Home > ରାଜନୀତି
YES ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖିଥିବା ବ୍ୟକ୍ତି ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ? ରାଜ୍ୟ ସରକାରଙ୍କଠାରୁ ଉତ୍ତର ମାଗିଲା ବିଜେପି
Khabar Odisha:BJP-general-secretary-Pruthwiraj-Harichandan-Press-conference-for-Yes-Bank-issue
ଭୁବନେଶ୍ୱର, ମାର୍ଚ୍ଚ ୧୯ (ଖବର ଓଡ଼ିଶା):

ଜଗନ୍ନାଥଙ୍କ ଟଙ୍କା yes bank ରୁ ଫେରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ରାଜ୍ୟ ବଜେପି । ବଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରଖିଲେ ପ୍ରତିକ୍ରିୟା। କହିଲେ ସରକାର ଆଜିପର୍ଯ୍ୟନ୍ତ ଉତ୍ତର ରଖିଲେ ନାହିଁ କିଏ, କାହିଁକି ଓ କିପରି yes bank ରେ ଟଙ୍କା ରଖିଥିଲା । ସମସ୍ତ ନିୟମ ଭାଙ୍ଗି କାହିଁକି ଓ କିଏ ଘରୋଇ ବ୍ୟାଙ୍କରେ ଟଙ୍କା ଜମା କରିଥିଲା ।

yes bank ରେ ଟଙ୍କା ଜମା କରିବା ମାମଲାରେ ଆଇଏଏସ ବିଜୟ କେତନ ଗିରଫ ହୋଇଥିଲେ । ଜଗନ୍ନାଥଙ୍କ ଟଙ୍କା ରଖିଥିବା ବ୍ୟକ୍ତି ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାହା ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଜଣାନ୍ତୁ ।

  • Tags: