Home > ରାଜନୀତି
ବିଜେପି ସହ ଆମର ମେଣ୍ଟ ସୁନିଶ୍ଚିତ- ଶିବସେନା ନେତା
Khabar Odisha:National-politics-Shivsena-Leader-Says-Our-Alliance-With-Bjp-Is-Decided
ନୂଆଦିଲ୍ଲୀ,ସେପ୍ଟେମ୍ବର 20 (ଖବର ଓଡ଼ିଶା):

ଶିବସେନା ଏବଂ ବିଜେପି ଆସନ୍ତା ମାସରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମିଶିକି ଲଢିବେ । ଶିବ ସେନାର ଏକ ବରିଷ୍ଠ ନେତା ଶୁକ୍ରବାର ଦିନ ଏହି ଘୋଷଣା କରିଛନ୍ତି । ଶିବସେନା ସଚିବ ଅନିଲ ଦେସାଇ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମେଣ୍ଟର ଘୋଷଣା ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସେପ୍ଟେମ୍ୱର 22 ତାରିଖରେ ମୁମ୍ୱାଇ ଯାତ୍ରା ସମୟରେ ଅବା ଏହା ପରେ କରି ପାରନ୍ତି ।  

ଦେସାଇଙ୍କ ଟିପ୍ପଣୀ ନିର୍ବାଚନ ପ୍ରସ୍ତୁତି ଉପରେ ଚର୍ଚ୍ଚା ପାଇଁ ଶିବସେନାର ବରିଷ୍ଠ ନେତାଙ୍କ ବୈଠକ ସମୟରେ ଆସିଛି । ଏହି ବୈଠକ ଶୁକ୍ରବାର ଦିନ ମୁମ୍ୱାଇରେ ହୋଇଛି । ଦେସାଇ ମିଡିଆରେ ଘୁରି ବୁଲିଥିବା ରିପୋର୍ଟକୁ ମଧ୍ୟ ଖାରଜ କରିଛନ୍ତି ଯେଉଁଥିରେ ପ୍ରଚାର ହେଉଥିଲା ଯେ ଶିବ ସେନା 126 ସିଟ ଏବଂ ବିଜେପି 162 ଆସନରେ ନିର୍ବାଚନ ଲଢିବ । ମହାରାଷ୍ଟ୍ର ବିଧାନସଭାରେ 288ଟି ଆସନ ରହିଛି । ଦେସାଇ ଆସନ ବୁଝାମୁଣାକୁ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆସନ ବୁଝାମୁଣା ପାଇଁ ଉଦ୍ଦବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମିଶି ନିଷ୍ପତ୍ତି ନେବେ । 

ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ଦିବାକର ରାଓତେ ନିକଟରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଯଦି ଶିବ ସେନାକୁ 50 ପ୍ରତିଶତ ଆସନ ନମିଳେ ତେବେ ମେଣ୍ଟ ଭାଙ୍ଗିଯିବ । ଏହାର କିଛି ଦିନ ପରେ ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ ବିଜେପି 50-50 ଫର୍ମୁଲାକୁ ସମ୍ମାନ କରିବା ଦରକାର ।