Home > ଖବର ସମୀକ୍ଷା
କାଳିଆ ଯୋଜନାକୁ ନେଇ ହଟହଟା ହେଲେଣି ସରକାର, ଚାରିଆଡେ ଅସନ୍ତୋଷର ନିଆଁ
Khabar Odisha:Kalia-Scheme-Problem-Odisha-Government
ଭୁବନେଶ୍ୱର, ୧୦ ଜାନୁଆରୀ (ଖବର ଓଡିଶା)-

କାଳିଆ ଯୋଜନାକୁ ନେଇ ଅଡୁଆରେ ସରକାର  । ଚାରିଆଡୁ ଅସନ୍ତୋଷ  । ଗାଁ ଗଣ୍ଡାରେ କାଳିଆ ଫର୍ମର କଳାବଜାରୀ ହେବା ପରେ ଏବେ ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କ ଭାଙ୍ଗିଛି ନିଦ  । ଏପରିକି ଅରଜିନାଲ ଫର୍ମ ବଦଳରେ ଏଣିକି ଜେରକ୍ସ ଫର୍ମ କାମ କରିବ ବୋଲି କହିଛନ୍ତି ସରକାର  । ଏନେଇ କୃଷି ବିଭାଗ ସଚିବ ସୌରଭ ଗର୍ଗ ଏନେଇ ସୂଚନା ଦେଇଛନ୍ତି  ।

ଗତକିଛିଦିନ ଧରି କାଳିଆ ଯୋଜନାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋସ ଦେଖାଦେଇଛି  । କେଉଁଠି ପଞ୍ଚାୟତ ଅଫିସରେ ତାଲା ପଡିଲାଣୀ ତ ଆଉ କେଉଁଠି ଛୁରାମାଡ ହୋଇଥିବାର ଅଭିଯୋଗ ହୋଇଛି  । ଆଉ କେଉଁଠି ଫର୍ମର କଳାବଜାରୀ ହେଉଛି ତ ଆଉ କେଉଁଠି ସରକାରୀ ଅଧିକାରୀଙ୍କୁ ଲୋକ ଘେରାଉ କରିଥିବା ଘଟଣା ମାନ ପ୍ରତିଦିନ ଘଟିଥିବାର ଦେଖିବାକୁ ମିଳିଥିଲା  । ଏହି ଘଟଣାର ସରକାର ଆବେଦନର ସମୟସୀମାକୁ ବୃଦ୍ଧି କରିଥିବା ବେଳେ ଏବେ ଅରଜିନାଲ ଫର୍ମ ସ୍ଥାନରେ ଜେରକ୍ସ ଫର୍ମ ବ୍ୟବହାର କରାଯାଇ ପାରିବ ବୋଲି ସଚିବ ଶ୍ରୀ ଗର୍ଗ ସୂଚନା ଦେଇଛନ୍ତି  ।