Home > ରାଜନୀତି
ଗାନ୍ଧୀ-ନେହେରୁ ପରିବାର ଏକ “ବ୍ରାଣ୍ଡ ଇକ୍ୱିଟୀ” ଯାହା ଅନ୍ୟ କୌଣସି କଂଗ୍ରେସ ନେତାଙ୍କ ପାଖରେ ନାହିଁ
Khabar Odisha:National-politics-Adhir-Chowdhury-Said-No-Cong-Leader-Has-Brand-Equity-That-Gandhi-Family-Has
ନୂଆଦିଲ୍ଲୀ, ଅଗଷ୍ଟ ୧୭ (ଖବର ଓଡିଶା) :

କଂଗ୍ରେସ ନେତା ତଥା ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିବା ଅନୁସାରେ ଗାନ୍ଧୀ-ନେହେରୁ ପରିବାର ବାହାରର କୌଣସି ବ୍ୟକ୍ତି ପାଇଁ ପାର୍ଟିର ନେତୃତ୍ୱ ସମ୍ଭାଳିବା କଷ୍ଟକର ହେବ କାରଣ ତାଙ୍କ ପରିବାର ଏକ ବ୍ରାଣ୍ଡ ଇକ୍ୱିଟୀ । ସେ କହିଛନ୍ତି କଂଗ୍ରେସ ପରି ଆଦର୍ଶ ଚିନ୍ତାଧାରା ପାର୍ଟି, ଯାହାର ସବୁ ସ୍ଥାନରେ ସଂଗଠନ ରହିଛି ସେ ହିଁ କେବଳ ବିଜେପିର ସାମ୍ପ୍ରଦାୟିକ ରଥକୁ ରୋକି ପାରିବ ।

ଚୌଧୁରୀ କହିଛନ୍ତି ଆଞ୍ଚଳିକ ଦଳ ଗୁଡିକ ଯେପରି କାମ କରୁଛନ୍ତି. ସେମାନେ ଭବିଷ୍ୟତରେ ନିଜର ଆସ୍ଥା ହରାଇ ବସିବେ । ସେମାନେ ବିଶ୍ୱାସ ହରାଇବା ଅର୍ଥ ଦେଶ ଦ୍ୱିଧ୍ରୁବୀ ରାଜନୀତି ଆଡକୁ ବଢିବ । ଦ୍ୱିଧ୍ରୁବୀ ରାଜନୀତିର ସ୍ଥିତି ଉତ୍ପନ୍ନ ହେବା ପରେ ଆମେ ପୁଣି ଥରେ କ୍ଷମତାକୁ ଫେରିବୁ । ଏଥିପାଇଁ କଂଗ୍ରେସର ଭବିଷ୍ୟ ଉଜ୍ଜ୍ୱଳ । 

କଂଗ୍ରେସ ନେତା କହିଛନ୍ତି ସୋନିଆ ଗାନ୍ଧୀ ପାର୍ଟିର ମଙ୍ଗ ଧରିବାକୁ ଚାହୁଁ ନଥିଲେ କିନ୍ତୁ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ସଂଗଠନରେ ସଂକଟରେ ଦେଖି ସେ ବରିଷ୍ଠ କଂଗ୍ରେସ ନେତାଙ୍କ ଅନୁରୋଧକୁ ସ୍ୱୀକାର କରିଥିଲେ । ସୋନିଆ ଗାନ୍ଧୀ ବିପରିତ ପରିସ୍ଥିତିରେ ଦଳର ଦାୟିତ୍ୱ ସମ୍ଭାଳିଛନ୍ତି । ତାଙ୍କ ନେତୃତ୍ୱରେ ସଂକଟ ସମୟରେ 2004 ଏବଂ 2009ରେ କଂଗ୍ରେସ ସରକାର ଗଠନ କରିଥିଲା । 

ଅଧୀର ରଞ୍ଜନ କହିଛନ୍ତି ଗାନ୍ଧୀ ପରିବାରରୁ ବାହାରର ବ୍ୟକ୍ତିକୁ ପାର୍ଟକୁ ନେତୃତ୍ୱ କରିବା କଷ୍ଟ ହେବ । ରାଜନୀତିରେ ମଧ୍ୟ ବ୍ରାଣ୍ଡ ଇକ୍ୱିଟୀ ରହିଥାଏ । ଯଦି ବିଜେପିକୁ ଦେଖିବା ତେବେ କଣ ମୋଦୀ ଏବଂ ଶାହାଙ୍କ ବିନା ତାହା ସୁଚାରୁ ରୁପେ ପରାଚାଳିତ ହୋଇ ପାରିବ ?

ଚୋଧୁରୀ କହିଛନ୍ତି ଆମ କଂଗ୍ରେସ ପାର୍ଟିରେ ମଧ୍ୟ ଗାନ୍ଧୀ ପରିବାର ଆମର ବ୍ରାଣ୍ଡ ଇକ୍ୱିଟୀ । ଏଥିରେ କୌଣସି କ୍ଷତି ନାହିଁ । ଆମ ଦଳରେ ଆଉ କାହା ପାଖରେ ସେହି କ୍ଷମତା ନାହିଁ । ଏହା ଏକ କଠୋର ବାସ୍ତବିକତା ।