Home > ରାଷ୍ଟ୍ରୀୟ
ଜୟ ଶ୍ରୀରାମ ନାରା ଦେବାରୁ ମାଡ଼ ମାରିଲେ ଟିଏମସି କାର୍ଯ୍ୟକର୍ତ୍ତା
Khabar Odisha:national-odisha-tmc-worker-beaten-by-colleague-for-chanting-jai-shri-ram-in-basirhat-bengal
ଉତ୍ତର ୨୪ ପ୍ରଗଣା, ଅକ୍ଟୋବର୨୦(ଖବର ଓଡ଼ିଶା):

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଜୟ  ଶ୍ରୀରାମ କହିବାରୁ ତୃଣମୂଳ କଂଗ୍ରେସର ଜଣେ କାର୍ଯ୍ୟକର୍ତ୍ତା ନିଜ ସାଥୀଙ୍କୁ ମାଡ଼ ମାରିଛନ୍ତି। ଆହତ କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗ ଅନୁଯାୟୀ ଜୟ ଶ୍ରୀରାମା ନାରା ଦେବାରୁ ତାଙ୍କୁ ମାଡ଼ ମରାଗଲା। 

ବଶିରହାଟରେ ନିଜ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ହାତରୁ ନିର୍ମମ ମାଡ଼ ଖାଇଥିବା ଯୁବକଙ୍କ ନାମ ରଞ୍ଜିତ ମଣ୍ଡଳ। ଆରୋପିଙ୍କ ନାମ  ଟିଏମସି କାର୍ଯ୍ୟକର୍ତ୍ତା ତାରକ ପରୋଇ। ପୋଲିସରେ ରୁଜୁ ଅଭିଯୋଗ ଅନୁଯାୟୀ ମଣ୍ଡଳ କହିଛନ୍ତି ଯେ, ସେ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରୁଥିଲେ। ସେହି ସମୟରେ ସେ ଜୟଶ୍ରୀରାମ ନାରା ଦେଇଥିଲେ, ବାସ୍ ଏତିକି। ଏହା ପରେ ଆରୋପି ତାରକ ଗାଳି ଦେବା ସହ ପ୍ରବଳ ମାଡ଼ ମାରିଥିଲା। 

ଆହତ ଯୁବକଙ୍କୁ ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହରଓ୍ଵା ପୋଲିସ ଏହି ଘଟଣାରେ ଏଫଆଇଆର ରୁଜୁ କରିଛି। ଏହି ମାମଲାରେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ। ପୋଲିସ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ଆସିନାହିଁ।