Home > ରାଜନୀତି
ଜେଡିୟୁ ସହ କୌଣସି ମତଭେଦ ନାହିଁ, ନୀତୀଶଙ୍କ ନେତୃତ୍ୱରେ ନିର୍ବାଚନ ଲଢିବୁ: ଅମିତ ଶାହା
Khabar Odisha:National-politics--BJP-President-Amit-Shah-Reaction-Over-JDU-BJP-Controversy-Said-Nitish-Is-Leader-Of-NDA-In-Bihar
ନୂଆଦିଲ୍ଲୀ,ଅକ୍ଟୋବର ୧୭ (ଖବର ଓଡିଶା) :

ବିହାରର ରାଜନୀତିରେ ବିଜେପି ଏବଂ ଜେଡିୟୁ ନେତାଙ୍କ ମଧ୍ୟରେ ବୟାନବାଜୀର ଆକ୍ରମଣ ପରେ ଏନଡିଏ ମେଣ୍ଟରେ ଫାଟକୁ ନେଇ ଜାରି ରହିଥିବା ଚର୍ଚ୍ଚା ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବର ଦିନ ଏହା ଉପରେ ବିରାମ ଲଗାଇଛନ୍ତି । ବିଜେପି ଏବଂ ଜେଡିୟୁ ମଧ୍ୟରେ କୌଣସି ମତଭେଦ ନଥିବା ସେ ସ୍ପଷ୍ଟ କରିଛନ୍ତି ଏବଂ ନୀତୀଶ କୁମାରଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢିବେ ବୋଲି କହିଛନ୍ତି । 

ଅମିତ ଶାହା ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ବର୍ଷରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଆମେ ମିଳିମିଶି ଲଢିବୁ ଏବଂ ଜେଡିୟୁ ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଲଢିବୁ । ବିହାରରେ ଏନଡିଏ ମେଣ୍ଟ ଅଟଳ ଥିବା ସ୍ପଷ୍ଟ କରିଛନ୍ତି । ରାଷ୍ଟ୍ରୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିର୍ବାଚନ ଲଢିବୁ ଏବଂ ବିହାରେ ବର୍ତ୍ତମାନର ନେତୃତ୍ୱରେ । ଏହାସହ ସେ କହିଛନ୍ତି ପ୍ରତ୍ୟେକ ମେଣ୍ଟରେ କିଛି ନା କିଛି ମତଭେଦ ଏବଂ ମନମାଳିନ ରହିଥାଏ ।