Home > ରାଜନୀତି
ଦେଶ ବାହାରେ ଆମେ ସବୁ ଏକ, ପାକିସ୍ତାନକୁ ଏକ ଇଞ୍ଚ ଜାଗା ଦେବୁନି:ଶଶି ଥରୁର
Khabar Odisha:National-news-Shashi-Tharoor-Congress-Party-On-Pakistan-To-Raise-Jammu-And-Kashmir-Issue-At-UNHRC
ନୂଆଦିଲ୍ଲୀ,ସେପ୍ଟେମ୍ବର ୯ (ଖବର ଓଡ଼ିଶା):

ପୂର୍ବତନ ବିଦେଶ ରାଜ୍ୟମନ୍ତ୍ରୀ ମନ୍ତ୍ରୀ ତଥା କଂଗ୍ରେସ ନେତା ଶଶି ଥରରୁ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ବିଚଳିତ ହୋଇଥିବା ପାକିସ୍ତାନକୁ କଡା ଜବାବ ଦେଇଛନ୍ତି । ଥରୁର କହିଛନ୍ତି ଦେଶ ବିରୋଧରେ କହୁଥିବା ଲୋକଙ୍କ ବିରୋଧରେ ବିରୋଧୀ ଏକାଠି ଏବଂ ଆମେ ପାକିସ୍ତାକୁ ଏକ ଇଞ୍ଚ ଜମି ଦେବୁନି । 

ଥରରୁ କହିଛନ୍ତି ପାକିସ୍ତାନ ଗିଲଗିଟ-ବାଲଟିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀର ସ୍ଥିତି ସଙ୍ଗନୀ କରି ଦେଇଛି । ଆମ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ତାଙ୍କୁ କିଏ ଅଧିକାର ଦେଲା ?

ଶଶି ଥରୁର କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଦ୍ୱାରା ୟୁଏନଏଚଆରସିରେ ଉତଥାପନ କରିବା ପ୍ରଶ୍ନରେ ଜବାବ ଦେଇ କହିଛନ୍ତି, ଭାରତର ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନକୁ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ । ଆମେ ବିରୋଧୀ ଦଳ, ଆମେ ସରକାରଙ୍କ ଆଲୋଚନା କରିପାରୁ କିନ୍ତୁ ଭାରତ ବାହାରେ, ଆମେ ସବୁ ଏକ । ଆମେ ପାକିସ୍ତାନକୁ ଏକ ଇଞ୍ଚ ଜାଗା ଦେବୁନି ।