Home > ରାଜନୀତି
ଆସନ୍ତା 25 ତାରିଖରୁ ସମଗ୍ର ରାଜ୍ୟରେ ବିଜେପି ପକ୍ଷରୁ ଆରମ୍ଭ ହେବ ଓବିସି ଜନ ଜାଗରଣ ଅଭିଯାନ
Khabar Odisha:BJP-press-conference-in-OBC-issue
ଭୁବନେଶ୍ୱର, ଫେବୃଆରୀ ୧୪ (ଖବର ଓଡ଼ିଶା):

ରାଜ୍ୟର ପଛୁଆ ବର୍ଗଙ୍କୁ ଉପଯୁକ୍ତ ସଂରକ୍ଷଣ ନେଇ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ସାମ୍ୱାଦିକ ସମ୍ମିଳନୀ । ଆସନ୍ତା ୨୫ରୁ ଆରମ୍ଭ ହେବ ଓବିସି ଜନ ଜାଗରଣ ଅଭିଯାନ । ରାଜ୍ୟର ପଛୁଆ ବର୍ଗଙ୍କୁ ଉପଯୁକ୍ତ ସଂରକ୍ଷଣ ନେଇ ସଚେତନ କରିବା ଲକ୍ଷ୍ୟରେ ବିଜେପି ପକ୍ଷରୁ ସାରା ରାଜ୍ୟରେ ଏହି ଅଭିଯାନ ଚାଲିବ । ସ୍ବାଧିନତା ପରଠାରୁ ଓଡିଶାରେ ପଛୁଆ ବର୍ଗଙ୍କୁ 38.75 ଭାଗ ଆରକ୍ଷଣ ଦିଆଯାଇଛି | ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ 27 ବଦଳରେ 11.25 ଭାଗ ଦିଆଯାଉଛି |

ପୂର୍ବରୁ ରାଜ୍ୟରେ 27 ପ୍ରତିଶତ ଆରକ୍ଷଂଣ ଦିଆଯାଉଥିଲା | କିନ୍ତୁ ରାଜ୍ୟ ସରକାର ଏନେଇ ସୁପ୍ରିମ୍ କୋର୍ଟକୁ ଯାଇପାରିଥାନ୍ତେ, ମାତ୍ର କରୁନାହାନ୍ତି। ପଛୁଆ ବର୍ଗଙ୍କୁ କିଛି ହକ୍ ମିଳୁ ସରକାର ଚାହୁଁନଥିଲେ | ସମ୍ବିଧାନର ହକ୍ ଦେବାକୁ ରାଜି ନୁହଁନ୍ତି | ଆମେ ରାଷ୍ଟ୍ରୀୟ ପଛୁଆ ବର୍ଗ କମିଶନଙ୍କ ନିକଟରେ ଫେରାଦ ହେଲୁ, କମିଶନ ଓଡିଶା ଆସିବା ପରେ ରାଜ୍ୟ ସରକାର ଭୟଭୀତ ହୋଇ ରାତି ଅଧିଆ କମିଶନ ଘୋଷଣା କଲେ |

କର୍ଣ୍ଣାଟରେ 73, ତାମିଲନାଡୁରେ 69 ଭାଗ ଆରକ୍ଷଣ ଅଛି| ସେଠାରେ ଯଦି 50ଭାଗରୁ ଅଧିକ ଆରକ୍ଷଣ ମିଳୁଛି, ଓଡିଶାରେ କାହିଁକି ଲାଗୁ କରାଯାଇପାରିବନି ବୋଲି ଦାବି କରିଛି ଦଳ ।

27ପ୍ରତିଶତ ଆରକ୍ଷଂଣ ସରକାରୀ ଚାକିରୀ, ଉଚ୍ଚଶିକ୍ଷା ଓ ପଞ୍ଚାୟତ ଓ ମହାନଗର ନିଗମ ନିର୍ବାଚନରେ ଦେବାକୁ ଦାବୀ ହୋଇଛି | ନଚେତ ବିଜେପି ଦଳ ଓବିସି ଜାଗରଣ ଅଭିଯାନ ଫେବୃଆରୀ 25ରୁ ସାରା ରାଜ୍ୟରେ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ନେତା ଖାରବେଳ ସ୍ବାଇଁ ।

  • Tags: