Home > ରାଷ୍ଟ୍ରୀୟ
ପାକିସ୍ତାନର ଘାତକ ଷଡ଼ଯନ୍ତ୍ର: ୨୭୫ ଆତଙ୍କବାଦୀକୁ କଶ୍ମୀରରେ ପ୍ରବେଶ କରିବାକୁ ପ୍ରସ୍ତୁତ କରିଛି ୭ ଲଞ୍ଚ ପ୍ୟାଡ୍‌
Khabar Odisha:pakistan-set-up-7-launch-pad-to-infiltrate-275-terrorists-into-kashmir
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଖବର ଓଡ଼ିଶା):

ଆତଙ୍କବାଦୀ ପୋଷୁଥିବା ପାକିସ୍ତାନ ଭାରତରେ ବିରୋଧରେ କରିଛି ଏକ ବଡ଼ ଷଡ଼ଯନ୍ତ୍ର ରଚିଛି । ଜାମ୍ମୁ ଓ କଶ୍ମୀରରେ ୨୭୫ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ପାକିସ୍ତାନ ପ୍ରସ୍ତୁତ କରିଛି ୭ଟି ଲଞ୍ଚ ପ୍ୟାଡ୍‌ । ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେ ଦେଇ ଏହି ଅନୁପ୍ରବେଶକାରୀମାନେ ପ୍ରବେଶ କରିବେ ବୋଲି ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍‌ ରିପୋର୍ଟେ ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ ସୀମାରେ ପାକିସ୍ତାନ ଓ ଆଇଏସ୍‌ଆଇ ମିଳିତଭାବେ ୭ଟି ଲଞ୍ଚ ପ୍ୟାଡ୍‌ ସୀମାରେ ପ୍ରସ୍ତୁତ କରିଛନ୍ତି । ଉତ୍ତର କଶ୍ମୀରର ଗୁରେଜ ସେକ୍ଟରରେ ୮୦, ମଚ୍ଛଲ ସେକ୍ଟରରେ ୬୦, କର୍ଣ୍ଣହରେ ୪୦, କିରଣ ଓ ଉରି ସେକ୍ଟରରେ ୨୦ ଲେଖାଏଁ, ନୌଗାମ୍‌ରେ ୧୫ ଓ ରାମପୁର ସେକ୍ଟର ବାଟ ଦେଇ ୧୦ ଅନୁପ୍ରବେଶକାରୀ ଭାରତକୁ ପ୍ରବେଶ କରିବାକୁ ପଡ଼ୋଶୀ ପାକିସ୍ତାନ କରିଛି ଏହି ଘାତକ ଷଡ଼ଯନ୍ତ୍ର ।

ଆତଙ୍କବାଦୀ ଆକ୍ରମଣକୁ ସଫଳ କରିବାକୁ ପାକିସ୍ତାନ ୧୯୯୦ ମସିହାର ଭଳି ଯୋଜନା କରୁଛି । ଏବେ ସୀମାରେ ବିଦେଶୀ ଯୁଦ୍ଧାସ୍ତ୍ରକୁ ନିୟୋଜିତ କରୁଛି । ଭାରତୀୟ ଗୁଇନ୍ଦା ବିଭାଗ ଏହା ଉପରେ ତୀକ୍ଷଣ ନଜର ରଖିଛନ୍ତି । 

  • Tags: