Home > ରାଷ୍ଟ୍ରୀୟ
ଭଲ ଦିନ ଆସିଯାଇଛି, ଦେଶ ପରିବର୍ତ୍ତନ ହୋଇଛି: ଜେପି ନଡ୍ଡା
Khabar Odisha:national-political-odisha-bjp-national-working-president-jp-nadda-said-achhe-din-aa-gaye-hain
ନୂଆଦିଲ୍ଲୀ, ଜୁଲାଇ ୨୧ (ଖବର ଓଡିଶା) :

 ବିଜେପିର କାର୍ଯ୍ୟବାହକ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଳର କାର୍ଯ୍ୟକର୍ତାଙ୍କୁ ସମ୍ବୋନ୍ଧିତ କରିଛନ୍ତି । ସେ କହିଛନ୍ତି କି, ଭଲ ଦିନ ଆସିଯାଇଛି । ୨୦୧୪ରେ ବିଜେପି ଭଲ ଦିନ ଆସିବ ନାରା ଦେଇ ନିର୍ବାଚନ ଲଢିଥିଲା । ସେହି ସମୟରେ ସମସ୍ତେ ପ୍ରଶ୍ନ କରିଥିଲେ ଭଲ ଦିନ କେବେ ଆସିବ । କିନ୍ତୁ ଆଜି ମୁଁ ସ୍ପଷ୍ଟ ଭାବରେ କହିପାରୁଛି କି, ଭଲ ଦିନ ଆସିଯାଇଛି । ଦେଶ ପରିବର୍ତ୍ତନ ହୋଇଛି । କେବଳ ଆମକୁ ଜନତାଙ୍କୁ ବୁଝାଇବାକୁ ଆବଶ୍ୟକତା ରହିଛି । 

ତେବେ ଜେପି ନଡ୍ଡା ଏବେ ମହାରାଷ୍ଟ୍ର ଗସ୍ତରେ ଅଛନ୍ତି । ସେ ବିଭିନ୍ନ ସ୍ଥାନରେ ନେତା ମନ୍ତ୍ରୀ, ସାଂସଦଙ୍କ ସହ ସାକ୍ଷାତ କରିଛନ୍ତି ଏବଂ କହିଛନ୍ତି କି, ଲୋକସଭା ନିର୍ବାଚନରେ ବିଜେପି ଯେପରି ଭାବରେ ବିଜୟ ହାସଲ କରିଛି ସେହିଭଳି ଭାବରେ ବିଧାନସଭା ଆସନରେ ବିଜୟୀ ହେବାକୁ ପଡିବ । ତିନି ମାସ ପରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ କୌଣସୀ ପ୍ରକାରର ତ୍ରୁଟି ନରହିବା ଆବଶ୍ୟକ । ଏହି ସମୟରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀଶ ଏବଂ ଅନ୍ୟ ବିଜେପି ନେତାଙ୍କ ସହ ବୀର ସଭରକର ମେମୋରିୟାଲ ଏବଂ ବାଲ ଠାକରେ ମେମୋରିୟାଲ ଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।