Home > ରାଷ୍ଟ୍ରୀୟ
କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଣ୍ଠିକୁ 25 ହଜାର ଟଙ୍କା ଦାନ କଲେ ମାଆ ହୀରାବେନ
Khabar Odisha:pm-modi-mother-hira-baa-donate-25000-to-pm-care-fund-for-corona
ନୂଆଦିଲ୍ଲୀ, ମାର୍ଚ୍ଚ ୩୧ (ଖବର ଓଡ଼ିଶା):

କରୋନା ଜୀବାଣୁ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ PM Cares (PM-CARES) ପାଣ୍ଠି ସୃଷ୍ଟି କରିବା ଘୋଷଣା କରିବା ଦିନଠୁ ବିଶେଷ ବ୍ୟକ୍ତିମାନେ ଏହି ପାଣ୍ଠିରେ ଅକୁଣ୍ଠ ଚିତ ହସ୍ତରେ ଦାନ କରିବା ଜାରି ରଖିଛନ୍ତି | ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନ ମଧ୍ୟ ପିଏମ କେୟାର ଫଣ୍ଡକୁ କରୋନା ମୁକାବିଲା ନିମନ୍ତେ 25 ହଜାର ଟଙ୍କା ଦାନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ମହାମାରୀ କରୋନା ଜୀବାଣୁ ମୁକାବିଲା ପାଇଁ PM କେୟାର ଫଣ୍ଡ ଗଠନ କରାଯାଇଛି। ଏହାର ଗଠନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ଯେ କରୋନା ସହିତ ଯୁଦ୍ଧ କରିବା ପାଇଁ ଅଧିକରୁ ଅଧିକ ଦାନ କରନ୍ତୁ | ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତି ପାଣ୍ଠି (PM CARES ପାଣ୍ଠି) ନାମକ ଏକ ପୃଥକ ସାର୍ବଜନୀନ ଦାନକାରୀ ଟ୍ରଷ୍ଟ ଭାବରେ PM କେୟାର ପାଣ୍ଠି ଗଠନ କରିଥିଲେ |

  • Tags: