Home > ଖବର ସମୀକ୍ଷା
ବିଜେଡିକୁ ନିରଞ୍ଜନଙ୍କ ସମାଲୋଚନା, ଗଞ୍ଜାମ ଜିଲାର ଉଦାହରଣ ଦେଲେ ପିସିସି ମୁଖିଆ
Khabar Odisha:Congress-President-Niranjan-Patnaik-Target-BJD
ଭୁବନେଶ୍ୱର, ୧୦ ଜାନୁଆରୀ (ଖବର ଓଡିଶା)-

ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମରେ ଚାଷୀ ଏବେ କେବଳ ଏଥିପାଇଁ ମାଡ ଖାଇଲେ ଯେ, ସେମାନେ ତାଙ୍କର ଉତ୍ପାଦ କୁ ବିକ୍ରୀ କରିବାକୁ ଚାହୁଁଥିଲେ  । ବିଜେଡି ଚାଷୀ ମାନଙ୍କୁ ଦୁଇଟି ବିକଳ୍ପ ଦେଉଛି  । ଗୋଟିଏ ହେଲା ଯଦି ଋଣଭାରରେ ଅଛ ତେବେ ଆତ୍ମହତ୍ୟା କର ବା ଯଦି ଉତ୍ପାଦର ମୂଲ୍ୟ ସଠିକ ମାଗିବ ତାହାହେଲେ ପିଟା ଖାଇବ  । ଏଭଳି କଥା ନିଜର ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରି ସରକାରଙ୍କୁ ଘେରିଛନ୍ତି ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ  ।

ମୁଖ୍ୟମନ୍ତ୍ରୀଙ୍କ ଘରୋଇ ଜିଲା ଗଞ୍ଜାମରେ ଯେପରି ଭାବେ ଜଣେ ବୃଦ୍ଧ ଚାଷୀଙ୍କୁ ଧାନମଣ୍ଡିରେ ମାଡ ମରାଗଲା ଏହି ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ପଟ୍ଟନାୟକ ଏପରି କଥା ଉଲ୍ଲେଖ କରିଛନ୍ତି  । ଅନ୍ୟପଟେ ଚାଷୀଙ୍କ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କ ନିଜ ଘରୋଇ ଜିଲ୍ଲାରେ ଏପରି ଘଟଣା ଘଟିବାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ କରାଯାଇଛି  । ଏପରିକି ଚାଷୀ ସଙ୍ଗଠନ ମାନେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । ରାଜ୍ୟ ଶାସନ କ୍ଷମତାରେ ରହିଥିବା ବିଜେଡି ସରକାର ଚାଷୀଙ୍କୁ ସମ୍ମାନ ଦେବା କଥା କହୁଥିବା ବେଳେ ଅନ୍ୟପଟେ ନିଜ ଦଳର ଲୋକମାନେ ଯେପରି ଭାବେ ଚାଷୀ ମାନଙ୍କୁ ମାରଧର କରୁଛନ୍ତି ଏଥିରୁ ବିଜେଡି ସରକାର ଯେ, ଚାଷୀ ବିରୋଧୀ ତାହା ପ୍ରମାଣିତ ହେଉଛି ବୋଲି ଚାଷୀ ସଙ୍ଗଠନ ଗୁଡିକ ଅଭିଯୋଗ କରିଛନ୍ତି  ।