Home > ରାଜନୀତି
ନାଗରିକତା ସଂଶୋଧନ ବିଧେୟକକୁ ନେଇ ମହାବିକାଶ ଅଘାଡୀରେ ମତଭେଦ, ଉଦ୍ଧବଙ୍କୁ ଭେଟିବ କଂଗ୍ରେସ
Khabar Odisha:National-news-Citizenship-Amendment-Bill-Congress-Will-Talk-To-Uddhav-Thackeray
ମୁମ୍ୱାଇ,ଡିସେମ୍ଵର ୦୫ (ଖବର ଓଡିଶା) :

ନାଗରିକତା ସଂଶୋଧନ ବିଧେୟକକୁ ମୋଦୀ ସରକାର ଡିସେମ୍ୱର 9 ତାରିଖରେ ଲୋକସଭାରେ ଚର୍ଚ୍ଚା ପାଇଁ ଆଗତ କରିବେ । ଶିବସେନା ଦ୍ୱାରା ବିଧେୟକକୁ ସମର୍ଥନ ଦିଆଯିବା ସଂକେତ ମିଳିବା ପରେ ମହାରାଷ୍ଟ୍ର ମହା ବିକାଶ ଅଘାଡୀ( କଂଗ୍ରେସ-ଏନସିପି-ଶିବସେନା ମେଣ୍ଟ)ରେ ମତଭେଦ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । 

କଂଗ୍ରେସର କହିବା ଅନୁସାରେ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମରେ ଏହା ନିଷ୍ପତ୍ତି ନିଆଯାଇଥିଲା ଯେ ରାଷ୍ଟ୍ରୀୟ ପ୍ରସଙ୍ଗ ଯେପରି ନାଗରିକତା ସଂଶୋଧନ ବିଧେୟକ ଉପରେ ସର୍ବସମ୍ମତି ପରେ କୌଣସି ପଦକ୍ଷେପ ଗ୍ରହଣ କରାଯିବ । ସୂତ୍ର ଅନୁସାରେ ଏହି ମାମଲାକୁ ନେଇ କଂଗ୍ରେସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଅଲୋଚନା କରିବ । 

ନାଗରିକତା ସଂଶୋଧନ ବିଧେୟକ କ’ଣ

ନାଗରିକତା ସଂଶୋଧନ ବିଧେୟକରେ ନାଗରିକତା ଆଇନ, 1955ରେ ସଂଶୋଧନର ପ୍ରସ୍ତାବ ରହିଛି । ଏଥିରେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସୁଥିବା ହିନ୍ଦୁ, ଶିଖ,ବୌଦ୍ଧ, ଜୈନ, ପାରସୀ ଏବଂ ଇସାଇ ଧର୍ମର ଶରାଣାର୍ଥୀଙ୍କ ପାଇଁ ନାଗରିକତା ନିୟମକୁ ସରଳ କରାଯାଇଛି । 

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିଙ୍କୁ ଭାରତୀୟ ନାଗରିକତା ହାସଲ କରିବା ପାଇଁ ଅତି କମରେ 11 ବର୍ଷ ଏଠାରେ ରହିବା ବାଧ୍ୟତାମୂଳକ ରହିଛି । ଏହି ସଂଶୋଧନରେ ମାଧ୍ୟମରେ ସରକାର ନିୟମକୁ ସରଳ କରି ନାଗରିକତା ହାସଲର ସମୟସୀମାକୁ ଏକ ବର୍ଷକୁ 6 ବର୍ଷ କରିବାକୁ ଚାହୁଁଛନ୍ତି । 

ଯଦି ଏହି ବିଧେୟକ ପାସ ହୁଏ, ତେବେ ଆଫଗାନିସ୍ତାନ, ପାକିସ୍ତାନ ଏବଂ ବାଂଲାଦେଶର ସମସ୍ତ ବେଆଇନ ପ୍ରବାସୀ ହିନ୍ଦୁ, ଶିଖ, ବୌଦ୍ଧ, ପାରସୀ ଏବଂ ଇସାଇଙ୍କୁ ଭାରତୀୟ ନାଗରିକତାର ଯୋଗ୍ୟ ହେବେ ।