Home > ରାଜନୀତି
“ଏହା ଏପରି ଏକ ମ୍ୟୁଜିକାଲ ଚେୟାର, ଯେଉଁଥିରେ କେବଳ ଗାନ୍ଧୀ ପରିବାରର ସଦସ୍ୟଙ୍କ ପାଇଁ ମ୍ୟୁଜିକ ବାଜିଥାଏ”
Khabar Odisha:National-news-Gandhis-playing-musical-chair-amongst-themselves-sambit-patra
ନୂଆଦିଲ୍ଲୀ,ଅଗଷ୍ଟ ୧୧ (ଖବର ଓଡ଼ିଶା):

 କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧୀଙ୍କ ଚନୟ ପରେ ବିଜେପିର ରାଷ୍ଟ୍ରୟ ମୁଖପାତ୍ର ସମ୍ୱିତ ମାତ୍ର ରବିବାର ଦିନ କଟାକ୍ଷ କରିଛନ୍ତି ଗାନ୍ଧୀ ପରିବାର ସଦସ୍ୟମାନେ ପରସ୍ପର ମଧ୍ୟରେ ମ୍ୟୁଜିକାଲ ଚେୟର ଖେଳୁଛନ୍ତି । ଏହାସହ ସେ କହିଛନ୍ତି ଯେ ଦଳର ବୁଡୁଥିବା ଡଙ୍ଗାକୁ ବଞ୍ଚାଇବା ପାଇଁ ସୋନିଆ ଗାନ୍ଧୀଙ୍କ ଆଗକୁ ଆସିବା ପ୍ରମାଣିତ କରୁଛି ଯେ କଂଗ୍ରେସ ପାଇଁ ରାହୁଲ ଗାନ୍ଧୀ ଗୋଟିଏ ବଡ ଭୁଲ ଥିଲା ।

ସମ୍ୱିତ ପାତ୍ର କହିଛନ୍ତି ଶେଷରେ କଂଗ୍ରେସକୁ ଗାନ୍ଧୀ ପରିବାରରୁ ଜଣଙ୍କୁ ଅଧ୍ୟକ୍ଷ ଭବେ ନିଯୁକ୍ତ କରିବାର ଥିଲା । ସେ କହିଛନ୍ତି ଏହାକୁ ଏପରି ମଧ୍ୟ ଦେଖାଯାଇ ପାରିବ ଯେ କଂଗ୍ରେସ ପୁରା ଗୋଟିଏ ପରିକ୍ରମା କରିଛି, ଏବଂ ପୁଣିଥରେ ସେହି ସ୍ଥାନରେ ପହଞ୍ଚି ଯାଇଛି । ସେ କହଛନ୍ତି ଏହି ପରିକ୍ରମା ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ ହୋଇ ସୋନିଆ ଗାନ୍ଧୀଙ୍କ ପର୍ଯ୍ୟନ୍ତ ଏବଂ ସୋନିଆ ଗାନ୍ଧୀଙ୍କ ଠାରୁ ଆରମ୍ଭ ହୋଇ ରାହୁଲ ଗାନ୍ଧୀଙ୍କ ଠାରେ ଶେଷ ହୋଇଛି । ଏହା ଗୋଟିଏ ମ୍ୟୁଜିକାଲ ଚେୟାର ପରି ଅଟେ, ଯେଉଁଥିରେ କେବଳ ଗାନ୍ଧୀ ପରିବାରର ସଦସ୍ୟଙ୍କ ପାଇଁ ମ୍ୟୁଜିକ ବାଜିଥାଏ । 

ସମ୍ୱିତ ପାତ୍ର କଂଗ୍ରେସର ତୁଳନା ବିଜେପି ସହ କରି କହିଛନ୍ତି ଯେ ଦୁଇଟି ଦଳ ପରସ୍ପର ବିପରୀତ ଅଟେ । ଗୋଟିଏ ପଟେ ବିଜେପିରେ ପାର୍ଟି ପରିବାର ହୋଇଥିବା ବେଳେ ଅନ୍ୟପଟେ କଂଗ୍ରେସରେ ପରିବାର ହିଁ ପାର୍ଟି । ଏହାସହ କାଶ୍ମୀରକୁ ନେଇ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଦିଆଯାଇଥିଲା ବୟାନକୁ ସମାଲୋଚନା କରି କହିଛନ୍ତି ଯେ ସେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ସୂଚନାଯୋଗ୍ୟ ଯେ ଶନିବାର ଦିନ ରାହୁଲ ଗାନ୍ଧୀ କାଶ୍ମରୀ ପ୍ରସଙ୍ଗରେ ବୟାନ ଦେଇ କହିଥିଲେ ଯେ ଉପତ୍ୟକାରୁ ହିଂସା ଏବଂ ଲୋକଙ୍କ ମରିବା ଖବର ଆସୁଛି । ରାହୁଲ ପିଏମଙ୍କୁ କାଶ୍ମୀର ସ୍ଥିତି ସ୍ପଷ୍ଟ କରିବା ପାଇଁ ଦାବି କରିଥିଲେ ।