For English Prss ctrl+g
Khabar Odisha:Dharmendra-Pradhan-tweet-About-Justice-Deepak-Mishra-impeachment

ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଣି ବହିଷ୍କାର ପାଇଁ ପ୍ରୟାସ କରିବା ଦୁର୍ଭାଗ୍ୟଜନକ :ଧର୍ମେନ୍ଦ୍ର ପ୍ରଧାନ

ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ କଂଗ୍ରେସ ଓ ଏହା ସହିତ ଆଉ କିଛି ଦଳ ମହା ଅଭିଯୋଗ ପ୍ରସ୍ତାବ ଆଣି ବହିଷ୍କାର ପାଇଁ ପ୍ରୟାସ କରିବା ସଂପୂର୍ଣ୍ଣ ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ୨୦୧୯ ମସିହା ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଆସନ୍ନ ପରାଜୟକୁ ପାଖରେ ଦେଖି ଭାରତର ବିଚାର ବ୍ୟବସ୍ଥା ଉପରେ ମଧ୍ୟରେ କଂଗ୍ରେସ ଅନାସ୍ଥା ବ୍ୟକ୍ତ କରୁଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ କରି ଏହା କହିଛନ୍ତି।

ଖବର ଓଡ଼ିଶା 21/04/2018
Khabar Odisha:for-damage-control-modi-government-tried-to-woo-the-middle-class-by-double-ordinance

ଦୁଇଟି ଅଧ୍ୟାଦେଶ ମାଧ୍ୟମରେ ମଧ୍ୟବିତ୍ତ ବର୍ଗକୁ ମନାଇବାର ଉଦ୍ୟମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଲଣ୍ଡନରୁ ଦିଲ୍ଲୀରେ ଶନିବାର ଜରୁରୀକାଳୀନ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦେଶକୁ ସେ ଶନିବାର ସକାଳେ ଫେରିଥିଲେ। ସେ କ୍ୟାବିନେଟ୍ ...

ଖବର ଓଡ଼ିଶା 21/04/2018
Khabar Odisha:BJD-President-and-CM-Naveen-Patnaik-appoints-Giridhari-Mohanty-partys-national-spokesperson-and-media-coordinator

ଯୋଗ ଦେଉ ଦେଉ ମିଳିଲା ଗୁରୁ ଦାୟିତ୍ୱ, ହେଲେ ବିଜେଡିର ଜାତୀୟ ମୁଖପାତ୍ର

ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗିରିଧାରି ମହାନ୍ତିଙ୍କୁ ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ଏବଂ ଜାତୀୟ ଗଣମାଧ୍ୟମ ସଂଯୋଜକ ରୂପେ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

ଖବର ଓଡ଼ିଶା 21/04/2018
Khabar Odisha:OPCC-President-Niranjan-Pattnaik-and-team-Return-Odisha-today

ଓଡିଶା ଫେରିଲେ ଓପିସିସି ମୁଖିଆ ଓ ତାଙ୍କ ଟିମ୍, ବିମାନବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀରୁ ଫେରିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ମୁଖିଆ ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସହ ନବକଳେବର ହୋଇଥିବା ଟିମ୍ । ଶନିବାର ସଂଧ୍ୟାରେ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଦଳୀୟ କର୍ମୀ ଓ ନେତାମାନେ ଭବ୍ୟ ସ୍ୱାଗତ ଜଣାଇଛନ୍ତି।

ଖବର ଓଡ଼ିଶା 21/04/2018
Khabar Odisha:

ବିଜେପି ନେତା ଜୟନାରାୟଣ ଅସୁସ୍ଥ, ବୁର୍ଲା ମେଡିକାଲକୁ ସ୍ଥାନାନ୍ତର

ବନାବିରା ଗୁଳିକାଣ୍ଡରେ ଗିରଫ ହୋଇ ସୋହେଲା ଜେଲରେ ଥିବା ବିଜେପି ନେତା ଜୟନାରାୟଣ ମିଶ୍ର ଶନିବାର ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଜେଲ୍ ଭିତରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିଲେ। ମାତ୍ର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ସମ୍ବଲପୁର ବୁର୍ଲା ମେଡିକଲାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଖବର ଓଡ଼ିଶା 21/04/2018
Khabar Odisha:pm-modi-call-cm-shivraj-chauhan-to-change-speech

ମଞ୍ଚରେ ଭାଷଣ ଦେଉଥିଲେ ସିଏମ ଶିବରାଜ, ଲଣ୍ଡନରୁ ଫୋନ କରି ମୋଦୀ ଶିଖାଇଲେ ‘କଣ କହିବାକୁ ପଡ଼ିବ’ ?

ଜଷ୍ଟିସ ଲୋୟା ମାମଲାରେ ଏସଆଇଟି ତଦନ୍ତକୁ ସୁପ୍ରିମକୋର୍ଟ ମନା କରିବା ପରେ କଂଗ୍ରେସକୁ ଟାର୍ଗେଟ୍ କରିବା ପାଇଁ ବିଜେପିକୁ ସୁଯୋଗ ମିଳି ଯାଇଛି। ଲଣ୍ଡନରୁ ପିଏମ ନରେନ୍ଦ୍ର ମୋଦୀ...

ଖବର ଓଡ଼ିଶା 21/04/2018
Khabar Odisha:BJP-Odisha-Latka-Jari

ରାଜ୍ୟ ସରକାରଙ୍କ ବିରୋଧରେ ସହରାଞ୍ଚଳବାସୀଙ୍କ ହକ୍ ପାଇଁ ଲଟକା ଜାରି କଲା ବିଜେପି

ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଆଜି ରାଜ୍ୟର ବିଭିନ୍ନ ମ୍ୟୁନିସିପାଲଟି ଅଫିସ, ଏନଏସି ଓ ମହାନଗର ନିଗର ଆଗରେ ବିଜେପି ବିକ୍ଷୋଭ କରିଛି। ସହରାଞ୍ଚଳରେ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିବା ସରକାର ବିଫଳ ହୋଇଥିବାରୁ ବିଜେପି ଆଜି ଲଟକା ଜାରି କରିଛି ।

ଖବର ଓଡ଼ିଶା 21/04/2018
Khabar Odisha:All-India-Radio-And-Doordarshan-Dg-giridhari-Mohanty-Join-BJD

ବିଜେଡିରେ ମିଶିଲେ ଅଲ୍‌ ଇଣ୍ଡିଆ ରେଡିଓ ଓ ଦୂରଦର୍ଶନର ପୂର୍ବତନ ଡିଜି ଗିରିଧାରି ମହାନ୍ତି

ଓଡ଼ିଶାର ଆଞ୍ଚଳିକ ଦଳ ବିଜେଡ଼ି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ନିଜ ଦଳକୁ ସୁଦୃଢ କରିବାକୁ ଚେଷ୍ଟା ଚଳାଇଛି। ଅନେତ ତୁଙ୍ଗ ନେତା ଓ ପ୍ରଭାବଶାଳୀ ଲୋକ ଦିନକୁ ଦିନ ବିଜେଡ଼ିରେ ଯୋଗ ଦେଉଥିବାର ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି ଅଲ୍‌ ଇଣ୍ଡିଆ ରେଡିଓ ଓ ଦୂରଦର୍ଶନର ପୂର୍ବତନ ଡିଜି ଗିରିଧାରି ମହାନ୍ତି।

ଖବର ଓଡ଼ିଶା 21/04/2018
Khabar Odisha:assembly-adjourned-till-1130

ତୈଳ ଦର ବୃଦ୍ଧି ନେଇ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର, ଏପ୍ରିଲ ୨୧(ଖବର ଓଡ଼ିଶା): ଦେଶରେ ଅହେତୁକଭାବରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର କମିଥିଲେ ମଧ୍ୟ ଦେଶରେ ତୈଳ ଦର କ୍ରମାଗତଭାବେ ବଢ଼ି ଚାଲିଛି । ଯାହାର ପ୍ରତିବାଦର ସ୍ୱର ଆଜି ଓଡ଼ିଶା ବିଧାନସଭା ଗୃହରେ ଉଠିଛି । ତୈଳ ବୃଦ୍ଧି ନେଇ ମୁଖ୍ୟ ବିରୋଧୀ କଂଗ୍ରେସ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଛନ୍ତି । ଅନ୍ୟପକ୍ଷରେ ବିଜେପି ବିଧାୟକମାନେ ନୟାଗଡ଼ ମଧ୍ୟଖଣ୍ଡ କାରାଗାରରେ ହାଜତ ମୃତ୍ୟୁକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଖବର ଓଡ଼ିଶା 21/04/2018
Khabar Odisha:PCC-president-niranjan-patnaik-to-return-odisha

ଆଜି ଭୁବନେଶ୍ୱର ଫେରିବେ ନୂଆ ପିସିସି ସଭାପତି ନିରଂଜନ, ସ୍ୱାଗତ ସମ୍ପର୍ଦ୍ଧନା ପାଇଁ କର୍ମୀ ପ୍ରସ୍ତୁତ

ଭୁବନେଶ୍ୱର, ୨୧ ଏପ୍ରିଲ(ଖବର ଓଡ଼ିଶା): ଆଜି ଓଡିଶା ଫେରିବେ ନବନିଯୁକ୍ତ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଶନିବାର ଅପରାହ୍ନ ୫ଟା ୩୦ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଉଚ୍ଛସ୍ୱିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଶ୍ରୀ ପଟ୍ଟନାୟକଙ୍କ ସମେତ ନବ ନିଯୁକ୍ତ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ , ଓଡିଶା ଦାୟିତ୍ୱରେ ଥିବା ସମ୍ପାଦକ , ସହ ସମ୍ପାଦକ ଓ ସମସ୍ତ କାର୍ଯ୍ୟକାରୀ ସଭାପତିଙ୍କ ସମେତ ନବନିଯୁକ୍ତ ସମସ୍ତ ପଦାଧିକାରୀ ମାନେ ମଧ୍ୟ ଆସନ୍ତାକାଲି ଭୁବନେଶ୍ୱରରେ ପହଂଚିବା ପରେ ସେମାନଙ୍କୁ ଦଳୀୟ କର୍ମୀ ଓ ନେତା ସ୍ୱାଗତ ଜଣାଇବେ ବୋଲି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଖବର ଓଡ଼ିଶା 21/04/2018
Khabar Odisha:BJD-protest-for-two-hours-today

ଏଟିଏମ୍‌ ଖାଲି: ବିଜେଡ଼ିର ଦୁଇ ଘଣ୍ଟିଆ ପ୍ରତିବାଦ

ଭୁବନେଶ୍ୱର, ଏପ୍ରିଲ ୨୧(ଖବର ଓଡ଼ିଶା): ଭାରତବର୍ଷରେ ଏକ ଅଘୋଷିତ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ୨୦୧୬ ମସିହାର ବିମୁଦ୍ରାକରଣ ତୀବ୍ର ଅସନ୍ତୋଷ ପୁଣି ଘାରିଛି। ଓଡ଼ିଶାରେ ମଧ୍ୟ ଏହି ସ୍ଥିତି ପରିଲିକ୍ଷିତ ହୋଇଛି। ବିଭିନ୍ନ ଏଟିଏମରେ ଗ୍ରାହକମାନେ ଟଙ୍କା ଉଠାଇ ପାରୁ ନ ଥିବାରୁ ଗ୍ରାହକମାନେ କିଛିଦିନ ହେବ ହନ୍ତସନ୍ତ ହେଉଛନ୍ତି। ଚାରି ଦିନ ହେବ ଏଟିଏମରେ ଟଙ୍କା ଅଭାବ ହୋଇଥିବା ଦେଖାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ବିଜେଡ଼ି କହିଛି। ଏହି ପରିପ୍ରେକ୍ଷୀରେ ଏହାର ପ୍ରତିବାଦରେ ଆଜି ବିଜେଡି ପୂର୍ବାହ୍ମ ୧୦ଟାରୁ ମଧ୍ୟାହ୍ମ ୧୨ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବ । ଆଜି ଏକ ପ୍ରେସମିଟରେ ବିଜେଡି ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ଏହି ସୂଚନା ଦେଇଛନ୍ତି ।

ଖବର ଓଡ଼ିଶା 21/04/2018
Khabar Odisha:BJP-Ujjala-Panchayata-Odisha

୬୬୭ଟି ସ୍ଥାନରେ ଅନୁଷ୍ଠିତ ହେଲା ଉଜ୍ୱଳା ପଞ୍ଚାୟତ, ୭୦ ହଜାରରୁ ଅଧିକ ହିତାଧିକାରୀଙ୍କୁ ଗ୍ୟାସ୍‌ ବଣ୍ଟନ

ଭାରତ ସରକାରଙ୍କ ପକ୍ଷରୁ ପାଳନ କରାଯାଉଥିବା ଗ୍ରାମ ସ୍ୱରାଜ ଅଭିଯାନର ଅଂଶ ସ୍ୱରୂପ ଓଡିଶାରେ ଅନୁଷ୍ଠିତ ଉଜ୍ୱଳା ପଞ୍ଚାୟତରେ ରାଜ୍ୟର ସମସ୍ତ ବ୍ଲକ ଓ ସହରାଞ୍ଚଳରେ ମହିଳାମାନେ ବ୍ୟାପକ ସଂଖ୍ୟାରେ ଯୋଗ ଦେଇଛନ୍ତି। ଏଥିସହ ଏହି ଦିବସରେ ୭୦ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଗ୍ୟାସ ବଣ୍ଟନ କରାଯାଇଛି ବୋଲି ତୈଳ ବିପଣନ କମ୍ପାନୀ ମାନଙ୍କ ତରଫରୁ ପ୍ରକାଶ କରାଯାଇଛି ।

ଖବର ଓଡ଼ିଶା 20/04/2018
Khabar Odisha:Sonia-Gandhi-Rahul-Gandhi-BJP-Congress

ସୋନିଆଙ୍କ ଗଡ଼ରେ ଅମିତ କରିବେ ଶୋଭାଯାତ୍ରା, ବିଜେପିରେ ସାମିଲ ହେବେ କଂଗ୍ରେସର ଏମଏଲସି ଦିନେଶ

ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସୋନିଆ ଗାନ୍ଧିଙ୍କ ଗଡ କୁହାଯାଉଥିବା ରାୟବରେଲିରେ ବିରାଟ ଶୋଭାଯାତ୍ରା କରିବାକୁ ଯାଉଛନ୍ତି । ଏଥିରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିବେ। ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଓ ଦିନେଶ ଶର୍ମାଙ୍କୁ ମଧ୍ୟ ଉପସ୍ଥିତ ରହିବା ପାଇଁ କୁହାଯାଇଛି। ଶୋଭାଯାତ୍ରାରେ ଅଧିକରୁ ଅଧିକ ଭିଡ ଜୁଟାଇବା ପାଇଁ ସମସ୍ତ ବିଜେପି ବିଧାୟକ ଓ ସାଂସଦ ଯୋରସୋରରେ ଲାଗିପଡିଛନ୍ତି ।

ଖବର ଓଡ଼ିଶା 20/04/2018
Khabar Odisha:BJD-Strike-for-ATM-Issue-Tomorrow

ଏଟିଏମରେ ଟଙ୍କା ଅଭାବ ପ୍ରସଙ୍ଗ: ଆସନ୍ତାକାଲି ବିଜେଡିର ୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ

ଭାରତବର୍ଷରେ ଏକ ଅଘୋଷିତ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ୨୦୧୬ ମସିହାର ବିମୁଦ୍ରାକରଣ ତୀବ୍ର ଅସନ୍ତୋଷ ପୁଣି ଘାରିଛି। ଓଡ଼ିଶାରେ ମଧ୍ୟ ଏହି ସ୍ଥିତି ପରିଲିକ୍ଷିତ ହୋଇଛି। ବିଭିନ୍ନ ଏଟିଏମରେ ଗ୍ରାହକମାନେ ଟଙ୍କା ଉଠାଇ ପାରୁ ନ ଥିବାରୁ ଗ୍ରାହକମାନେ କିଛିଦିନ ହେବ ହସ୍ତସନ୍ତ ହେଉଛନ୍ତି।

ଖବର ଓଡ଼ିଶା 20/04/2018
Khabar Odisha:reaction-after-the-releasing-of-audio-tape-by-salim-khan

ସଲିମଙ୍କ ଅଡିଓ ଟେପକୁ ନେଇ ବଢୁଛି ବିବାଦ, ପ୍ରତିକ୍ରିୟା ରଖିଲେ ଉଭୟ ପ୍ରଣବ ଏବଂ ବିଜେପି

ବିଜୁ ଜନତା ଦଳର ସଂଖ୍ୟାଲଘୁ ସେଲର ପୂର୍ବତନ ସଭାପତି ସଲିମ ଖାନ୍ ଜାରି କରିଥିବା ଅଡିଓ ଟେପକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଏହି ଟେପରେ ଉଭୟ ସଲିମ ଏବଂ ବୈଜୟନ୍ତ ପଣ୍ଡାଙ୍କ ପ୍ରାକ୍ତନ ସହଯୋଗୀ ଦେବାଶିଷ ମଲିକଙ୍କ ମଧ୍ୟରେ ବାର୍ତାଳାପର ରେକର୍ଡ ରହିଛି ।

ଖବର ଓଡ଼ିଶା 19/04/2018
Khabar Odisha:power-difusion-in-odisha-congress

କଂଗ୍ରେସରେ କ୍ଷମତା ବିକେନ୍ଦ୍ରିକରଣ ! ଉପକୂଳ ଓ ଉତ୍ତରରେ ଚିରଞ୍ଜିବ, ପଶ୍ଚିମରେ ନବ, ଦକ୍ଷିଣକୁ ଜଗିବେ ପ୍ରଦୀପ

କଂଗ୍ରେସରେ କ୍ଷମତା ବିକେନ୍ଦ୍ରୀକରଣ । ଜଣଙ୍କୁ ସଭାପତି କରାଯାଇଥିବା ବେଳେ 3 ଜଣଙ୍କୁ କାର୍ଯ୍ୟକାରୀ ସଭାପତି ନିଯୁକ୍ତି କରିଛନ୍ତି ହାଇକମାଣ୍ଡ । ଏଥିସହିତ ସମଗ୍ର ଓଡିଶାକୁ ଜଗିବା ପାଇଁ ତିଆରି କରିଛନ୍ତି ବ୍ଲୁପ୍ରିଣ୍ଟ ।

ଖବର ଓଡ଼ିଶା 19/04/2018
Khabar Odisha:new-chapter-in-odisha-pcc

କଂଗ୍ରେସରେ ନୂଆ ଅଧ୍ୟାୟ, ମଙ୍ଗୁଆଳ ନିରଞ୍ଜନଙ୍କୁ ନିୟନ୍ତ୍ରଣ କରିବେ ଶ୍ରୀକାନ୍ତ, ଭକ୍ତ ଓ ଜୟଦେବ !

ରାଜ୍ୟ କଂଗ୍ରେସର ମଙ୍ଗୁଆଳ ଭାବେ ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ବ ପ୍ରଦାନ । ତେବେ ତାଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଅନ୍ୟ 3 ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ବ । ଏଥିସହିତ ଦଳକୁ ନିୟନ୍ତ୍ରଣ କରିବା ପାଇଁ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଭକ୍ତଚରଣ ଦାସ ଓ ଜୟଦେବ ଜେନାଙ୍କୁ କମିଟିରେ ସଭ୍ୟ ।

ଖବର ଓଡ଼ିଶା 19/04/2018
Khabar Odisha:baijayant-panda-supporter-salim-khan-press-meet-and-release-audio-tape

‘ବୈଜୟନ୍ତଙ୍କୁ ବଦନାମ କରିବା ପାଇଁ ପି’ଙ୍କ ଷଡଯନ୍ତ୍ର, ବବି ଭାଇ ନେଇଛନ୍ତି ଠିକାଦାରି’, ଅଡିଓ ଟେପରେ ଖୁଲାସା କଲେ ସଲିମ୍

ବୈଜୟନ୍ତ ପଣ୍ଡାଙ୍କୁ ନେଇ କେନ୍ଦ୍ରାପଡା ବିଜୁ ଜନତା ଦଳ ମଧ୍ୟରେ ଦ୍ୱନ୍ଦ ଥମିବାର ନା ନେଉ ନାହିଁ । କିଛିଦିନ ତଳେ ବୈଜୟନ୍ତଙ୍କ ବିରୋଧରେ ପ୍ରେସମିଟ କରି ବର୍ଷିଥିଲେ ତାଙ୍କର ଘନିଷ୍ଠ ସହଯୋଗୀ ତଥା ରାଜନୈତିକ ପ୍ରବକ୍ତା ଦେବାଶିଷ ମଲ୍ଲିକ ।

ଖବର ଓଡ଼ିଶା 19/04/2018
Khabar Odisha:bjp-mla-said-karnataka-election-is-about-hindus-vs-muslims-ram-mandir-vs-babri-masjid

ସଡ଼କ-ପାଣି ନୁହେଁ ଆଗାମୀ ନିର୍ବାଚନ ହିନ୍ଦୁ-ମୁସଲିମ ଓ ରାମ ମନ୍ଦିର ପ୍ରସଙ୍ଗରେ ଲଢାଯିବ- ବିଜେପି ବିଧାୟକ

କର୍ଣ୍ଣାଟକ ନିର୍ବାଚନ ନିକଟତର ହେବା ମାତ୍ରେ ନେତାଙ୍କ ମୁଖରୁ ବିବାଦୀୟ ବୟାନ ଆସିବା ଆରମ୍ଭ ହୋଇ ଯାଇଛି। ବେଲଗାଭି ନିର୍ବାଚନୀ ମଣ୍ଡଳିର ବିଜେପି ବିଧାୟକ ସଞ୍ଜୟ ପାଟିଲ ...

ଖବର ଓଡ଼ିଶା 19/04/2018
Khabar Odisha:mp-mla-rape-case-crimes-against-women-adr-reports-bjp-shivsena-political-party

ମହିଳା ଅପରାଧର ଅଭିଯୁକ୍ତଙ୍କୁ ଟିକେଟ୍ ଦେବାରେ ବିଜେପି ସବୁଠୁ ଆଗରେ, ତୃତୀୟରେ କଂଗ୍ରେସ

ଉତ୍ତର ପ୍ରଦେଶର ଉନ୍ନାଓରେ ନାବାଳିକା ସହିତ ଗଣ ବଳାତ୍କାର ମାମଲାରେ ବିଜେପି ବିଧାୟକଙ୍କ ସଂପୃକ୍ତି ଏବଂ କଠୁଆର ହୃଦୟ ବିଦାରକ ଘଟଣା ପରେ ବିଜେପିର ଦୁଇ ମନ୍ତ୍ରୀ ସମେତ ଅନେକ ...

ଖବର ଓଡ଼ିଶା 19/04/2018
First Previous
1 2 3 4 5 6 7 8 9 10
Next Last Page 1 of 179