Home > ରାଜନୀତି
କର୍ଣ୍ଣାଟକ: “ଡି.କେ.ଶିବକୁମାରଙ୍କ ଗିରଫଦାରୀ ପଛରେ ସିଦ୍ଧରମୈୟା”-ବିଜେପି ପ୍ରଦେଶ ଅଧ୍ୟକ୍ଷ
Khabar Odisha:National-news-Karnataka-Bjp-Chief-Accuses-Siddarmaiah-For-The-Arrest-Of-Congress-Leader-Dk-Shivakumar
ବେଙ୍ଗାଲୁରୁ, ସେପ୍ଟେମ୍ବର ୮ (ଖବର ଓଡ଼ିଶା):

କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ଡି.କେ.ଶିବକୁମାରଙ୍କୁ ଗିରଫ ଉପରେ ଏବେ ରାଜନୀତି ଆରମ୍ଭ ହୋଇଛି । ମନି ଲଣ୍ଡ୍ରିଂ ମାମଲାରେ ଡି.କେ.ଶିବକୁମାରଙ୍କୁ ଇଡି ଚଳିତ ମାସରେ ଗିରଫ କରିଥିଲା । ବିଜେପି ପ୍ରଦେଶ ଅଧ୍ୟକ୍ଷ ନଲିନ କୁମାର କତିଲ ଶିବକୁମାରଙ୍କ ଗିରଫଦାରୀ ପଛରେ କଂଗ୍ରେସର ଭିତରୁ ଷଡଯନ୍ତ୍ର ରଚାଯାଇଥିବା ଆଶଂକା ପ୍ରକାଶ କରିଛନ୍ତି । ବିଜେପି ପ୍ରଦେଶ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ଯେ ଶିବକୁମାରଙ୍କ ଗିରଫ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଏସ.ସିଦ୍ଧରମୈୟାଙ୍କ ହାତ ଥାଇ ପାରେ ।

ନଳିନ କହିଛନ୍ତି, “ଡି.କେ.ଶିବକୁମାରଙ୍କ ଗିରଫ ପଛରେ ସିଦ୍ଧରମୈୟାଙ୍କ ହାତ ଥିବା ମୁଁ ସନ୍ଦେହ କରୁଛି । ଶିବକୁମାରଙ୍କ ପାର୍ଟିରେ ବଢୁଥିବା କ୍ଷମତାକୁ ଦେଖି ସିଦ୍ଧରମୈୟା ସହ୍ୟ କରି ପାରୁ ନଥିଲେ, ବୋଧହୁଏ ଏଥିପାଇଁ ସେ ଶିବକୁମାରଙ୍କୁ ଗିରଫ କରାଇଛନ୍ତି”।

ସୂଚନାଯୋଗ୍ୟ ଯେ ଶିବକୁମାର ମନି ଲଣ୍ଡ୍ରିଂ ମାମଲାରେ ତୃତୀୟ ଥର ପାଇଁ ସୋମବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହୋଇଥିଲେ । କର୍ଣ୍ଣାଟକ କଂଗ୍ରେସର ସଙ୍କଟମୋଚକ ଭାବ ପରିଚିତ ଥିବା ଶିବକୁମାର ବହୁ ପୂର୍ବରୁ ଇଡିର ଟାର୍ଗେଟରେ ରହିଥିଲେ । ଇଡି ଗତ ଚାରିଦିନ ଧରି ଶିବକୁମାରଙ୍କୁ ଜେରା କରୁଛି ।

ଗିରଫ ହୋଇଥିବା ଶିବକୁମାର ଏହାକୁ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ଦ୍ୱାରା କରାଯାଇଥିବା କହିଥିଲେ । ଗିରଫ ହେବା ପରେ ଶିବକୁମାର ଟ୍ୱିଟ କରି କହିଥିଲେ, “ମୁଁ ମୋର ବିଜେପି ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଜଣାଉଛି ଯେ ସେମାନେ ମୋତେ ଗିରଫ କରାଇବାର ମିଶନକୁ ସଫଳତାପୂର୍ବକୁ ପୁରଣ କରିଛନ୍ତି” ।