Home > ରାଷ୍ଟ୍ରୀୟ
ଆଜିଠୁ ପର୍ଯ୍ୟଟକ ବୁଲିପାରିବେ କାଶ୍ମୀର, ହଟିଲା ୨ ମାସର ପ୍ରତିବନ୍ଧକ
Khabar Odisha:national-odisha-visitors-will-go-kashmir-from-today
ମୁମ୍ବାଇ, ଅକ୍ଟୋବର ୧୦(ଖବର ଓଡିଶା):

ଦୀର୍ଘ ଦୁଇ ମାସ ପରେ ଜମ୍ମୁ ଓ କଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି । ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ୧୦ ଅକ୍ଟୋବର ଅର୍ଥାତ ଆଜିଠାରୁ ପ୍ରତ୍ୟାହୃତ କରାଯାଇଛି । ଫଳରେ ଏବେ ପର୍ଯ୍ୟଟକମାନେ ଘାଟିକୁ ବୁଲିବାକୁ ଯାଇ ପାରିବେ ।

ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାର ଠିକ୍‌ ୨ ଦିନ ପୂର୍ବରୁ ସମସ୍ତ ପର୍ଯ୍ୟଟକଙ୍କ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । ତୁରନ୍ତ ଘାଟି ଛାଡ଼ିବାକୁ କଡ଼ା ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା । ସେତେବେଳେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଥିବା କୁହାଯାଇଥିଲା । ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍‌ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଟ୍ରାଭେଲ୍‌ ଆଡଭାଇଜରୀକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଆଜିଠୁ  ଲାଗୁ ହେବ । ଫଳରେ ପର୍ଯ୍ୟଟକମାନେ ପୂର୍ବ ଭଳି ଘାଟିକୁ ବୁଲିବାକୁ ଯାଇ ପାରିବେ ।

ଏହା ପୂର୍ବରୁ ରାଜ୍ୟପାଳ ପ୍ରଥମେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏ ନେଇ ଗତ ସୋମବାର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରାମର୍ଶଦାତା ଓ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ । 

  • Tags: