Home > ରାଜନୀତି
ଗାଙ୍ଗୁଲି କାହାର ! ବିଜେପିର ଚେହେରା ଚର୍ଚ୍ଚା ପରେ ମମତାଙ୍କ ବୟାନ, ଆମେ ସମ୍ପର୍କରେ ଅଛୁ
Khabar Odisha:National-politics-West-Bengal-Chief-Minister-Mamata-Banerjee-Says-I-Am-In-Regular-Touch-With-Saurav-Ganguly
ନୂଆଦିଲ୍ଲୀ,ଅକ୍ଟୋବର ୧୭ (ଖବର ଓଡିଶା) :

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏବଂ ନିକଟରେ ବିସିସିଆଇର ଅଧ୍ୟକ୍ଷ ହୋଇଥିବା ସୌରଭ ଗାଙ୍ଗୁଲିଙ୍କୁ ବଙ୍ଗଳାର “ନିଜର ପିଲା” ବୋଲି କହିଛନ୍ତି । ମମତାଙ୍କ ବୟାନ ଏପରି ସମୟରେ ଆସିଛି ଯେତେବେଳେ ସୌରଭ ଗାଙ୍ଗୁଲିଙ୍କ ରାଜନୀତିରେ ପାଦ ଥାପିବା ଉପରେ ଚର୍ଚ୍ଚା ଜୋର ଧରିଛି । ନିକଟରେ ସୌରଭ ଗାଙ୍ଗୁଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ, ଯାହାପରେ ଏହିପରି ଚର୍ଚ୍ଚା ଜୋର ଧରିଥିଲା ।  

ବୁଧବାର ଦିନ ମମତା ବୟାନ ଦେଇ କହିଥିଲେ ଯେ, “ସୌରଭ ଗାଙ୍ଗୁଲି ଆମର ନିଜର ପିଲା । ଆମେ ଦୁହେଁ ଦୁହିଁଙ୍କ ସମ୍ପର୍କରେ ଅଛୁ । ଗତକାଲି ମଧ୍ୟ ଆମେ ଦୁହେଁ ଦୁହିଁଙ୍କୁ ମେସଜ ପଠାଇଥିଲୁ । ଦୁର୍ଗାପୂଜା ପୂର୍ବରୁ ମଧ୍ୟ ସୌରଭ ମୋତେ ସାକ୍ଷାତ କରିଥିଲେ । ମୁଁ ପରେ ମଧ୍ୟ ତାଙ୍କ ସହ କଥା ହେବି” । 

ଏହା ପୂର୍ବରୁ ମଙ୍ଗଳବାର ଦିନ ଗାଙ୍ଗୁଲି ଅମିତ ଶାହଙ୍କ ସହ ନିକଟତର ହେବା ଖବରକୁ ଖାରଜ କରି କୋଲକାତାରେ କହିଥିଲେ ଯେ, ମୁଁ ଅମିତ ଶାହାଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ । ଏହି ସକ୍ଷାତକାରର ରାଜନୀତି ସହ କୌଣସି ସମ୍ପର୍କ ନାହିଁ । 

ଏହା ପୂର୍ବରୁ ଏପରି ଚର୍ଚ୍ଚା ଧରିଥିଲା ଯେ 10 ମାସ ବିସିସିଆଇର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବା ପରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିବେ ! ଯଦି ଚାଲିଥିବା ଚର୍ଚ୍ଚାକୁ ଗୁରୁତ୍ୱର ସହ ନେବା ତେବେ ପ୍ରିନ୍ସ ଅଫ କୋଲକାତା ନାଁରେ ପରିଚିତ ଥିବା ଗାଙ୍ଗୁଲି 2021ରେ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଚେହେରା ହେବା ପାଇଁ ରାଜି ହୋଇଛନ୍ତି । 

ଗାଙ୍ଗୁଲି କେବଳ 10 ମାସ ପାଇଁ ବିସିସିଆଇର ଅଧ୍ୟକ୍ଷ ହେବା ଉପରେ ଅନେକ ପ୍ରଶ୍ନ ଉଠୁଛି । ଅଧ୍ୟକ୍ଷ ହେବା ଗାଙ୍ଗୁଲିଙ୍କ ପାଇଁ ଲାଭରୁ ଅଧିକ କ୍ଷତିର ଡିଲ । ଅଧ୍ୟକ୍ଷ ହେବା ପରେ ଗାଙ୍ଗୁଲୀଙ୍କୁ କମେଣ୍ଟ୍ରୀ ଏବଂ ମିଡିଆ ଚୁକ୍ତିରୁ ମିଳୁଥିବା ପ୍ରାୟ 7 କୋଟି ଟଙ୍କାର କ୍ଷତି ହେବ । ବିସିସିଆ ଅଧ୍ୟକ୍ଷ ହେବା ପରେ ଏପରି କୌଣସି ଗତିବିଧିରେ ସାମିଲ ହୋଇ ପାରିବେ ନାହିଁ । ଏହାଛଡା ଟିମ ଇଣ୍ଡିଆର କୋଚ ହେବାର ସ୍ୱପ୍ନ ମଧ୍ୟ ସ୍ୱପ୍ନରେ ରହିବା ପରି ଦେଖାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଗାଙ୍ଗୁଲି ଅନେକ ସମୟରେ ଭାରତୀୟ ଟିମର କୋଚ ହେବା ପାଇଁ ଇଚ୍ଛା ପ୍ରକଟ କରିସାରିଛନ୍ତି । ଚର୍ଚ୍ଚା ଏପରି ହେଉଛି ଯେ ଗାଙ୍ଗୁଲି ଅଧ୍ୟକ୍ଷ ହେବା ପାଇଁ ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି କାରଣ ସେ ପଶ୍ଚିମବଙ୍ଗରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେବାର ଅଫର ସ୍ୱିକାର କରିବେ । ଯେଉଁ ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ ହେବ ସେପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସିଥିବ । 

 ପଶ୍ଚିମବଙ୍ଗରେ 2021ରେ  ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏପରି ସ୍ଥିତିରେ କୁହାଯାଉଛି ଯେ ନିର୍ବାଚନରେ ଗାଙ୍ଗୁଲି ବିଜେପିର ଚେହେରା ହୋଇପାରନ୍ତି । ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗରେ କିଛି ବର୍ଷ ପୂର୍ବେ ବିଜେପିର କୌଣସି ପ୍ରତିନିଧି ନଥିଲେ ।