Home > ରାଷ୍ଟ୍ରୀୟ
ଉନ୍ନାଓ ଦୁଷ୍କର୍ମ ମାମଲା : ପୀଡିତାଙ୍କ ବୟାନ ରେକର୍ଡ ପାଇଁ ଏମ୍ସରେ ବସିଲା ଅଦାଲତ, ହାଜର ହେଲା କୁଳଦୀପ ସେଙ୍ଗର
Khabar Odisha:national-odisha-unnao-assault-case-survivor-record-her-statement-in-temporary-court-of-aiims-on-11-september
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଖବର ଓଡିଶା) :

ଆଜି ଏମ୍ସରେ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କର ବୟାନ ରେକର୍ଡ କରାଯାଇଛି। ଏଥିପାଇଁ ଏମ୍ସର ଜୟପ୍ରକାଶ ଆପେକ୍ସ ଟ୍ରୋମା ସେଣ୍ଟରରେ ଅସ୍ଥାୟୀ କୋର୍ଟ ବସିଥିଲା। ଉନ୍ନାଓ ଦୁଷ୍କର୍ମ ଅଭିଯୁକ୍ତ କୁଳଦୀପ ସେଙ୍ଗରକୁ ମଧ୍ୟ ସେଠାରେ ଉପସ୍ଥିତ କରାଯାଇଛି। କୁଳଦୀପର ମଧ୍ୟ ବୟାନ ରେକର୍ଡ କରାଯିବ। ତେବେ ସେଙ୍ଗରଙ୍କ ସହ ଅନ୍ୟ ଅଭିଯୁକ୍ତ ଶଶି ସିଂହଙ୍କୁ ମଧ୍ୟ ସେଠାରେ ହାଜର କରାଯାଇଛି। 

ଦିଲ୍ଲୀ ହାଇକୋର୍ଟ ଆଦେଶ ଅନୁଯାୟୀ, ଅଭିଯୁକ୍ତ ବିଧାୟକ ଏବଂ ଦୁଷ୍କର୍ମ ପୀଡିତାଙ୍କ ଯେପରି ଭାବରେ ଆମ୍ନା ସାମ୍ନା ନହେବ ସେଥିପ୍ରତି ଧ୍ୟାନ ଦିଆଯିବ। ବନ୍ଦ କୋଠରୀରେ ସେମାନଙ୍କର ବୟାନ ରେକର୍ଡ କରାଯିବ। ଖୋଦ ନ୍ୟାୟାଧୀଶ ଧର୍ମେଶ ଶର୍ମା ଏହି ମାମଲାର ଶୁଣାଣୀ କରିବେ। ଏହି ସମୟରେ ସାଧାରଣ ଲୋକଙ୍କୁ ସେଠାରେ ରହିବାକୁ ଅନୁମତି ଦିଆଯିବ ନାହିଁ ଓ ଏହି ସମୟରେ ଉଭୟ ଅଡିଓ ଭିଡିଓ ରେକର୍ଡିଙ୍ଗ ପାଇଁ ବ୍ୟବସ୍ଥା କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ବିଧାୟକ କୁଳଦୀପ ସେଙ୍ଗର ପୀଡିତାଙ୍କ ସହ ୨୦୧୭ରେ ଦୁଷ୍କର୍ମ କରିଥିଲା। ପୀଡିତା ଏନେଇ ଅଭିଯୋଗ କରିବା ପରେ ତାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ହତ୍ୟା ଷଡଯନ୍ତ୍ର କରାଯାଇଥିଲା। ଫଳରେ ପୀଡିତା ଜୁଲାଇ ୨୮ରେ ଏକ କାର ଦୁର୍ଘଟଣାର ଶୀକାର ହୋଇଥିଲେ। କିନ୍ତୁ ଏହି ଦୁର୍ଘଟଣାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଗମ୍ଭୀର ଥିଲା। ଏହାପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ଏହି କାର ଦୁର୍ଘଟଣାରେ ପୀଡିତାଙ୍କ ଖୁଡୀ ମୃତ୍ୟୁବରଣ କରିଥିଲେ ଓ ତାଙ୍କର ଓକିଲ ଗୁରୁତର ହୋଇଥିଲେ।