Home > ରାଷ୍ଟ୍ରୀୟ
ଜମ୍ମୁ କାଶ୍ମୀର: ଦଖଲ ଦେବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ ସରକାର ଉପରେ ଭରସା କରିବାକୁ ପଡ଼ିବ
Khabar Odisha:national-odisha-supreme-court-on-jammu-and-kashmir-situation
ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡିଶା) :

ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରିଥିବା ଯାଚିକାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଛି । ତହସୀନ ପୂନାୱାଲା ଏହି ଯାଚିକା ଦାୟର କରିଛନ୍ତି । ଜମ୍ମୁ କାଶ୍ମୀରରେ ତୁରନ୍ତ କର୍ଫ୍ୟୁ ହଟାଇ, ଫୋନ ଲାଇନ, ଇଣ୍ଟରନେଟ ସୁବିଧା, ନ୍ୟୁଜ ଚ୍ୟାନେଲ ଏବଂ ଅନ୍ୟ ପ୍ରତିବନ୍ଧକ ତତ୍କାଳ ହଟାଯିବାକୁ ଯାଚିକାରେ ଦାବୀ କରାଯାଇଛି । 

ଏନେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି କି, ରାତାରାତି ସ୍ଥିତି ସାମାନ୍ୟ ହେବ ନାହିଁ । ଏଥିପାଇଁ ସମୟ ଲାଗି । ଯଦି କିଛି ହୋଇଯିବ ତେବେ ଏଥିପାଇଁ ଦାୟୀ କିଏ ରହିବ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି । ଅପର ପକ୍ଷରେ କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ, ଜମ୍ମୁ କାଶ୍ମୀରର ସ୍ଥାନୀୟ ଲୋକମାନେ ଯେପରି କିଛି ହଇରାଣ ହରକତ ନହୁଅନ୍ତୁ ସେଥିପ୍ରତି ଚେଷ୍ଟା କରାଯାଉଛି । ତେବେ ଦୁଇ ସପ୍ତାହ ପରେ ପୁଣି ଥରେ ଏହି ମାମଲାରେ ଶୁଣାଣୀ ହେବାକୁ ଯାଉଛି । 

ଶୁଣାଣୀ ସମୟରେ ଅଦାଲତ କହିଛନ୍ତି କି, ବର୍ତ୍ତମାନ ଜମ୍ମୁ କାଶ୍ମୀରର ସ୍ଥିତି ସମ୍ବେଦନଶୀଳ ରହିଛି । ଏନେଇ ପ୍ରତିଦିନ ଜମ୍ମୁ କାଶ୍ମୀରର ସ୍ଥିତି ସମୀକ୍ଷା କରାଯାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ସେହି ସମୟରେ ଅଦାଲତ ଜମ୍ମୁ କାଶ୍ମୀରରେ ସଂଚାର ସମେତ ବିଭିନ୍ନ ପ୍ରତିବନ୍ଧକ ହଟାଇବା ସମ୍ବନ୍ଧିତ ଯାଚିକାରେ ତତ୍କାଳ ନିର୍ଦ୍ଦେଶନାମା ଦେବାକୁ ସଫା ସଫା ମନା କରି ଦେଇଛନ୍ତି ଏବଂ କହିଛନ୍ତି କି, ସେଠାରେ ସ୍ଥିତିକୁ ପୁଣି ଥରେ ସାମାନ୍ୟ କରିବା ପାଇଁ ସରକାରଙ୍କୁ କିଛି ସମୟ ଦେବା ଆବଶ୍ୟକ ।