ନିଜ ନିଜ ଦୃଷ୍ଟିକୋଣରେ ରଖାଯାଇଥିବା ତର୍କର ମୂଲ୍ୟାଙ୍କନ କରାଯାଇଛି। 

ଭାଗବତ କହିଛନ୍ତି ଯେ, ନିର୍ଣ୍ଣୟ ସ୍ଵୀକାର କରିବାର ସ୍ଥିତି, ଭାଇଚାରା କାଏମ ରଖିବା ଲାଗି ସରକାରୀ ଓ ସମାଜିକସ୍ତରରେ ହୋଇଥିବା ପ୍ରୟାସକୁ ଆମେ ଅଭିନନ୍ଦନ କରୁଛୁ। ଅତୀତର ସମସ୍ତ କଥାକୁ ଭୁଲି ଆମେ ଶ୍ରୀରାମ ଜନ୍ମଭୂମି ଉପରେ ଭବ୍ୟ ମନ୍ଦିର ନିର୍ମାଣରେ ଏକାଠି ମିଶି ନିଜ କର୍ତ୍ତବ୍ୟ ନିର୍ବାହ କରିବା।