Home > ରାଜନୀତି
କଂଗ୍ରେସର ଶନି ଦଶା, ମଧ୍ୟପ୍ରଦେଶ ପରେ ଗୁଜୁରାଟରେ ଇସ୍ତାଫା ଦେଲେ କଂଗ୍ରେସର 4 ବିଧାୟକ
Khabar Odisha:4-Congress-MLA-Resigned-In-MLA-post-in-gujurat
ଗୁଜୁରାଟ, ମାର୍ଚ୍ଚ ୧୫ (ଖବର ଓଡ଼ିଶା):

ମଧ୍ୟପ୍ରଦେଶ ପରେ ସଙ୍କଟରେ ଗୁଜୁରାଟର ପ୍ରଦେଶ କଂଗ୍ରେସ ।  ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ କଂଗ୍ରେସକୁ ଲାଗିଛି ଝଟକା | ଗୁଜୁରାଟ କଂଗ୍ରେସର ୪ ଜଣ ବିଧାୟକ ଇସ୍ତଫା ଦେଇଥିବା ନେଇ କେତେକ ସୂତ୍ରରୁ ସୂଚନା ମିଳିଛି । ଯଦିଓ ଇସ୍ତଫା ଦେଇଥିବା ବିଧାୟକ, ଓ ସେମାନଙ୍କ ନାମ ଏପର୍ଯ୍ୟନ୍ତ ସରକାରୀ ଭାବେ ଘୋଷଣା କରାଯାଇ ନାହିଁ। ହେଲେ ବି ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଗୁଜୁରାଟ କଂଗ୍ରେସର ୪ ଜଣ ବିଧାୟକ ସେମାନଙ୍କ ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟରେ ଦାଖଲ କରିଛନ୍ତି। ଆସନ୍ତାକାଲି ଇସ୍ତଫା ଦେଇଥିବା ବିଧାୟକଙ୍କ ନାମ ବାଚସ୍ପତି ଘୋଷଣା କରିପାରନ୍ତି ବୋଲି ଜଣାପଡିଛି ।

 

ମିଳିଥିବା ସୂତ୍ରରୁ ଜଣାପଡିଛି ଯେ ଇସ୍ତଫା ଦେଇଥିବା ୪ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଦୁଇଜଣ ବିଧାୟକ ଜେଭି କାକାଡିଆ ଏବଂ ସୋମାଭାଇ ପଟେଲ ନିର୍ବାଚନ ପୂର୍ବରୁ କାହା ସହିତ ଯୋଗାଯୋଗ କରୁନାହାଁନ୍ତି | ଏହା ବ୍ୟତୀତ ମଙ୍ଗଲ ଗାଭିଟ ଏବଂ ପ୍ରଦ୍ୟୁମ୍ନ ସିଂ ଜାଡେଜାଙ୍କ ମଧ୍ୟ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଲାଗି ରହିଛି |

ଏଠାରେ ସୂଚନା ଥାଉ କି ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜ୍ୟସଭା ନିର୍ବାଚନ ପରେ ଗୁଜୁରାଟରେ କଂଗ୍ରେସ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛି। ଶନିବାର ଦିନ କଂଗ୍ରେସ ଏହାର ୧୪ ଜଣ ବିଧାୟକଙ୍କୁ ଗୁଜରାଟରୁ ଜୟପୁରକୁ ସ୍ଥାନାନ୍ତର କରିଛି। ଗୁଜୁରାଟର ଏହି ବିଧାୟକମାନେ ଜୟପୁରର ପଞ୍ଚ ତାରକା ହୋଟେଲ ଶିବ ଭିଲାସରେ ରହିଛନ୍ତି। ବର୍ତ୍ତମାନ ୪ ଜଣ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ମଧ୍ୟ ଏହାର ୨୦-୨୨ ବିଧାୟକଙ୍କୁ ଜୟପୁରକୁ ନେଇଯିବ। ସୂତ୍ରରୁ ଜଣାପଡିଛି ଯେ ୧୦ ରୁ ୧୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇପାରନ୍ତି । ଏହାପୂର୍ବରୁ ମଧ୍ୟପ୍ରଦେଶର ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି।

  • Tags: