Home > ରାଜନୀତି
ଫେକ୍ ନ୍ୟୁଜ୍ ନୁହଁ, ଭାରତୀୟ ଚ୍ୟାନେଲ ଦେଖନ୍ତୁ ରାହୁଲ ଗାନ୍ଧୀ- ରାଜ୍ୟପାଳ
Khabar Odisha:National-politics-Jammu-Kashmir-Raj-Bhawan-Gave-Clarification-On-Recent-Tweet-Of-Rahul-Gandhi
ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡିଶା)

ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ନେଇ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଉପତ୍ୟକାର ସ୍ଥିତି ଉପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ମଧ୍ୟରେ ଏକ ପ୍ରକାର ବାକ ଯୁଦ୍ଧ ଚାଲିଛି । ମଙ୍ଗଳବାର ଦିନ ରାହୁଲ ଗାନ୍ଧୀଙ୍କ ଗୋଟିଏ ଟ୍ୱିଟର ଜବାବ ଦେଇ ମଲ୍ଲିକ କହିଛନ୍ତି, ସେ ସମ୍ଭବତଃ ସୀମା ଆରପାରିରୁ କାଶ୍ମୀରର ସ୍ଥିତିକୁ ନେଇ ପ୍ରଚାର କରାଯାଉଥିବା ଫେକ ନ୍ୟୁଜ ଉପରେ ପ୍ରତିକ୍ରିୟା ଦେଉଛନ୍ତି । ଜାମ୍ମୁ କାଶ୍ମୀର ରାଜ୍ୟପାଳ କଂଗ୍ରେସ ନେତାଙ୍କୁ ପରାମର୍ଶ ଦେଇ କହିଛନ୍ତି , କାଶ୍ମୀର ସ୍ଥିତି ବିଷୟରେ ଜାଣିବା ପାଇଁ ଭାରତୀୟ ନ୍ୟୁଜ ଚ୍ୟାନେଲ ଦେଖନ୍ତୁ ଯେଉଁମାନେ ଘାଟିର ପକୃତ ସ୍ଥିତିକୁ ଦେଖାଉଛନ୍ତି । 

ସୂଚନାଯୋଗ୍ୟ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଦିନ କାଶ୍ମୀର ସ୍ଥିତି ଉପରେ ପିଏମ ମୋଦୀଙ୍କ ଜବାବ ମାଗିଥିଲେ । ରାହୁଲ ଗନ୍ଧୀ କହିଥିଲେ ଜାମ୍ମୁ କାଶ୍ମୀରେ ହିଂସର ଖବର ଆସୁଛି ଏବଂ ପିଏମ ମୋଦୀଙ୍କୁ ସତ କହିବା ଦରକାର ଯେ ବାସ୍ତବରେ ସେଠାରେ ସ୍ଥିତି କଣ ରହିଛି ? ଏହା ଉପରେ ଜାମ୍ମୁ କାଶ୍ମୀର ରାଜ୍ୟପାଳ ମଙ୍ଗଳବାର ଦିନ ଜବାବ ଦେଇ କହିଥିଲେ ଯେ ରାହୁଲ ଗାନ୍ଧୀଙ୍କ ପାଇଁ ସ୍ୱତନ୍ତ୍ର ବିମାନ ପଠାଇବକୁ ଫଳରେ ସେ ଉପତ୍ୟକାର ସ୍ଥିତି ପରିଖି ପାରିବେ । ମଲ୍ଲିକଙ୍କ ଜବାବ ଉପରେ ପାଲଟା ଆକ୍ରମଣ କରି ରାହୁଲ କହିଥିଲେ ତାଙ୍କୁ ବିମାନ ନ ଦିଆଯାଉ କିନ୍ତୁ ବିରୋଧୀ ଦଳ ଗୁଡିକର ଏକ ଶୀର୍ଷମଣ୍ଡଳକୁ ଜାମ୍ମୁ କାଶ୍ମୀର ବୁଲି ଲୋକଙ୍କୁ ଭେଟିବାର ସ୍ୱଧିନତା ଦିଆଯାଉ । 

ରାହୁଲ ଗାନ୍ଧୀଙ୍କ ଟ୍ୱିଟ ପରେ ରାଜଭବନ ପକ୍ଷରୁ ପୁଣି ଥରେ ଜବାବ ଦିଆଯାଇଛି । ଏଥିରେ ରାଜ୍ୟପାଳ ରାହୁଲ ଗାନ୍ଧୀଙ୍କ ଉପରେ ମାମଲାକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି । ରାଜ୍ୟପାଳଙ୍କ ପକ୍ଷରୁ କୁହାଯାଇଛି ଯେ ସେ ବୋଧେ ଘାଟିର ସ୍ଥିତିକୁ ନେଇ ସୀମା ଆରପାରିରୁ ପ୍ରଚାର କରାଯାଉଥିବା ଫେକ ନ୍ୟୁଜ ଉପରେ ପ୍ରତିକ୍ରିୟା ଦେଉଛନ୍ତି, ଯେତେବେଳେ ଘାଟିର ମାହୋଲ ଶାନ୍ତିପୂର୍ଣ୍ଣ ରହିଛି । ରାଜ୍ୟପାଳ କହିଛନ୍ତି ରାହୁଲଙ୍କୁ ଭାରତୀୟ ଟିଭି ଦେଖି ନିଜର କଥାକୁ ପରଖିବା ଦରକାର, ଯେଉଁମାନେ କାଶ୍ମୀରର ପ୍ରକୃତ ସ୍ଥିତର ରିପୋର୍ଟିଂ କରୁଛନ୍ତି ।