Home > ରାଜନୀତି
ଋଣଛାଡ ଉପରେ କମଳନାଥ ସରକାରକୁ ଘେରିଲେ ଦିଗବିଜୟଙ୍କ ଭାଇ, କହିଲେ-କ୍ଷମା ମାଗନ୍ତୁ ରାହୁଲ ଗାନ୍ଧୀ
Khabar Odisha:National-news-Lakshman-Singh-Says-We-Have-Not-Been-Able-To-Fulfill-The-Promise-Of-Farm-Loan-Waiver
ନୂଆଦିଲ୍ଲୀ,ସେପ୍ଟେମ୍ବର ୧୯ (ଖବର ଓଡ଼ିଶା):

ମଧ୍ୟ ପ୍ରଦେଶରେ ଗତ ବର୍ଷ କଂଗ୍ରେସ ସରକାର କୃଷି ଋଣଛାଡ କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା । ସରକାରକୁ ଆସିବା ପରେ କଂଗ୍ରେସ କିଛି ଲୋକଙ୍କ ଋଣ ଛାଡ ମଧ୍ୟ କରିଥିଲା କିନ୍ତୁ କେତେ ଜଣ ଚାଷୀ ଏଥିରେ ଲାଭାନ୍ୱିତ ହୋଇଛନ୍ତି ଏହାର ସଂଖ୍ୟା ସ୍ପଷ୍ଟ ହୋଇନାହିଁ । ରାଜ୍ୟର ଚାଷୀଙ୍କ ଏକ ବଡ଼ ସଂଖ୍ୟା ଏବେ ମଧ୍ୟ ଏହି ଯୋଜନାରୁ ଦୂରରେ ରହିଛନ୍ତି । ଏହି କାରଣରୁ ସେମାନଙ୍କ ମନରେ କମଲନାଥ ସରକାର ପ୍ରତି ଅସନ୍ତୋଷ ରହିଛି । ଏହା ପୂର୍ବରୁ ବିରୋଧୀ କମଲନାଥ ସରକାରକୁ ଟାର୍ଗେଟ କରୁଥିବା ବେଳେ ଏବେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଭାଇ ଲକ୍ଷ୍ମଣ ସିଂହ ପ୍ରଶ୍ନ ଉଠାଇଛନ୍ତି । ସେ ରାହୁଲ ଗାନ୍ଧୀଙ୍କୁ କୃଷକଙ୍କୁ କ୍ଷମା ମାଗିବାକୁ କହିଛନ୍ତି । 

କଂଗ୍ରେସ ନେତା ଲକ୍ଷ୍ମଣ ସିଂହ ଭୋପାଳରେ କହିଛନ୍ତି, ଆମେ ରାଜ୍ୟର କୃଷକଙ୍କୁ କରିଥିବା ଋଣଛାଡର ପ୍ରତିଶ୍ରୁତି ପୁରଣ କରିବାରେ ସଫଳ ହୋଇନି । ରାହୁଲ ଗାନ୍ଧୀ କୃଷକଙ୍କୁ କ୍ଷମା ମାଗିବା ଦରକାର ଏବଂ ତାଙ୍କୁ ସ୍ପଷ୍ଟ କରିବା ଦରକାର ଯେ ଋଣଛାଡ ପାଇଁ କେତେ ସମୟ ଲାଗିବ । ଏହା ଫଳରେ ସେହି କୃଷକମାନଙ୍କ ପାଖକୁ ଭଲ ସନ୍ଦେଶ ଯିବ ଯେଉଁମାନେ ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି । 

ସେ କହିଛନ୍ତି ଯେ, ପାର୍ଟିର ଶୀର୍ଷ ନେତୃତ୍ୱ କେବଳ କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ ଭେଟୁଛନ୍ତି । ଯଦି ଏପରି ଜାରି ରହେ ତେବେ ମୋତେ ଜଣା ନାହିଁ ଦଳର କ’ଣ ହେବ । ଯଦି ପାର୍ଟି ନିଜକୁ ମଜବୁଦ କରିବାକୁ ଚାହିଁଛି ତେବେ ନିଜର କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ଦରକାର ଏବଂ ଏହିପରି 2024ରେ କଂଗ୍ରେସ କ୍ଷମତାକୁ ଆସିବାରେ ସଫଳ ହୋଇପାରିବ ।