Khabar Odisha:Odisha-hikes-tariff-for-retail-power-consumers

ଶିଳ୍ପ ଉପରେ ଗଡୁଛି ୬୦୦୦ କୋଟିର ବାକି ହେଲେ ସାଧାରଣ ଜନତାଙ୍କ ପାଇଁ ବିଜୁଳି ହେଉଛି ମହଙ୍ଗା

ରାଜ୍ୟରେ ବଢିଛି ବିଜୁଳି ଦର । ବହୁ ଆଲୋଚନା ବିଚାର ପରେ ସରକାର ମୋହର ଲଗାଇଛନ୍ତି ବର୍ଦ୍ଧିତ ଦରରେ । ସାଧାରଣ ଗ୍ରାହକଙ୍କ ପାଇଁ ୟୁନିଟ ପିଛା ବଢିଛି ୧୦ ପଇସା । ଗତ ୭ ବର୍ଷରେ ଏହା ହେଉଛି ୫ଥର ପାଇଁ ଦର ବୃଦ୍ଧି । ହେଲେ ସାଧାରଣ ଖାଉଟି ଗ୍ରାହକ ମାନଙ୍କ ପାଇଁ ଦର ୫ଥର ବଢସାରିଥିଲାବେଳେ ରାଜ୍ୟରେ ଶିଳ୍ପ ସଂସ୍ଥା ପାଇଁ କିନ୍ତୁ ଏ ଦର ଥରଟିଏ ବି ବଢିନାହିଁ । ବରଂ ସରକାରୀ କଳର ଦରଦ ଏହି ଶିଳ୍ପ ସଂସ୍ଥାମାନଙ୍କ ପାଇଁ ବଢିବାରେ ଲାଗିଛି । ଦର ବଢିବା ପଛର କାରଣ ବୁଝାଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ମୁଖ୍ୟ ୫ଟି କାରଣ ଦର୍ଶାଇଛନ୍ତି । ବିଶେଷକରି କୋଇଲା ଦର ବଢିବା ସହ ଜଳ ବିଦ୍ୟୁତ ଉପ୍ତାଦନ ଆଶାତୀତ ବୃଦ୍ଧିନପାଇବା ରାଜ୍ୟ ବିଦ୍ୟୁତ ଉପ୍ତାଦନ ଉପରେ ସଙ୍କଟ ସୃଷ୍ଟି କରିଛି । ଏବେ ରାଜ୍ୟରେ ମୋଟ ୯୬ ଲକ୍ଷ ୫୩ ହଜାର ପରିବାର ମଧ୍ୟରୁ ୬୧ ଲକ୍ଷ ୯୨ ଜହାର ପରିବାର ବିଦ୍ୟୁତ ସଂଯୋଗ ପାଇଛନ୍ତି । ଆଜିବି ପାଖାପାଖି ୩୪ ଲକ୍ଷ ପରିବାର ବିଜୁଳି ଆଲୁଅରୁ ବଂଚିତ । ପାଖାପାଖି ୩୬% ଲୋକ ବିଜୁଳିରୁ ବଂଚିତ ହୋଇବି ଆଜି ବିଜୁଳି ଚାହିଦା ଦୃଷ୍ଟିରୁ ରାଜ୍ୟରେ ଏ ନିଅଣ୍ଟ ସ୍ଥିତି । ଯେବେ ବିଜୁଳି ଆଲୁଅରୁ ବଂଚିତ ଥିବା ପରିବାରକୁ ବିଜୁଳି ସଂଯୋଗ ଦିଆଯିବ ତାହେଲେ ବିଦ୍ୟୁତ ଚାହିଦା ସ୍ଥିତି କେତେ ଗମ୍ଭୀର ହେବ ତାହା ଏବେଠାରୁ ସରକାର ଚିନ୍ତା କରିବା ଦରକାର । ଦୀର୍ଘ ବର୍ଷ ବର୍ଷ ପରେବି ଜଳ ବିଜୁଳି ଉପ୍ତାଦନ କ୍ଷମତା ନବଢାଇ ଖାଲି ଦର ବଢେଇ ଚାଲିବା ନିହାତି ଭାବରେ ସରକାରଙ୍କ ଏକ ଅଦ୍ଭୁତ ନିଷ୍ପତି ବୋଲି କୁହାଯାଇପାରେ । ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ସମସ୍ତଙ୍କୁ ସମାନ ସୁବିଧା ମିଳିବା ଶାସନ ଦାୟୀତ୍ୱରେ ଥିବା ବ୍ୟବସ୍ଥାର ଉତ୍ତର ଦାୟୀତ୍ୱ । କିନ୍ତୁ ରାଜ୍ୟରେ ଆଜିବି ୩୬% ପରିବାର ବିଜୁଳି ଆଲୁଅରୁ ବଂଚିତ ହେବା ନିହାତି ପକ୍ଷେ ନିନ୍ଦାର ବିଷୟ ।

Anil Biswal 24/03/2017
Khabar Odisha:46-MOU-work-not-started-in-Odisha-POSCO-Mittal

ପୋସ୍କୋ ଛଡା ଆହୁରି ପଡିଛି ୪୬ ଏମଓୟୁ, ଶିଳ୍ପ ହେବ ନା ସେମାନେ ବି କହିବେ ବାଏ ବାଏ

ପୋସ୍କୋ ସହ ରାଜ୍ୟ ସରକାର ବୁଝାମଣା ପତ୍ର କରିଥିଲେ ୨୦୦୫ ମସିହାରେ । ୫୧ ହଜାର କୋଟି ଟଙ୍କାରେ ନିର୍ମାଣ ହେବାର ଲକ୍ଷ୍ୟ ଥିଲା ଏହି ମେଗା ଷ୍ଟିଲ ପ୍ଲାଣ୍ଟ । ଆଉ ଆଜି ଶିଳ୍ପ ମନ୍ତ୍ରୀ ସ୍ପଷ୍ଟ ସନ୍ଦେଶ ଦେଲେକି ପୋସ୍କୋ ପ୍ରକଳ୍ପ ବାତିଲ ହେଲା । ଏହାକୁ ନେଇ ରାଜ୍ୟ ରାଜନୀତି ପୁରା ସରଗରମ ହେବାରେ ଲାଗିଛି । କିନ୍ତୁ କେବଳ ଯେ ପୋସ୍କୋ ପ୍ରକଳ୍ପ ରାଜ୍ୟରେ ବନ୍ଦ ହେବାକୁ ଯାଉନାହିଁ ଆହୁରି ଅନେକ ବଡ ବଡ ପ୍ରକଳ୍ପ ଏହି ତାଲିକାରେ ଅଛନ୍ତି । ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ୨୦୦୦ ମସିହାରେ କ୍ଷମତାକୁ ଆସିଲା ପରେ ୨୦୧୫ ପର୍ଯ୍ୟନ୍ତ ୧୫ ବର୍ଷ ଭିତରେ ରାଜ୍ୟ ସରକାର ମୋଟ ୯୨ଟି ଶିଳ୍ପ ପ୍ରତିଷ୍ଠା ପାଇଁ ବୁଝାମଣା କରିଥିଲେ । ସେଗୁଡିକ ସବୁ ଥିଲା ଖଣିଜଭିତିକ ଭାରୀ ଶିଳ୍ପ । ତନ୍ମଧ୍ୟରୁ ମାତ୍ର ୪୬ଟି ସ୍ଥାପିତ ହୋଇପାରିଛି ବାକି ଆଉ ୪୬ଟିର ସ୍ଥାପନା ହୋଇପାରିନାହିଁ । ଏପରିକି ଅନେକ କାରଖାନାର ନିର୍ମାଣ ପାଇଁ ଇଟା ଖଣ୍ଡିଏବି ପଡିନାହିଁ । ଆଉ ସରକାର ସ୍ଥାପିତ ହୋଇସାରିଥିବା ତାଲିକାରେ ଯେଉଁ ୪୬ଟିର ତାଲିକା ଦେଇଛନ୍ତି ସେଥିରୁ ପୂର୍ଣ ଉତ୍ପାଦନ କରୁଛନ୍ତି ମାତ୍ର ତିନୋଟି । ବାକି ୪୩ଟିରୁ କୌଣସି ଗୋଟିଏବି ଏବେ ଯାଏଁ ବୁଝାମଣା ପତ୍ରରେ ଲିଖିତ ଚୁକ୍ତି ଅନୁସାରେ ଉପ୍ତାଦନକ୍ଷମ ହୋଇପାରିନାହାନ୍ତି ।

Anil Biswal 19/03/2017
Khabar Odisha:Congress-Mukta-Bharat-BJP-Signs-on-Western-Northen-North-East-States

କଂଗ୍ରେସ ମୁକ୍ତ ଭାରତ: ପଶ୍ଚିମ, ଉତ୍ତର, ମଧ୍ୟ, ଉତ୍ତର-ପୂର୍ବରାଜ୍ୟ ମାନଙ୍କରେ ବିଜେପି ସରକାର, କଂଗେସ ମାତ୍ର ୬ ରାଜ୍ୟରେ ସୀମିତ

୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ଗୋଟିଏ ପ୍ରମୁଖ ସ୍ଲୋଗାନ ଥିଲା କଂଗ୍ରେସ ମୁକ୍ତ ଭାରତ । ଏବେ ସଦ୍ୟ ସମାପ୍ତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ ଯାହା ଚିତ୍ର ଆସିଛି ସେଥିରେ ସାରା ଭାରତରେ ଥିବା ସମସ୍ତ ବଡ ରାଜ୍ୟ ମଧ୍ୟରୁ ଅଳ୍ପ କେତୋଟିକୁ ଛାଡିଦେଲେ ବାକି ସବୁ ରାଜ୍ୟରେ ବିଜେପି ଶାସନରେ ସରକାର ଚାଲିଛି । ଉଲ୍ଲେଖ୍ୟନୀୟ କଥା ହେଲା ଦେଶର ଜନସଂଖ୍ୟା ଦୃଷ୍ଟିରୁ ବଡ ୧୦ଟି ରାଜ୍ୟ ମଧ୍ୟରୁ କେବଳ ଗୋଟିଏ, କର୍ଣାଟକରେ କଂଗ୍ରେସ ସରକାର ଥିବାବେଳେ ବିଜେପି ହାତରେ ଅଛି ୬ଟି ରାଜ୍ୟ । ଲୋକସଂଖ୍ୟା ଦୃଷ୍ଟିରୁ ଏକ ନମ୍ବର ରାଜ୍ୟ ଉତ୍ତର ପ୍ରଦେଶରେ ବିଜେପିର ସରକାର ହେବାକୁ ଯାଉଥିବା ବେଳେ ଦୁଇ ନମ୍ବର ରାଜ୍ୟ ମହାରାଷ୍ଟ୍ର ରେ ବିଜେପିର ସରକାର ଅଛି । ଏଠାରେ କହିବା ଜରୁରୀ କି କେବଳ ୟୁପି ଓ ମହାରାଷ୍ଟ୍ରର ଲୋକସଂଖ୍ୟା ଭାରତର ମୋଟ ଲୋକସଂଖ୍ୟାର ୨୫% ।

Anil Biswal 14/03/2017
Khabar Odisha:Chief-Minister-Womens-Day-No-Data-About-Women-Crime

ଅବିଶ୍ୱାସ ଲାଗିଲେବି ସତ, ମୁଖ୍ୟମନ୍ତ୍ରୀଙ୍କ ପାଖେ ତଥ୍ୟ ନାହିଁ ରାଜ୍ୟରେ ମହିଳା ବିରୋଧୀ ହିଂସାବିଷୟରେ

ଗୃହ ବିଭାଗର ମନ୍ତ୍ରୀ ହେଉଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ଆଉ ଖୋଦ ମୁଖ୍ୟମନ୍ତ୍ରୀଙ୍କ ପାଖେ ତଥ୍ୟ ନାହିଁ ରାଜ୍ୟରେ ୨୦୧୦ରୁ ୨୦୧୬ ମଧ୍ୟରେ କେଉଁ ବର୍ଷ ମହିଳାଙ୍କ ବିରୋଧରେ କେତୋଟି ହିଂହାକାଣ୍ଡ ଘଟିଛି । ଅବିଶ୍ୱାସ ଲାଗିଲେବି ସତ । ଏକଥା ମୁଖ୍ୟମନ୍ତ୍ରୀ କୌଣସି ସଭା ସମିତିରେ ଭାଷଣ ଆକାରରେ ଦେଇନାହାନ୍ତି । ରାକ୍ୟ ବିଧାନସଭାରେ ଉତ୍ତର ହାତକାଟି ଲେଖିକି ଦେଇଛନ୍ତି । ବିଧାୟକ ଚନ୍ଦ୍ରଶେଖର ମାଝି ଅଣତାରକା ପ୍ରଶ୍ନ ସଂଖ୍ୟା ୩୮୮, ତାରିଖ – ୦୫/୧୨/୨୦୧୬ରେ ପଚାରିଥିଲେ, ୨୦୧୦ ରୁ ୨୦୧୬ ମସିହା ମଧ୍ୟରେ କେତୋଟି ମହିଳା ହିଂସାକାଣ୍ଡ ଘଟିିଛି , ଏହି ସବୁ ମାମଲାରୁ କେତୋଟିରେ ଆସାମୀଙ୍କୁ ଦଣ୍ଡବିଧାନ କରାଯାଇଛି ଇତ୍ୟାଦି । ଆଉ ଖୋଦ ମୁଖ୍ୟମନ୍ତ୍ରୀ, ଯିଏ କେବଳ ଗୃହ ବିଭାଗ ନୁହେଁ ସାରା ସରକାରର ମୁଖିଆ ଉତ୍ତର ଦେଲେ “ତଥ୍ୟ ସଂଗ୍ରହ କରାଯାଉଛି” । ଏଥିରୁ ଜଣାପଡୁଛି ସରକାରଙ୍କ କେତେ ଦାୟିତ୍ୱହୀନ ପାଲଟି ଯାଇଛନ୍ତି ମହିଳାଙ୍କ ପ୍ରତି ।

Anil Biswal 08/03/2017
Khabar Odisha:Biju-Pucca-Ghar-Yojana-No-Allocation-In-Odisha-Budget

ବଜେଟରେ ବିଜୁ ପକ୍କାଘରକୁ ଅନୁଦାନ ନାହିଁ , ଯାହା ହେବ ସବୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ

ବିଜୁ ପକ୍କାଘରର ସଂଖ୍ୟାକୁ ନେଇ ରାଜ୍ୟରେ ଚର୍ଚା କିଛି କମ ନୁହେଁ । ଗତ ୨ ବର୍ଷରେ ୧୦ ଲକ୍ଷ ବିଜୁପକ୍କାଘର ନିର୍ମାଣ କରିଥିବା କଥା ରାଜ୍ୟ ସରକାରଙ୍କ ଘୋଷଣା କରିଥିଲେ । ସେ ତଥ୍ୟର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଲେ ଉଭୟ ବିରୋଧି ଦଳ ବିଜେପି ଓ କଂଗ୍ରେସ । ରାଜ୍ୟ ବିଜେପି ବିଭିନ୍ନ ଗଣମାଧ୍ୟମ ଆଗରେ ବିଭିନ୍ନ ସରକାରୀ ରିପୋର୍ଟକୁ ଆଣି ଉପସ୍ଥାପନ କରଥିଲା ଯେଉଁଥିରେ ପ୍ରମାଣିତ ହେଲା ୨ ବର୍ଷ ନୁହେଁ ୧୫ ବର୍ଷରେ ରାଜ୍ୟରେ ତିଆରି ହୋଇଛି ୧୦ ଲକ୍ଷ ଘର । ସେଥିରୁ ୮.୫ ଲକ୍ଷ ହେଉଛି କେନ୍ଦ୍ର ଯୋଜନାରେ । ମାତ୍ର ୧.୫ ଲକ୍ଷ ପକ୍କା ଘର ହୋଇଛି ବିଜୁ ପକ୍କାଘର ଯୋଜନାରେ । ତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ତର୍କ ବିତର୍କ ବି ଚାଲିଲା । କେଉଁଠି ବି ସରକାରୀ ଦଳର ମୁଖପାତ୍ର ମାନେ ପ୍ରମାଣ କରିପାରିଲେ ନାହିଁ ଯେ ଗତ ୨ ବର୍ଷରେ ତିଆରି ହୋଇଛି ୧୦ ଲକ୍ଷ ପକ୍କା ଘର । ବରଂ ଗାଲୁଆମି ଭାଷାରେ କହିଲେଯେ ଘର ନିର୍ମାଣ ଆଗରୁ ସରିଥିଲା କିନ୍ତୁ ଘର ସରିବାର ପ୍ରମାଣ ପତ୍ର ଏବେ ଦିଆଗଲା । ରାଜ୍ୟ ସରକାରଙ୍କ ପ୍ରକାଶିତ ସୂଚନା ପୁସ୍ତିକା “ଆଇନା” ରେ ବି ୨ ବର୍ଷରେ ୧୦ ଲକ୍ଷ ବିଜୁପକ୍କା ଘର ନିର୍ମାଣ ହୋଇଥିବା କଥା କହିଥିଲେ ରାଜ୍ୟ ସରକାର । ପଂଚାୟତ ନିର୍ବାଚନ ସମୟରେ ବିଭିନ୍ନ ବୌଦୁତିକ ଗଣମାଧ୍ୟମରେ ଶାସକ ବିଜୁ ଜନତା ଦଳର ଦଳୀୟ ନିର୍ବାଚନ ପ୍ରଚାରରେ ବି ରାଜ୍ୟରେ ବିଜୁ ପକ୍କାଘର ଯୋଜନାରେ ଗତ ୨ ବର୍ଷରେ ୧୦ ଲକ୍ଷ ପକ୍କା ଘର ତିଆରି ହୋଇଛି ବୋଲି ବିଂଗ୍ୟାପନ ମଧ୍ୟ ବହୁଳ ମାତ୍ରାରେ ଦିଆଯାଇଥିଲା ।

Anil Biswal 03/03/2017
Khabar Odisha:Odisha-State-Budget-2017-18

ରାଜ୍ୟ ବଜେଟରେ କେନ୍ଦ୍ରୀୟ ଛାପ

ଆଜି ଆସିଛି ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିର ଚତୁର୍ଥ ବଜେଟ । ପଂଚାୟତ ନିର୍ବାଚନରେ ଖରାପ ପଦର୍ଶନ ପରେ ଏହି ବଜେଟ ରାଜନୌତିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୁର୍ଣ୍ର ଥିଲା । ଆଜି ବଜେଟ ଏକ ନୁଆ ରୁପରେ ପ୍ରସ୍ତାବିତ ହୋଇଛି । ଖର୍ଚ ରାଶି ବିଭାଗ ହିସାବରେ ବଣ୍ଟନ ନକରାଯାଇ ଯୋଜନା ହିସାବରେ କରାଯାଇଛି ଯାହା ଏକ ଭଲ ପଦକ୍ଷେପ ବୋଲି କୁହାଯାଇପାରେ । କିନ୍ତୁ ମୋଟାମୋଟି ଭାବେ ଯାହା ରୁପରେଖ ଅଛି ସେପରି କିଛି ନୁଆ କଥା ଏ ବଜେଟରେ ନାହିଁ । ଗତ ବର୍ଷ ବଜେଟର ରୁପରେଖ ଯାହା ଥିଲା ପ୍ରାୟ ସମାନ ଅଛି ଚଳିତ ବଜେଟରେ କିନ୍ତୁ ଅନେକ ନୁଆ ଯୋଜନାର ଶୁଭାରମ୍ଭ କରାଯାଇଛି । ବଜେଟରେ କେନ୍ଦ୍ରୀୟ ଯୋଜନାକୁ ଆଗ୍ରାଧିକାର ଦିଆଯାଇଛି ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ବାଧ୍ୟବାଧକତା ପାଲଟିଛି ପରି ମନେ ହେଉଛି । କାରଣ ରାଜ୍ୟର ନିଜସ୍ୱ ଆୟ ସେପରି ଭଲ ନାହିଁ ।

Anil Biswal 27/02/2017
Khabar Odisha:BJP-Successful-in-KBK-BJD-on-Second-Place

କେବିକେରେ ଫୁଟିଲା ପଦ୍ମ, ବିଜେଡି ରହିଲା ପଛରେ

୨୦୧୭ ପଂଚାୟତ ନିର୍ବାଚନର ଯାହା ବେସରକାରୀ ଭାବେ ଫଳାଫଳ ଆସିଛି , କେବିକେ ଜିଲ୍ଲାରେ ବିଜେପି ଢେର ଜବରଦସ୍ତ ପଦର୍ଶନ କରିଛି । ବିଜେପିର ସଫଳତାର ହାର ଦଳ ରାଜ୍ୟର ବାକି ଅଂଚଳରେ ପାଇଥିବା ସଫଳତା ହାରଠାରୁ ଅଧକ । କେବିକେ ଅଚଂଳରେ ଥିବା ସମୁଦାୟ ୮ ଜିଲ୍ଲାରୁ ବିଜେପି ୪ଟି ଜିଲ୍ଲାରେ ଅଧକ୍ଷ ପଦ ପାଇବା ନିଶ୍ଚିନ୍ତ ହୋଇଯାଇଛି । କେବିକେରେ ସମୁଦାୟ ୧୮୭ଟି ଆସନରୁ ବିଜେପି ୯୦ଟି ରେ ଜିତିପାରିଛି । ୨୦୧୨ ପଂଚାୟର ନିର୍ବାଚନରେ ଦଳ ମାତ୍ର ୬ଟି ଆସନରେ ଜିତିପାରିଥିବା ବେଳେ ୨୦୧୭ରେ ଏହା ୮୪ଟି ଅଧିକ ଆସନ ପାଇଛି । କେବିକେ ଜିଲ୍ଲା ମାନଙ୍କ ମଧ୍ୟରେ ସବୁଠାରୁ ବଡ ଜିଲ୍ଲା ଦୁଇଟି ବଲାଙ୍ଗୀର, କଳାହାଣ୍ଡିରେ ଦଳ ପୁରା ସ୍ପଷ୍ଟ ବହୁମତ ହାସଲ କରିପାରିଛି । ଅନ୍ୟ ବଡ ଜିଲ୍ଲା କୋରାପୁଟ ଚାଲିଯାଇଛି ବିଜୁ ଜନତା ଦଳକୁ ।

Anil Biswal 23/02/2017
Khabar Odisha:PCC-Chief-Prasad-Harichandan-Resign

କଂଗ୍ରେସ କୁ ଧରିଲା କଙ୍କଡା ରୋଗ, ହଲିଲା ପିସିସି ଚୌକି !

ପଞ୍ଚାୟତ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଏବେ କଂଗ୍ରେସରେ ବହିଲାଣି ବିଦ୍ରୋହର ବହ୍ନି । ଦଳର ବରିଷ୍ଠ ନେତାମାନେ ଖୋଲାଖୋଲି ଭାବେ ଦଳର ନେତାଙ୍କ ବିରୋଧରେ ମନ୍ତବ୍ୟ ପ୍ରଦାନ କଲେଣି । କେବଳ ରାଜ୍ୟ ନେତୃତ୍ବ ନୁହେଁ ଏବେ ଦଳର ହାଇକମାଣ୍ଡ ଏପରିକି ଏଆଇସିସିର ବରିଷ୍ଠ ନେତାଙ୍କୁ ମଧ୍ୟ ସମାଲୋଚନା କରାଗଲାଣି । ଦଳର ନେତାମାନେ ଖୋଲାଖୋଲି ଭାବେ ପିସିସି ସଭାପତିଙ୍କ ଇସ୍ତଫା ମଧ୍ୟ ଦାବି କଲେଣି । ଏପରିକି କଙ୍କଡା ରୋଗ ପାଇଁ ଚର୍ଚ୍ଚାରେ ରହିଥିବା କଂଗ୍ରେସ ଦଳରେ ପୁଣି ସେ ପୁରୁଣା ରୋଗ ବାହାରିଛି । ପଞ୍ଚାୟତ ନିର୍ବାଚର ମାତ୍ର କେଇଦିନ ପୂର୍ବରୁ ଥମିଯାଇଥିବା ରୋଗ ପୁଣି ଦଳର ନେତାଙ୍କୁ ଗ୍ରାସ କରିଛି ବୋଲି କର୍ମୀମାନଙ୍କ ମହଲରେ ଆଲୋଚନା ଆରମ୍ଭ ହୋଇଗଲାଣି । ଏପରିକି ପରାଜୟ ମାଡରେ ମର୍ମାହତ ହୋଇପଡିଥିବା ନେତାମାନେ ଏବେ ଗଣମାଧ୍ୟମରେ ନେତାଙ୍କ ବିରୋଧରେ ବିଶଦଗାର କରିବା ଆରମ୍ଭ କରିଦେଇଛନ୍ତି ।

ଶ୍ରୀହରି ଦାଶ 21/02/2017
Khabar Odisha:BJD-Looses-One-Rupees-Rice-Vote-Bank

ଭାଙ୍ଗୁଛି ବିଜେଡିର ଟଙ୍କିକିଆ ଚାଉଳ ଭୋଟ ବ୍ୟାଙ୍କ

ରାଜ୍ୟ ରାଜନିତିରେ ଟଙ୍କିକିଆ ଚାଉଳର ପ୍ରଭାବ କାହାକୁ ଅଜଣା ନାହିଁ । ଚର୍ଚା ହୁଏଯେ କେବଳ ଟଙ୍କିକିଆ ଚାଉଳ ପାଇଁ ନବୀନ ପଟନାୟକ ୨୦୦୯ରେ ଏକାକୀ କ୍ଷମତାକୁ ଆସିପାରିଥିଲେ । କେବଳ ୨୦୦୯ ନୁହେଁ ୨୦୧୪ରେ ବି ନବୀନ ପଟନାୟକ ଯେତେ ନିର୍ବାଚନ ସଭା କରିଥିଲେ କେଉଁଠିବି ଟଙ୍କିକିଆ ଚାଉଳ କଥା ମନେ ପକେଇବାକୁ ଭୁଲି ନଥିଲେ । ଗରୀବ ଓଡିଶାରେ ଭୋଟ ମାଗିବା ପାଇଁ ଏହାଠାରୁ ଆଉ ଭଲ ନିର୍ବାଚନ ସ୍ଲୋଗାନ କଣ ହେଇପାରେ ବୋଲି ବୋଧେ ବିଜେଡି ମୁଖିଆ ଢେର ଭଲ ଭାବରେ ବୁଝିପାରିଥିଲେ । ଏପରିକି ଗ୍ରାମାଚଂଳରେ ଯାହାକୁ ପଚରାଯାଉଥିଲା ଯେ ନବୀନ ପଟନାୟକଙ୍କୁ କାହିଁକି ଭୋଟ ଦେଉଛ । ଉତର ଆସୁଥିଲା ସେ ଆମକୁ ୧ ଟଙ୍କାରେ ଚାଉଳ ଦେଉଛନ୍ତି । ବିଜେଡିର ପ୍ରାୟ ସବୁ ନେତା, ମନ୍ତ୍ରୀ ଯେଉଁଠିକି ବି ସଭାସମିତି ଯାଉଥିଲେ ପୁରା ଦମ୍ଭରେ କହୁଥିଲେ ଆମେ ଲୋକଙ୍କୁ ଚାଉଳ ଦଉଛୁ । କହିବାର ଢଙ୍ଗ ମଧ୍ୟ ଏପରି ଥିଲା ଯେପରି ଚାଉଳ ଦେବାଟା ବିଜୁ ଜନତା ଦଳ ସରକାରର ସବୁଠୁ ବଡ ସଫଳତା ଥିଲା । ଗାଁ ରେ ଚାଉଳ ପାଉଥିବା ଲୋକମାନେ ବିଜୁ ଜନତା ଦଳର ଶକ୍ତ ଭୋଟ ବ୍ୟାଙ୍କ ପାଲଟିଯାଇଥିଲେ ।

Anil Biswal 15/02/2017
Khabar Odisha:Congress-in-big-trouble

କଂଗ୍ରେସରେ ବତାସ, ହଲିଲାଣି ପ୍ରସାଦଙ୍କ ଚୌକି !

ପ଼ଞ୍ଚାୟତ ନିର୍ବାଚନରେ ମାଟି କାମୁଡିଲା ୧୩୦ ବର୍ଷର କଂଗ୍ରେସ ଦଳ । ଦଳର ସ୍ଥିତି ଏପରି ହୋଇଛି ଯେ, ମୁଖ୍ୟ ବିରୋଧୀ ଦଳ ଭାବେ ରହିଥିବା କଂଗ୍ରେସ ଦଳ ତୃତୀୟ ସ୍ଥାନକୁ ଖସିଆଯିଛି । ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୧୮୮ଟି ଆସନରୁ ଦଳ ମାତ୍ର ୧୧ ଟି ଆସନ ପାଇବାରେ ସକ୍ଷମ ହୋଇଛି। ଏପରିକି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୦୧୨ ମସିହାରେ କଂଗ୍ରେସ ଦଳ ୨୨ଟି ଆସନ ପାଇଥିବା ବେଳେ ଚଳିତ ଥର ଏହି ସଂଖ୍ୟା ୧୧ରେ ପହଁଞ୍ଚିଛି । ତେବେ କଂଗ୍ରେସର ଏହିପରି ସ୍ଥିତି ରାଜ୍ୟରେ କଂଗ୍ରେସ ଦଳ ଏକପ୍ରକାର ନିର୍ମୁଳ ହେବାକୁ ଯାଉଛି ଏକଥାକୁ ଏଡାଇ ଦେଇହେବନାହିଁ ।

ଖବର ଓଡ଼ିଶା 14/02/2017
Khabar Odisha:which-is-important-a-vote-or-a-Note

କେଉଁଟା ମୂଲ୍ୟବାନ୍ ଖଣ୍ଡିଏ ନୋଟ୍ ନା ଗୋଟିଏ ଭୋଟ୍ ?

ଆବ୍ରାହମ୍ ଲିଙ୍କନ୍‌ଙ୍କ ମତରେ, ‘ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ବିଧି ବ୍ୟବସ୍ଥା’। ଜାତିର ପିତା ମହାତ୍ମା ଗାନ୍ଧୀ କୁହନ୍ତି, ‘ଦେଶର ଆତ୍ମା ଗାଁରେ ରହିଛି, ଯଦି ଗାଁର ବିକାଶ ନ ହୁଏ, କେମିତି ଅବା ଦେଶର ବିକାଶ ହେବ’। ପଂଚାୟତର ବିକାଶ ବିନା ଦେଶର ବିକାଶ ଅସମ୍ଭବ। ସମୟ ଆସିଛି ଆମେ ଆମ ପଂଚାୟତ ବିକାଶର କଥା ଚିନ୍ତା କରିବା ପାଇଁ।

ଖବର ଓଡ଼ିଶା 09/02/2017
Khabar Odisha:Bollywood-style-looks-in-Odia-Jollywood

ଓଲିଉଡ୍ ପରେ ଜଲିଉଡ୍‌ରେ ବି ଦେଖିବାକୁ ମିଳୁଛି ବଲିଓଡ୍‌ ଝଲକ୍...

ଦିନଥିଲା ଆମେ ଆମ କଳା,ସଂସ୍କୃତି ଓ ପରମ୍ପରା କୁ ନେଇ ଗର୍ବ ଅନୁଭବ କରୁଥିଲେ। ଆମ ନାଟକ, କଳାରେ ଥିଲା ଖାଂଟି ଓଡିଆ ପାରିବାରିକ କାହାଣୀର ଛାପ। କିନ୍ତୁ କଣ ହୋଇଛ କେଜାଣି ଆମ ଲୋକମାନେ ଧିରେ ଧିରେ ପଶ୍ଚିମି ଢ଼ାଂଚା ଆଡକୁ ଢ଼ଳିପଡିଲେଣୀ। ପଶ୍ଚିମି ସଭ୍ୟତାର ଏକ ଅଜବ ସ୍ୱାଦ ଆଜି ବାରି ହୋଇପଡେ ଆମ ମାନଙ୍କ ଚାଲି ଚଳନ ଖାଦ୍ୟ ପେୟ ପୋଷାକ ପତ୍ର ମାଧ୍ୟମରେ। ଯାହା ବର୍ତମାନ ପରିସ୍ଥିତିରେ ଆମ ସମାଜ ଉପରେ ହାବି ହେବାକୁ ବସିଲାଣି। ଏଥିରୁ ବା ବାଦ୍ ପଡନ୍ତା କିପରି ଓଲିଉଡ୍ ଓ ଜଲିଉଡ୍ ଜଗତ। ଆଗରୁ ଓଲିଉଡ୍ ତ ବଲିଉଡ୍ ଓ ବଙ୍ଗୀୟ କଳାକାରମାନେ ପାଦଥାପି ସାରିଥିଲେ କିନ୍ତୁ ଏବେ ଏହିପରି ଏକ ଉଦାହରଣ ଦେଖିବାକୁ ମିଳୁଛି ଜଲିଉଡ୍ ବା ଯାତ୍ରା ଜଗତରେ। କାହିଁ କେଉଁ ଆଦିମ କାଳରୁ ଚାଲିଆସୁଥିବା ଯାତ୍ରା ଦୁନିଆରେ ଓଲିଉଡ୍ କଳାକାରମାନେ ତ ଆଗରୁ ଡେରାପକାଇଥିଲେ ଏବେ କିନ୍ତୁ ଏହା ଗୋଟେ ପାଦ ଆଗକୁ ଯାଇ ବଲିଉଡ୍ର କଳାକାରମାନଙ୍କୁ ନିଜ ଭିତରେ ସାମିଲ୍ କଲାଣି। ଏଥିରୁ ବାଦ ପଡିନି ଯାତ୍ରାର କାହାଣୀ, ମେଲୋଡି ହେଉ କିମ୍ବା ସାଜସଜ୍ଜା। ସବୁକିଛି ଭିତରେ ଦେଖିବାକୁ ମିଳୁଛି ବଲିଉଡ୍ ଷ୍ଟାଇଲ୍। ଗତକିଛି ବର୍ଷ ହେଲାଣି ଯାତ୍ରାଦୁନିଆରେ ଦେଖିବାକୁ ମିଳୁଛି ବଲିଉଡ୍ ଦ୍ୱୀତିୟ ଧାଡିର ଶସ୍ତା ତଥା ଲୋକପ୍ରିୟ ହରାଇ ସାରିଥିବା କଳାକାରମାନଙ୍କୁ। ସେମାନେ ସେଠାରେ ନିଜର ଅସ୍ତିତ୍ୱ ହରାଇସାରିବା ପରେ ଆସି ଡେରା ପକାଇ ବସିଲେଣି ଓଡିଆ କଳାଜଗତରେ।

ଖବର ଓଡ଼ିଶା 08/02/2017
Khabar Odisha:BJP-BJD-Congree-Raman-Singh-Panchayat-Election-Campaign

ରମଣଙ୍କୁ ନେଇ ବିବ୍ରତ ବିଜେଡି ! ବିଜେପି ପାଇଁ ଅଗ୍ନିପରୀକ୍ଷା, ବିରୋଧ ପାଇଁ କଂଗ୍ରେସ ସଜବ।ଜ

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେଣୀ ୩ ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସର ହେଭିୱେଟ । ଆସନ୍ତା ୯ ତାରିଖରେ ବିଜେପି ପାଇଁ ପ୍ରଚାର କରିବ ଛତିଶଗଡର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରମଣ ସିଂହ । ରମଣଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ବିଜେପି ବିଧାୟକ ଦଳ ନେତା କନକବର୍ଧନ ସିଂଦେଓଙ୍କ ସମେତ ଛତିଶଗଡ ବିଜେପିର ବରିଷ୍ଠ ନେତାମାନଙ୍କ ଉପସ୍ଥିତରେ ଚାଲିଛି ପ୍ରସ୍ତୁତି କାର୍ୟ୍ୟ । ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ୯ ଓ ୧୧ ଦୁଇଦିନ ଧରି ଓଡିଶାରେ ପ୍ରଚାର କରିବେ । ରାଜ୍ୟର ବଲାଙ୍ଗୀର, ସୁନ୍ଦରଗଡ ଓ ଝାରସୁଗୁଡାରେ ମାରଥନ ପ୍ରଚାର କରିବେ ଛତିଶଗଡ ମୁଖ୍ୟମନ୍ତ୍ରୀ । ମହାନଦୀ ପ୍ରସଙ୍ଗ ଉଠାଇ ରମଣଙ୍କୁ ଏକଘରିଆ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ବିଜେଡି ଓ କଂଗ୍ରେସ । ତେବେ ଏଥିରୁ ସେମାନେ କେତେ ଲାଭ ପାଇବେ ଏହାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଖବର ଓଡ଼ିଶା 07/02/2017
Khabar Odisha:Panchayat-Politics-Naveen-Patnaik-Campaign-Dharmendra-Pradhan

ପଞ୍ଚାୟତ ପଲିଟିକ୍ସ: ସ୍ଥିର ହୋଇପାରୁନି ନବୀନଙ୍କ ପ୍ରଚାର ତାରିଖ ! ମଙ୍ଗଳବାର ଓହ୍ଲାଇବେ ଧର୍ମେନ୍ଦ୍ର

ତେବେ ବିଜେଡି ରାଜନୀତିର ଦେଖିବାକୁ ଗଲେ ଏବେ କେବଳ ଦଳ ପାଇଁ ପ୍ରଚାର ମଇଦାନରେ ଅବତୀଣ୍ଣ ହୋଇଛନ୍ତି ଅଭିନେତା । ବିଧାୟକ ଓ ସାଂସଦ ମାନେ ନିଜ ନିଜ ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଜାରି ରଖିଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ମାରାଥନ ପ୍ରଚାର କରିଥିବା ବିଜେଡି ମୁଖିଆ ନିର୍ବାଚନ ତାରିଖ ଘୋଷଣା ପରେ ଏଯାଏଁ ତାଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଲା ନାହିଁ । ପ୍ରଚାର କ୍ଷେତ୍ରରେ ଲକ୍ଷ୍ୟକେଲେ ଅଭିନେତାରୁ ସାଂସଦ ବନିଥିବା ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, କୁନା ତ୍ରିପାଠୀ, ଅରନ୍ଦମ ପରି ଷ୍ଟାର ପ୍ରଚାରକ ମାନେ ଏବେ ଦଳ ପାଇଁ ପ୍ରଚାର ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ ଦଳର ମୁଖିଆ କେବେ ପ୍ରଟାରକୁ ଓହ୍ଲାଇବେ ତାହା ଏବେ ମୁଖ୍ୟ ଚର୍ଚାର ବିଷୟ । ଏପରିକି ବିଜେଡି ସଭାପତି ଚଳିତ ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇନପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏପରି ଚର୍ଚ୍ଚାକୁ ଦଳୀୟ ମୁଖପାତ୍ର ଖଣ୍ଡନ କରିବା ସହ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟସୂଚୀ ପ୍ରକାଶ ପାଇବ ବୋଲି ପ୍ରକାଶ କରିଛନ୍ତି ।

ଖବର ଓଡ଼ିଶା 06/02/2017
Khabar Odisha:special-segment-budget-2017

ଖବର ଓଡ଼ିଶାର ସ୍ୱତନ୍ତ୍ର ଉପସ୍ଥାପନା: ବଜେଟ୍‌ ୨୦୧୭

ନୂଆଦିଲ୍ଲୀ, ଫେବୃୟାରୀ୦୧(ଖବର ଓଡ଼ିଶା): ଚଳିତ ୨୦୧୭-୧୮ ଆର୍ଥିକ ବର୍ଷର ଅରୁଣ ଜେଟଲୀ ବୁଧବାର ଲୋକସଭାରେ ୨୦୧୭-୧୮ ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ଆମ ସରକାର ଉପରେ ଜନତାଙ୍କର ବହୁ ଭରସା ରହିଛି। ତେଣୁ ସରକାର ତରଫରୁ ଦରବୃଦ୍ଧି ଏବଂ ଭ୍ରଷ୍ଟାଚାର ରୋକିବା ତଥା କଳାଧନ ଉପରେ ରୋକ ଲଗାଇବା ପାଇଁ ପ୍ରଚେଷ୍ଠା ଚାଲୁରହିଛି । ଜେଟଲିଙ୍କ ଦ୍ୱାରା ଅବସ୍ଥାପିତ ବଜେଟରେ ଚାଷୀ, ଗ୍ରାମାଞ୍ଚଳ ବିକାସ, ଯୁବ, ଶିକ୍ଷା, ଗରିବଙ୍କ ଘର ଏବଂ ଡିଜିଟାଲ ଇକୋନୋମି ପରି ୧୦ ଟି ଦିଗ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ମୋଟାମୋଟି ଭାବରେ ବଜେଟକୁ ଦେଖିବାକୁ ଗଲେ:

ଖବର ଓଡ଼ିଶା 01/02/2017
Khabar Odisha:Uttam-Mohanty-Oscar-Chit-Fund-Link-BJD-Join

ମୟୁରଭଂଜର ବିକାଶ ନା ଚିଟଫଣ୍ଡ କାର୍ଯ୍ୟାନୁଷ୍ଠାନର ଭୟ

ଉତମ ମହାନ୍ତି ଜଣେ ଉତମ ଚଳଚିତ୍ର ଅଭିନେତା । ୧୯୫୪ ମସିହାରେ ଜନ୍ମିତ ଏହି ହ୍ୟାଣ୍ଡସମ ଅଭିନେତା ଜଣକ ୬୩ ବୟସରେ ପାଦି ଥାପି ସାରିଛନ୍ତି । ବୟସର ଅପରାହ୍ନରେ ଯେତେବେଳେ ଆଉ ଚେହେରାରେ ଚମକ ନାହିଁ କି ଅଭିନୟରେ ଯାଦୁ ନାହିଁ ସେତେବେଳେ ତାଙ୍କର ହଟାତ ଏମିତି ଜନ୍ମମାଟି ମୟୁରଭଂଜର ଅବହେଳିତ ଅଛି ବୋଲି ହୃଦବୋଧ ହେବା କଥାଟା ଟିକେ ଅଡୁଆ ଲାଗୁଛି । ସେ ପୁଣି ଯୋଗଦେଲେ ଶାସକ ଦଳ ବିଜୁ ଜନତା ଦଳରେ ଯାହା ରାଜ୍ୟରେ ୧୭ ବର୍ଷ ହେଲାଣି ଶାସନ କରୁଛି । ଯଦି ମୟୁରଭଂଜକୁ ଅବହେଳା କରାଯାଇଛି ତେବେ ସେଥିପାଇଁ ତ ପ୍ରାଥମିକ ଭାବେ ଦାୟୀ ଶାସକ ଦଳ । ଅବହେଳା ପାଇଁ ଯେଉଁ ଦଳ ଦାୟୀ, ସେ ଦଳରେ ଉତମ ମହାନ୍ତିଙ୍କର ଯୋଗଦାନ, ଆଉ ଯୋଗଦାନର କାରଣ ମୟୁରଭଂଜ ଅବହେଳିତ ବୋଲି କହିବା କଣ ତାଙ୍କର ରାଜନୌତିକ ଅପରିପକ୍ୱତା ନା ଆଉ କଣ ? ମୟୁରଭଂଜ ପାଇଁ ଯେତେବେଳେ କରିବାର ଯଥେଷ୍ଟ ସୁଯୋଗ ଥିଲା ସେତେବେଳେ କିଛି ନକରି ହଟାତ ଓସ୍କାର ଚିଟଫଣ୍ଡ ଲିଙ୍କ ଅଭିଯୋଗ ଆସିଲା ପରେ ବିଜୁ ଜନତା ଦଳରେ ଯୋଗ ଦେବାଟା “ଲୁଚିଛି ନା ଗୋଡ ଦିଟା ଦିଶୁଛି” ଭଳି ଲାଗୁନାହିଁ କି ?

ଖବର ଓଡ଼ିଶା 28/01/2017
Khabar Odisha:Congress-Star-Campaign-For-Panchayat-Election-Khabar-Odisha-Analysis

ଷ୍ଟାର ପ୍ରଚାରକ ତାଲିକା , ନୂଆ ଫର୍ମୁଲା ପ୍ରସାଦଙ୍କୁ କେତେ ସଫଳ କରିବ ?

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପିସିସି ସଭାପତିଙ୍କ ନୂଆ ଫର୍ମୁଲା । ଅସନ୍ତୋଷଙ୍କୁ ମନାଇ ପଞ୍ଚାୟତ ନିର୍ବାଚନର ବୈତରଣୀ ପାର ପାଇଁ ଆରମ୍ଭ କରିଛନ୍ତି ଜୋରଦାର ପ୍ରୟାସ । ତେବେ ପ୍ରସାଦଙ୍କ ଏହିପରି ରଣନୀତି ତାଙ୍କୁ କେତେ ସଫଳ କରିବ ଏହାକୁ ନେଇ ଏବେ ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ସବୁବେଳେ ମଇଁଷି ଶିଙ୍ଗ ପଠା ଥିବା ବେଳେ ଯୁଝିଲା ବେଳକୁ ତାହା ବାସ୍ତବରେ କଣ ଗୋଟା ହେବ । ଏହା ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦେଖାଦେଇଥିବା କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡିଥିଲା । ପିସିସି ସଭାପତି ଓ ବିଧାୟକ ଦଳ ମଧ୍ୟରେ ଦେଖାଦେଇଥିବା ଫାଟ ଏପରି ଉଗ୍ର ରୂପ ଧାରଣ କରିଥିଲା ଯେ, ପଲୀରୁ ଦିଲୀ ପର୍ୟ୍ୟନ୍ତ କଥା ପହଁଞ୍ଚିଥିଲା । ତେବେ କଥା ଏତିକିରେ ସରିନଥିଲା, ଯେତେବେଳେ ପିସିସି ସଭାପତି ଗୋଟିଏ ସ୍ଥାନକୁ ଏକାକୀ ଯାଆନ୍ତି ବିରୋଧୀ ଦଳ ନେତା ଅନ୍ୟସ୍ଥାନକୁ ଯିବାର ନଜରି ରହିଛି । ସେ ମହାନଦୀ ପ୍ରସଙ୍ଗ ହେଉ ଅବା ଗୁମୁଡୁମାହା ପ୍ରସଙ୍ଗ ହେଉ । ତେବେ ପଞ୍ଚାୟତ ପୂର୍ବରୁ ଗୋଟିଏ ମଞ୍ଚରେ ଦଳୀୟ ନେତାମାନଙ୍କୁ ଏକାଠି କରି ପ୍ରସାଦ ଦଳରେ ରହିଥିବା ଅସନ୍ତୁଷ୍ଟ ନେତାମାନଙ୍କୁ ମନାଇବାରେ ସଫଳ ହୋଇଛନ୍ତି ।

ଖବର ଓଡ଼ିଶା 24/01/2017
Khabar Odisha:ପଦାରେ-ପଡିଲା-କଂଗ୍ରେସ-କନ୍ଦଳ

ପଦାରେ ପଡିଲା କଂଗ୍ରେସ କନ୍ଦଳ

କଂଗ୍ରେସ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟିବାରେ ଲାଗିଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯେପରି ବଲାଙ୍ଗୀର ଜିଲା ସଭାପତି ଭଗବାନ ବଗର୍ତ୍ତୀ ଜିଲା ସଭାପତି ପଦବୀରୁ ଇସ୍ତଫା ଦେଇଛନ୍ତି ତାଙ୍କର ଇସ୍ତଫା କଂଗ୍ରେସ ରାଜନୀତିକୁ ଦୋହଲାଇ ଦେଇଛି । ପଞ୍ଚାୟତ ନିର୍ବାଚନର ମାତ୍ର କେଇଦିନ ପୂର୍ବରୁ ଜଣେ ଜିଲା ସଭାପତିଙ୍କ ଇସ୍ତଫା କଂଗ୍ରେସ ରାଜନୀତିରେ ପ୍ରଭାବ ପଡିବ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଆଲୋଚନା ହେଉଛି । ତେବେ ରାଜ୍ୟ ସଭାପତି ପ୍ରସାଦ ହରିଚନ୍ଦନଙ୍କ ପାଖେପାଖେ ସବୁବେଳେ ରହି ଆସୁଥିବା ବଲାଙ୍ଗୀର ଜିଲା ସଭାପତିଙ୍କ ଇସ୍ତଫା ପଛରେ ବଡ କିନ୍ତୁ ରହିଗଲା । ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି ।

ଖବର ଓଡ଼ିଶା 16/01/2017
Khabar Odisha:Naveen-Have-More-Faith-On-Celebrity-Than-BJP-MP

ବୁଡିଯାଉଛି ଭାବମୂର୍ତ୍ତି, ଏବେ କେବଳ ସେଲିବ୍ରେଟି ଭରଷା, ଖୋଜାପଡିଲେ ଅଲୋଡା

ବୁଡିଗଲାଣୀ ଭାବମୂର୍ତ୍ତି । ଧଳାକୂର୍ତାରେ ଲାଗିଲାଣୀ କଳଙ୍କର ଛିଟା । ଆଗକୁ ପଞ୍ଚାୟତ ନିର୍ବାଚନ । ଏବେଠାରୁ ଚିନ୍ତାରେ ପଡିଲେଣୀ ବିଜେଡିର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ନେତା, ସାଂସଦ, ବିଧାୟକ ମାନେ ଏବେ ଦୁର୍ନୀତିରେ ଉବୁଟୁବୁ । କିଏ ଜେଲ ଗଲାଣୀ ତ ଆଉ କିଏ ଏବେ ସିବିଆଇ ପଞ୍ଝାରେ । ଏ ସବୁ ମଧ୍ୟରେ 2017 ପଞ୍ଚାୟତ ନିର୍ବାଚନ ଦଳ ପାଇଁ ଅଗ୍ନିପରୀକ୍ଷା ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଯେଉଁ ଶକ୍ତିକୁ ନେଇ ବିଜେଡି ମୁଖିଆ ଲୋକଙ୍କ ପ୍ରିୟଭାଜନ ହୋଇଥିଲେ ସେ ଶକ୍ତି ଏବେ ହରଣ । ଦଳରେ ଏବେ ଗୋଷ୍ଠିକନ୍ଦଳ ଉଗ୍ରରୂପ ଧାରଣ କଲାଣୀ । ଦଳର ଜଲସମ୍ପର୍କ ପଦଯାତ୍ରାରେ ସମୟରେ ଏ ଚିତ୍ର ହାଟରେ ପଡି ଦାଣ୍ଡରେ ଗଡିଛି । ସବୁଟି ଏବେ ଦଳ ବିରୋଧରେ ଛିଡା ହୋଇଛି ଦଳ । ଏହିପରି ସ୍ଥିତିରେ ନବୀନଙ୍କ ଚିନ୍ତାରେ କାରଣ ପାଲଟିଛି ଦଳରେ ଥିବା ଯୁବ ବାହିନୀ ।

ଖବର ଓଡ଼ିଶା 14/01/2017
Khabar Odisha:Mayor-will-in-trouble-if-video-examine

ଅନନ୍ତଙ୍କୁ ଅଡୁଆ ନିଜ ମାନହାନି ମକଦମା

ମୋକଦମାରେ ବିପକ୍ଷ ଥିବା ପ୍ରଦୀପ ପାଣ୍ଡେ ଓ ଇତିସ ପ୍ରଧାନ କୋର୍ଟରେ ତାଙ୍କ ପକ୍ଷ ରଖିଲା ବେଳେ ଭିଡିଓକୁ କୌଣସି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କରିବା ପାଇଁ ଅନୁରୋଧ କରିଛନ୍ତି । ସେ ଦୁଇଜଣଙ୍କର ରାଜ୍ୟ ସରକାରଙ୍କ କୌଣସି ସଂସ୍ଥା ଦ୍ୱାରା ଏହି ଭିଡିଓ ପରୀକ୍ଷାକୁ ନେଇ ଆପତି ଥିବା ପରି ମନେ ହେଉଛି । କଣ ହେବ ନହେବ ତା ଆଗାମୀ ଦିନରେ ଜଣା ପଡିବ କିନ୍ତୁ ଯଦି ମାନହାନି ମୋକଦମା ଆଗକୁ ଗଡେ ତାହେଲେ ହୁଏତ ସତ୍ୟ ଏହି ମାନହାନୀ ମୋକଦମାରୁ ବାହାରିପାରେ ।

ଖବର ଓଡ଼ିଶା 11/01/2017
First Previous
1
Next Last Page 1 of 1