Home > ରାଜନୀତି
ୟୁପି: ପୁଣି ବିଜେପିର ହେଲେ ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂହ, ଗ୍ରହଣ କଲେ ସଦସ୍ୟତା
Khabar Odisha:National-politics-Former-Governor-Kalyan-Singh-Take-Membership-Of-BJP
ନୂଆଦିଲ୍ଲୀ,ସେପ୍ଟେମ୍ବର ୯ (ଖବର ଓଡ଼ିଶା):

ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂହ ସୋମବାର ଦିନ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଉତ୍ତର ପ୍ରଦେଶର ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ତାଙ୍କୁ ପାର୍ଟିର ସଦସ୍ୟତା ପତ୍ର ଦେଇଛନ୍ତି । ଏହି ସମୟରେ ବିଜେପି କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ କଲ୍ୟାଣ ସିଂହଙ୍କ ସମର୍ଥକ ଉପସ୍ଥିତ ଥିଲେ । 

ରାଜ୍ୟପାଳ ପଦରୁ ସେବାନିବୃତ ହେବା ପରେ ଲକ୍ଷ୍ନୌ ଫେରିବା ସମୟରେ କଲ୍ୟାଣ ସିଂହଙ୍କ ସମର୍ଥକମାନେ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ । ଏହାପରେ ସିଧା ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପାର୍ଟିର ସଦସ୍ୟତା ଗ୍ରହଣ କରିବା ପରେ କଲ୍ୟାଣ ସିଂହ ନିଜ ପୁଅ ତଥା ରାଜ୍ୟମନ୍ତ୍ରୀ ସନ୍ଦିପ ସିଂହଙ୍କ ମାଲ ଏଭେନ୍ୟୁ ସ୍ଥିତ ବାସଭବନରେ କାର୍ମକର୍ତ୍ତାଙ୍କୁ ସମ୍ୱୋଧିତ କରିବେ । 

1932 ମସିହା ଜାନୁଆରୀ 5 ପାଞ୍ଚ ତାରିଖରେ ଉତ୍ତର ପ୍ରଦେଶର ଜନ୍ମ ନେଇଥିବା କଲ୍ୟାଣ ସିଂହ ବିଜେପିର ଜଣେ ବଡ ନେତା ଭାବେ ପରିଚିତ । 2014 ମସିହା ସେପ୍ଟମ୍ୱର 4 ତାରିଖରେ ସେ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ଚଳିତ ବର୍ଷ ସେପ୍ଟେମ୍ୱର 8 ତାରିଖରେ ସେ ସେବାନିବୃତ ହୋଇଥିଲେ । ଏହାସହ  ସେ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ । ସାଢେ 6 ମାସ ଧରି ସେ ହିମାଚଳ ପ୍ରଦେଶର ରାଜ୍ୟପାଳ ଥିଲେ । 

87 ବର୍ଷିୟ କଲ୍ୟାଣ ସିଂହ ଉତ୍ତର ପ୍ରଦେଶର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଛନ୍ତି । ଏକଦା ବାବରୀ ମସଜିଦ ଭାଙ୍ଗାଯିବା ଘଟଣା ପାଇଁ ସେ ଦାୟୀ ବୋଲି ନିଜେ କହିଥିଲେ ।