Home > ରାଜନୀତି
କଂଗ୍ରେସର ଅଧ୍ୟକ୍ଷ ପଦ ବିଳମ୍ବ ଯୋଗୁଁ ପାର୍ଟିକୁ କ୍ଷତି ପହଞ୍ଚିଛି: ଶଶୀ ଥରୁର
Khabar Odisha:Nation-Party-lost-due-to-delay-in-decision-on-the-post-of-congress-President-says-Shashi-Tharoor

ଜୟପୁର, ସେପ୍ଟେମ୍ବର ୨୦ (ଖବର ଓଡ଼ିଶା): ଅଲ ଇଣ୍ଡିଆ ପ୍ରେଫେଶନାଲ କଂଗ୍ରେସର ଇଣ୍ଡିଆ ଇନ କ୍ରାଇସିସ ବିଷୟରେ ଅଧିବେଶନ ଜୟପୁରସ୍ଥିତ ହୋଟେଲ ‘କ୍ଲାର୍କ୍ସ ଓମାର’ରେ ଆୟୋଜିତ ହୋଇଯାଇଛି । ଅଧିବେଶନରେ ଏଆଇପିସିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶଶୀ ଥରୁର ଓ କଂଗ୍ରେସ ରାଜ୍ୟ ସଭାପତି ସଚିନ ପାଇଲଟ ନିଜର ଉଦବୋଧନ ଦେଇଛନ୍ତି । 

ନିଜର ଉଦବୋଧନରେ ଶଶୀ ଥରୁର କହିଛନ୍ତି, ବାଲାକୋଟ ଏୟାର ଷ୍ଟ୍ରାଇକରୁ ବିଜେପି ରାଜନୈତିକ ଲାଭ ଉଠାଇଛି । କଂଗ୍ରେସ ଏହାକୁ ରାଜନୈତିକକରଣ କରିପାରି ନାହିଁ । ପାକିସ୍ତାନ ଧାରା ୩୭୦ ପରେ କଶ୍ମୀରକୁ ନେଇ ଆଣୁଥିବା ଅଭିଯୋଗ ଭୁଲ ବୋଲି ଥରୁର କହିଛନ୍ତି । ଥରୁରଙ୍କ କହିବା ଅନୁସାରେ ମୋଦୀ ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ କଂଗ୍ରେସ ଅଧ୍ୟକ୍ଷ ପଦ ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ କରିଥିଲା । ଅଧିବେଶନରେ ସଚିନ ପାଇଲଟ ଅର୍ଥବ୍ୟବସ୍ଥାର ଖରାପ ସ୍ଥିତି ଓ ରୋଜଗାର ହ୍ରାସକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଶଶୀ ଥରୁର କହିଛନ୍ତି, ପାକିସ୍ତାନକୁ ଆମର ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ । କଶ୍ମୀର ପ୍ରସଙ୍ଗ ନେଇ ଆମେ ଭାରତ ସରକାରଙ୍କ ସହ ଅଛୁ । କଶ୍ମୀର ଭାରତର ଅଭିନ୍ନ ଅଂଶବିଶେଷ । ପାକିସ୍ତାନ ନିଜର ଜମିର ବ୍ୟବହାର କରିବା ପାଇଁ ଚୀନକୁ ଅଧିକାର ଦେଉଛି । ପାକିସ୍ତାନକୁ ପରମାଣୁ ବୋମା ଧମକ ବଦଳରେ ନିଜର ସ୍ଥାନୀୟ ପ୍ରସଙ୍ଗ ଉପରେ ଚିନ୍ତା କରିବାର ଅଛି । ସର୍ଜିକାଲ ଷ୍ଟ୍ରାଇକ ନେଇ ଥରୁର କହିଛନ୍ତି, ବାଲାକୋଟରେ ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀ ନିହତ ହୋଇ ନଥିଲେ । ବିଦେଶୀ ଗଣମାଧ୍ୟମର ଉଦାହରଣ ଦେଇ ସେ କହିଛନ୍ତି, କିଛି ଗଛ ଉପୁଡି ପଡ଼ିଥିଲା ଓ ପାହାଡରୁ ଫେରି ଆସିଥିଲେ । କିନ୍ତୁ ଆମେ ସ୍ୱୀକାର କରିଥିଲେ, ଯାହା ଭାରତ ସରକାର କହିଥିଲେ । ଏଥିରୁ ବିଜେପିକୁ ନିର୍ବାଚନରେ ଲାଭ ହୋଇଛି । ଆମେ ଏହି ଘଟଣାରୁ ରାଜନୈତିକ ଲାଭ ଉଠାଇ ପାରି ନଥିଲୁ । 

  • Tags: