Home > ରାଜନୀତି
ବିଜେପିକୁ ଶିବସେନାର ଚ୍ୟାଲେଞ୍ଜ, ସଂଖ୍ୟା ଅଛି ଯଦି ସରକାର କର
Khabar Odisha:National-politics-Maharashtra-Government-Sanjay-Raut-Dares-Bjp-To-Make-Government
ମୁମ୍ୱାଇ,ନଭେମ୍ବର୦୭(ଖବର ଓଡ଼ିଶା):

ବିଜେପି ସହ ଟଣାଓଟରା ଚରମରେ ପହଞ୍ଚିବା ପରେ ମଧ୍ୟ ଶିବସେନା ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜିଦରେ ଥିବା କଥା କହିଛି । ଦଳର ମୁଖପାତ୍ର ସଞ୍ଜୟ ରାୱତ କହିଛନ୍ତି, ଶିବସେନା ଏବେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦାବିରେ ଅଟଳ ରହିଛି । ରାଜ୍ୟପାଳଙ୍କୁ ଭେଟିବା ପରେ ବିଜେପି ନେତାଙ୍କ ସାମ୍ୱାଦିକ ସମ୍ମିଳନୀ ଉପରେ ରାଉତ କହିଛନ୍ତି ଯେ ବିଜେପି ଯଦି ସରକାର କରାପାରୁ ନାହିଁ ତେବେ ସ୍ପଷ୍ଟ ଯେ ତାହା ପଖରେ ବହୁମତ ନାହିଁ । ସେମାନେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚାହୁଁଛନ୍ତି । ଯଦି ସେମାନେ ସରକାର କରିପାରୁ ନାହାଁନ୍ତି ତେବେ କୁହନ୍ତୁ ଯେ ଆମ ପାଖରେ ବହୁମତ ନାହିଁ । ଯଦି ରାଜ୍ୟପାଳଙ୍କୁ ଭେଟି ଆସିଛନ୍ତି ତେବେ ତାଙ୍କୁ 145 ବିଧାୟକଙ୍କ ସୂଚୀ ହସ୍ତାନ୍ତର କରିବା ଦରକାର ଥିଲା । 

ରାଉତ କହିଛନ୍ତି ପାର୍ଟି ବିଧାୟକଙ୍କୁ କହିଛନ୍ତି ଯେ ଆମର ଦାବି ଏବେ ମଧ୍ୟ ସମାନ ରହିଛି । ଏହାହିଁ ନୁହେଁ ବିଜେପିକୁ ଚ୍ୟାଲେଞ୍ଜ ଦେଇ ସେ କହିଛନ୍ତି, ଆମ ସହ ବ୍ଲାକମେଲିଂ ଚଳିବନି । ରାଉତ କହିଛନ୍ତି ବିଜେପି ରଜ୍ୟପାଳଙ୍କ ପାଖକୁ ଯାଇଥିଲା ତେବେ ସରକାର ଗଠନ କରିବା ପାଇଁ ଦାବି କାହିଁକି ଉପସ୍ଥାନ କଲାନାହିଁ । ଠାକରେ ପରିବାରର ସବୁଠାରୁ ନିକଟତର କୁହାଯାଉଥିବା ରାଉତ କହିଛନ୍ତି ଆମେ ଏବେ ବି ମୁଖ୍ୟମନ୍ତ୍ରୀ ପଦର ଦାବି ଉପରେ ଅଟଳ ରହିଛୁ । ସରକାରରେ ଶିବସେନାର ମୁଖ୍ୟମନ୍ତ୍ରୀ ରହିବା ଦରକାର ।