Home > ରାଜନୀତି
ସରକାର ଗଢିବା ପାଇଁ ବାଲ ଠାକରେଙ୍କ ଫର୍ମୁଲା ଦେଲା ବିଜେପି
Khabar Odisha:National-politics-mahrastra-govermnet-formula-1995-bal-thackeray-pramod-mahajan-bjp-shiv-sena-allaince-udhav-thackeray
ନୂଆଦିଲ୍ଲୀ,ନଭେମ୍ବର ୦୪ (ଖବର ଓଡିଶା) :

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ରାଜନୈତିକ ତିକ୍ତତା ଜାରି ରହିଛି । ଏହାରି ମଧ୍ୟରେ ବିଜେପି ନେତା ଏବଂ କେନ୍ଦ୍ରୀୟ ମନ୍ତ୍ରୀ ରାଓସାହେବ ଦାନୱେ ସରକାର ଗଠନ ପାଇଁ ବାଲାସାହେବଙ୍କ 1995 ମସିହାର ଫର୍ମୁଲା କଥା ଉଠାଇଛନ୍ତି । ଏହା ଅନୁସାରେ ଅଧିକ ଆସନ ପାଇଥିବା ଦଳର ମୁଖ୍ୟମନ୍ତ୍ରୀ ଏବଂ କମ ଆସନ ପାଇଥିବା ଦଳକୁ ଉପ-ମୁଖ୍ୟମନ୍ତ୍ରୀ ହୋଇଥିଲା । ଏପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଶିବସେନା ଅଢେଇ-ଅଢେଇ ବର୍ଷର ଫର୍ମୁଲାକୁ ଛାଡି, କ’ଣ 24 ବର୍ଷ ତଳର ପୁରୁଣା ଫର୍ମୁଲାକୁ ସ୍ୱିକାର କରିବ ?

କ’ଣ ଥିଲା 1995ର ଫର୍ମୁଲା ?

ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ପ୍ରଥମ ଥର ପାଇଁ 1990 ମସିହାରେ ଅନୁଷ୍ଠାନିକ ଭାବେ ମେଣ୍ଟ କରି ନିର୍ବାଚନ ଲଢିଥିଲେ । ଏହାପରେ ଦ୍ୱୀତିୟ ଥର 1995ରେ ବିଜେପି-ଶିବସେନା ମିଳିତଭାରେ ନିର୍ବାଚନ ଲଢିଥିଲେ । ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟର ଶିଳ୍ପୀକାର କୁହାଯାଉଥିବା ବିଜେପି ନେତା ପ୍ରମୋଦ ମହାଜନ ଏବଂ ଶିବସେନା ପ୍ରମୁଖ ବାଲାସାହେବ ଠାକରେଙ୍କ ମଧ୍ୟରେ ଏହା ନିଷ୍ପତ୍ତି ହୋଇଥିଲା ଯେ ବିଜେପି କେନ୍ଦ୍ରର ରାଜନୀତି କରିବ ଏବଂ ଶିବସେନା ରାଜ୍ୟର ଶାସନରେ ରହିବ । 

ଅଧିକ ଆସନ ଜିତିଥିବା ଦଳର ମୁଖ୍ୟମନ୍ତ୍ରୀ

ଏହାସହ ଏହା ମଧ୍ୟ ନିର୍ଣ୍ଣୟ ହୋଇଥିଲା ଯେ ମହାରାଷ୍ଟ୍ରରେ ଯାହାକୁ ଅଧିକ ଆସନ ମିଳିବ, ତାହାର ମୁଖ୍ୟମନ୍ତ୍ରୀ ହେବ ଏବଂ ଯାହାର କମ ଆସନ ରହିବ ତାହାର ଉପ-ମୁଖ୍ୟମନ୍ତ୍ରୀ ରହିବ । ଶିବସେନା 169 ଆସନରେ ନିର୍ବାଚନ ଲଢି 73ଟି ଆସନ ଏବଂ ବିଜେପି 116 ଟି ଆସନରେ ଲଢି 65ଟି ଆସନରେ ବିଜୟ ହାସଲ କରିବାରେ ସଫଳ ହୋଇଥିଲା । ଏପରି ଭାବେ ମେଣ୍ଟର ସର୍ତ୍ତ ଅନୁସାରେ ଶିବସେନାକୁ ମୁଖ୍ୟମନ୍ତ୍ରୀ ଏବଂ ବିଜେପିକୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା । ଏହାସହ ବିଜେପିକୁ ଗୃହ, ରାଜସ୍ୱ ଏବଂ ପିଡବ୍ଲୁଡି ପରି ପ୍ରମୁଖ ମନ୍ତ୍ରାଳୟ ବିଜେପିକୁ ମିଳିଥିଲା । ଏହିପରି ବିଜେପି ଏବଂ ଶିବସେନା ମିଶି ପାଞ୍ଚ ବର୍ଷ ସରକାର ଚଲାଇଥିଲେ । 

ଚଳିତଥର ବିଧାନସଭା ନିର୍ବାଚନରେ ବିଜେପିକୁ 105 ଏବଂ ଶିବସେନାକୁ 56 ଆସନ ମିଳିଥିଲା । ଶିବସେନା ଚାରି ଜଣ ନିର୍ଦଳୀୟ ବିଧାୟକଙ୍କ ସମର୍ଥନର ଦାବି କରୁଛି, ସେହିପରି ବିଜେପି 15 ଜଣ ନିର୍ଦଳୀୟ ବିଧାୟକଙ୍କ ସମର୍ଥନ ଥିବା ଦମ ଦେଖାଉଛି । ମହାରାଷ୍ଟ୍ରରେ 50-50 ଫର୍ମୁଲା ସହ ଅଢେଇ ବର୍ଷର ମୁଖ୍ୟମନ୍ତ୍ରୀ ପଦ ଦାବି କରୁଥିବା ଶିବସେନା 1995ର ଫର୍ମୁଲା ଉପରେ ରାଜି ହେବ କି ନାହିଁ ତାହା ମଧ୍ୟ ଦେଖିବାକୁ ରହିଛି ।