Home > ଖବର ସମୀକ୍ଷା
ନବୀନ, ନିରଞ୍ଜନ, ସୌମ୍ୟ, ପାଣ୍ଡିଆନ୍ ଓ ପ୍ରଭାକରନ୍ ମିଶି ଚଳାଉଛନ୍ତି ସରକାର-ପୀତାମ୍ବର ଆଚାର୍ଯ୍ୟ
Khabar Odisha:BJP-Spokesperson-Pitamber-acharya-Naveen-Patnaik-Niranjan-Patnaik-Prabhakaran-Pandian
ଭୁବନେଶ୍ୱର, ୦୯ ଜାନୁଆରୀ (ଖବର ଓଡିଶା)-

କଂଗ୍ରେସ ହେଉଛି ବିଜେଡିର ଆଶାବାଡୀ । ଏହାକୁ ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀ ନବୀନବାବୁ ଏହାକୁ ପ୍ରମାଣ କରିଛନ୍ତି । ପୂର୍ବରୁ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ଜଣେ ବରିଷ୍ଠ ସଦସ୍ୟ ଅଭିଯୋଗ କରିଥିଲେ କି ରାଜ୍ୟରେ ପିପିପି ମୋଡରେ ସରକାର ଶାସନ ଚଲାଇଛି । ନବୀନ ପଟ୍ଟନାୟକ,ନିରଜଂନ ପଟ୍ଟନାୟକ, ସୌମ୍ୟ ପଟ୍ଟନାୟକ, ଭିକେ ପାଣ୍ଡିୟାନ, ପ୍ରଭାକରନ ଏ ସମସ୍ତେ ମିଶି ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ  । 

ଟ୍ରେଡ୍ ୟୁନିଅନ୍ ମାନଙ୍କର ୪୮ ଘଣ୍ଟିଆ ଧର୍ମଘଟ ଉପରେ ନିଜର ମତ ରଖି ଶ୍ରୀ ଆଚାର୍ଯ୍ୟ କହିଛନ୍ତି କଂଗ୍ରେସ ଓ ବିଜେଡି ବନ୍ଦକୁ ସମର୍ଥନ କରିଛନ୍ତି । କଂଗ୍ରେସ ଆଉ ବିଜେଡି ଦଳ ଦିନରେ ବସନ୍ତ ରାତିରେ ବାସନ୍ତୀ ।

ବିରୋଧୀଙ୍କ ଭାରତ ବନ୍ଦ ଡାକରା ପରେ ବି ଓଡିଶାରେ କୌଣସି ପ୍ରଭାବ ପଡିନାହିଁ ବରଂ କଂଗ୍ରେସ ଏବଂ ବିଜେଡିର ମଧୁଚନ୍ଦ୍ରିକା ପଦାରେ ପଡିଛି ।  ଓଡିଶାରେ ଏହି ବନ୍ଦରେ କେଉଁ ଶ୍ରମିକ ସଙ୍ଗଠନ ରାସ୍ତାକୁ ଆସିନଥିଲା । ଜନଜୀବନ ସମ୍ପୃର୍ଣ୍ଣ ସ୍ୱାଭାବିକ ଥିଲା । ସମସ୍ତ ଜିଲ୍ଲାରେ ଗାଡି ଚଳାଚଳ ସମ୍ପୃର୍ଣ୍ଣ ସ୍ୱାଭାବିକ ଥିଲା । ଦୋକାନ ବଜାର ପୁରା ପୁରି ଖୋଲା ଥିଲା । କେବଳ ସ୍କୁଲ କଲେଜକୁ ବନ୍ଦ କରି ରାଜ୍ୟ ସରକାର ଏହି ବନ୍ଦକୁ ସରକାରୀ ସ୍ତରରେ ସମର୍ଥନ କରିଥିଲେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।