Home > ରାଷ୍ଟ୍ରୀୟ
ଧାରଣାରୁ ଓହରିଲେ ଦିଲ୍ଲୀ ବର୍ଡରରେ ବସିଥିବା କୃଷକ, ସରକାର ମାନିଲେ ୫ ଦାବୀ
Khabar Odisha:national-odisha-uttar-pradesh-farmers-delhi-march-modi-government
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ (ଖବର ଓଡିଶା) :

 କୃଷକ ଏବଂ ଶ୍ରମିକଙ୍କର ସମସ୍ୟା ଉପରେ ଆଧାରିତ ୧୫ ଦଫା ଦାବୀ ନେଇ କୃଷକମାନେ ସହାରନାପୁରରୁ ଦିଲ୍ଲୀ ପଦଯାତ୍ରା କରି ଆସିଥିଲେ। ତେବେ ସରକାର ତାଙ୍କର ୧୫ଟି ଦାବୀରୁ ୫ଟି ଦାବୀ ପୂରଣ କରିଛନ୍ତି। ଏହାପରେ କୃଷକମାନେ ଆନ୍ଦୋଳନ ଭଙ୍ଗ କରିଛନ୍ତି। 

ଦିଲ୍ଲୀ ଆସିଥିବା କୃଷକଙ୍କ ୧୧ସଦସୀୟ ପ୍ରତିନିଧୀମଣ୍ଡଳ କୃଷି ଭବନରେ ଯାଇ କୃଷି ମନ୍ତ୍ରାଳୟର ଅଧିକାରୀଙ୍କ ସହ ସାକ୍ଷାତ କରି ଦାବୀ ଶୁଣାଇଥିଲେ। ଯାହା ଫଳରେ ସେମାନଙ୍କର ୧୫ଟି ଦାବୀରୁ ୫ଟି ଦାବୀ ସରକାର ମାନିଛନ୍ତି। ଏହାପରେ ସେମାନେ ଆନ୍ଦୋଳନ ଭଙ୍ଗ କରିବାକୁ ଘୋଷଣା କରିଥିଲେ। 

ଆଜି ସକାଳେ ସହାରନାପୁରରୁ ଆସିଥିବା ଆକ୍ରୋଶ କୃଷକମାନଙ୍କୁ ଦିଲ୍ଲୀରେ ପ୍ରବେଶ କରିବା ପୂର୍ବରୁ ବର୍ଡରରେ ଅଟକାଇ ଦିଆଯାଇଥିଲା। ଯାହା ଫଳରେ ସେମାନେ ଦିଲ୍ଲୀ ବର୍ଡର ନିକଟରେ ଧାରଣାରେ ବସିଥିଲେ। ସେମାନେ ଦାବୀ କରିଥିଲେ କି, ସରକାର ସେମାନଙ୍କ ସହ କଥା ହୁଅନ୍ତୁ ନହେଲେ ସେମାନଙ୍କୁ ଦିଲ୍ଲୀ କୃଷକ ଘାଟ ଯିବାକୁ ଦିଅନ୍ତୁ। ଏହାପରେ ଧାରଣାରେ ବସିଥିବା କୃଷକଙ୍କ ୧୧ସଦସୀୟ ପ୍ରତିନିଧୀମଣ୍ଡଳଙ୍କୁ ଦିଲ୍ଲୀ ପୁଲିସ ଗାଡି ମାଧ୍ୟମରେ କୃଷି ମନ୍ତ୍ରାଳୟ ନିଆଯାଇଥିଲା। ସେଠାରେ ସେମାନେ ନିଜର ଦାବୀ ଉପସ୍ଥାପନା କରିଥିଲେ। 

କୃଷକଙ୍କ ପ୍ରମୁଖ ଦାବୀ 

୧- ଭାରତର ସମସ୍ତ କୃଷକଙ୍କ ଋଣଛାଡ।

୨- କୃଷକଙ୍କୁ ଜଳସେଚନ ପାଇଁ ମାଗଣା ବିଜୁଳି।

୩- କୃଷକ ଏବଂ ଶ୍ରମିକଙ୍କୁ ମାଗଣା ଶିକ୍ଷା ଓ ସ୍ଵାସ୍ଥ୍ୟସେବା।

୪- କୃଷକ ଓ ଶ୍ରମିକଙ୍କୁ ୬୦ ବର୍ଷ ପରେ ୫ହଜାର ଟଙ୍କା ପେନସନ୍ ରାଶି ସହାୟତା ପ୍ରଦାନ।

୫- କୃଷକ ପ୍ରତିନିଧୀଙ୍କ ଉପସ୍ଥିତିରେ ଫସଲ ଦାମ୍ ନିର୍ଦ୍ଧାରଣ।

୬- କ୍ଷେତି କରୁଥିବା ସମୟରେ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ସହିଦ ଘୋଷଣା।

୭- କୃଷକଙ୍କ ସହ ସହ ପରିବାରକୁ ଦୁର୍ଘଟଣା ବୀମା ଯୋଜନାର ସୁବିଧା।

୮- ପଶ୍ଚିମ ଉତ୍ତର ପ୍ରଦେଶରେ ହାଇକୋର୍ଟ ଏବଂ ଏମ୍ସର ସ୍ଥାପନା। 

୯- ସମସ୍ତ ଦୂଷିତ ନଦୀକୁ ପ୍ରଦୂଷଣ ମୁକ୍ତ କରାଯାଉ। ଭାରତରେ ସ୍ଵାମୀ ନାଥନ ଆୟୋଗ ରିପୋର୍ଟ ଲାଗୁ ହେଉ। 

୧୦- କୃଷକଙ୍କୁ ଆଖୁ ଉପରେ ବକେୟା ଥିବା ଅର୍ଥ ରାଶି ସୁଧ ସହ ଫେରସ୍ତ।

୧୧- ରାସ୍ତାରେ ବୁଲୁଥିବା ଗାଇଙ୍କୁ ପ୍ରତିପାଳନ କରୁଥିବା ଗୋପାଳକଙଯକୁ ଦୈନିକ ୩୦୦ ଆର୍ଥିକ ସହଯୋଗ।