Home > ରାଜନୀତି
କମଲନାଥଙ୍କ ଇସ୍ତଫା ପରେ ସିନ୍ଧିଆଙ୍କ ପ୍ରତିକ୍ରିୟା, ସତ୍ୟର ବିଜୟ ହୋଇଛି, 'ସତ୍ୟମେବ ଜୟତେ'
Khabar Odisha:National-politics--CM-Kamal-Nath-Resigned-From-His-Post-Ahead-Of-Floor-Test-In-Madhya-Pradesh-Vidhan-Sabha
ଭୋପାଳ, ମାର୍ଚ୍ଚ ୨୦ (ଖବର ଓଡ଼ିଶା):

ମଧ୍ୟପ୍ରଦେଶରରେ ଜାରି ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ କମଲନାଥ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । କମଲନାଥ ଶକ୍ତି ପରୀକ୍ଷଣର ସାମ୍ନା ନ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଶନିବାର ସମ୍ଭାବିତ ଆସ୍ଥା ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ କମଲନାଥ ସାମ୍ୱାଦିକ ସମ୍ମିଳନୀ କରି ରାଜ୍ୟାପଳ ଲାଲଜୀ ଟଣ୍ଡନଙ୍କୁ ନିଜର ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । 

ରାଜ୍ୟରେ ଜାରି ରାଜନୈତିକ ଗତିରୋଧ ମଧ୍ୟରେ ଆଜି ଅପରାହ୍ମ 12ଟାରେ ଆୟୋଜିତ ସାମ୍ୱାଦିକ ସମ୍ମଳନୀରେ ବିଜେପି ଉପରେ ସରକାର ଭାଙ୍ଗିବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇ କମଲନାଥ ସରକାରକୁ ଶନିବାର ସନ୍ଧ୍ୟା ସୁଦ୍ଧା ଫ୍ଲୋର ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ  । କିନ୍ତୁ ଫ୍ଲୋର ଟେଷ୍ଟ ପୂର୍ବରୁ ହିଁ କମଲନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ସେପଟେ ଆଜି ସନ୍ଧ୍ୟାରେ ବିଜେପି ବିଧାୟକ ଦଳର ବୈଠକ ଆୟୋଜିତ ହେବ । ଯେଉଁଥିରେ ଶିବରାଜ ସିଂହ ଚୌହାନଙ୍କୁ ବିଧାୟକ ଦଳର ନେତା ଘୋଷଣା କରାଯାଇ ପାରେ ।  

ଜ୍ୟୋତିରାଦିତ୍ୟ ସିନ୍ଧିଆ କମଲନାଥଙ୍କ ଇସ୍ତଫା ପରେ, ଏହାକୁ ମଧ୍ୟପ୍ରଦେଶ ଜନତାଙ୍କ ବିଜୟ ବୋଲି କହିଛନ୍ତି । ସିନ୍ଧିଆ ଲେଖିଛନ୍ତି, ‘ମଧ୍ୟପ୍ରଦେଶରେ ଆଜି ଜନତାଙ୍କ ବିଜୟ ହୋଇଛି । ମୁଁ ସବୁବେଳେ ରାଜନୀତିକୁ ଜନସେବାର ମାଧ୍ୟମରୁପେ ଦେଖୁଛି । କିନ୍ତୁ ପ୍ରଦେଶ ସରକାର ପଥଭ୍ରଷ୍ଟ ହୋଇଥିଲା । ପୁଣି ଥରେ ସତ୍ୟର ବିଜୟ ହୋଇଛି । ସତ୍ୟମେବ ଜୟତେ ।’