Home > ରାଷ୍ଟ୍ରୀୟ
ଉନ୍ନଓ ଘଟଣାରେ ସ୍ଵର ଉଠାଉଥିବା ବ୍ୟକ୍ତି ଆଜି ମାଲଦା ପ୍ରସଙ୍ଗରେ ଚୁପ୍ ଅଛି- ସ୍ମୃତି ଇରାନୀ
Khabar Odisha:national-odisha-smriti-irani-attacks-opposition-hyderabad-rape-issue-women-issue
ନୂଆଦିଲ୍ଲୀ, ଡିସେମ୍ବର ୦୬ (ଖବର ଓଡିଶା) :

ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରାଣୀଙ୍କୁ ପ୍ରଥମେ ଗଣବଳାତ୍କାର ଏବଂ ଏହାପରେ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିଛି। ଏହାକୁ ନେଇ ସମଗ୍ର ଦେଶ ସ୍ଵର ଉଠାଇଥିଲା। ବଳାତ୍କାରୀଙ୍କୁ ଫାଶୀ ଦେବା ପାଇଁ ଲୋକମାନେ ମଧ୍ୟ ଦାବି କରୁଥିଲେ। ଏହି ମଧ୍ୟରେ ଲୋକସଭାରେ ଏନକାଉଣ୍ଟରକୁ ନେଇ ଲୋକମାନେ ଅଲଗା ଅଲଗା ପ୍ରତିକ୍ରିୟା ରଖିଛନ୍ତି। ଲୋକସଭାରେ ଆଜି ଏହି ପ୍ରସଙ୍ଗ ମଧ୍ୟ ଉଠିଛି। ଯାହାକୁ ନେଇ ଗୃହ ହୁଲୁସ୍ତୁଲୁ ହୋଇଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହି ମାମଲାରେ ଧର୍ମକୁ ଟାଣୁଥିବାରୁ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ଯେ, ମହିଳାଙ୍କ ସମ୍ମାନ ବିଷୟରେ ସାମ୍ପ୍ରଦାୟିକ ରଙ୍ଗ ଦେବା ଉଚିତ୍ ନୁହେଁ। 

ସ୍ମୃତି ଇରାନୀ ଲୋକସଭାରେ କହିଛନ୍ତି ଯେ, ଆଜି ପଶ୍ଚିମବଙ୍ଗର ଜଣେ ସାଂସଦ ମନ୍ଦିର ନାମ ଉଠାଉଥିବା ବେଳେ ଅନ୍ୟ ଜଣେ ହାଇଦ୍ରାବାଦ-ଉନ୍ନାଓ ଘଟଣା ବିଷୟରେ କହିଛନ୍ତି। କିନ୍ତୁ ମାଲଦାରେ ଯାହା ହୋଇଛି ତାହାକୁ ନେଇ କଣ ପାଇଁ ଚୁପ୍ ଅଛନ୍ତି। ସ୍ମୃତି ମାଲଦାର ନାମ ନେବା ମାତ୍ରେ ଲୋକସଭାରେ ହଙ୍ଗାମା ହୋଇଥିଲା ଏବଂ କଣ ହୋଇଛି କୁହନ୍ତୁ ବୋଲି ଟିଏମସି ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ଏହାପରେ ସ୍ମୃତି କହିଥିଲେ ଯେ, ଜାଣି ନାଁ ଯଦି ପଶ୍ଚିମବଙ୍ଗର ଖବର କାଗଜ ଯାଇ ପଢ। 

ମାଲଦାର ବଳାତ୍କାର ଘଟଣାକୁ ରାଜନୈତିକ ଅସ୍ତ୍ର ବାବରେ ବ୍ୟବହାର କରାଯାଉଛି। ଯଦି ଆପଣ ଚିଲେଇ ଜଣେ ମହିଳାଙ୍କ ସ୍ଵର ଚାପିବାକୁ ଚେଷ୍ଟା କରୁଛ ତେବେ ତାହା ଭୁଲ। ଏବଳି ଜଘନ୍ୟ ଅପରାଧକୁ ନେଇ ରାଜନୀତି ହେବା ଉଚିତ୍ ନୁହେଁ। ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅର୍ଥ ଦେଉଛନ୍ତି।