Home > ରାଜନୀତି
ତାଳି ଥାଳି ଶବ୍ଦରେ କମ୍ପିଲା ସମଗ୍ର ଭାରତ, ଥାଳି ବଜାଇ ନବୀନ ଦେଲେ ସମର୍ଥନ
Khabar Odisha:Naveen-patnaik-support-janata-curfew
ଭୁବନେଶ୍ୱର, ମାର୍ଚ୍ଚ ୨୨ (ଖବର ଓଡ଼ିଶା):

ତାଳି ଥାଳି ଶବ୍ଦରେ କମ୍ପିଲା ସମଗ୍ର ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଆଜି ସମଗ୍ର ଭାରତ ପାଳିଛି ଜନତା କର୍ଫ୍ୟୁ । ନେତାଙ୍କ ଠାରୁ ସାଧାରଣ ଜନତା ଓ ପ୍ରଶାସନିକ ଅଧିକାରୀ ମାନେ ମଧ୍ଯ ତାଳି ଓ ଥାଳି ବଜାଇ କରୋନା ଭାଇରସରେ ଆମ ପାଇଁ ଲଢେଇ କରୁଥିବା ଆମ ଦେଶର ହିରୋ ମାନଙ୍କ ମନୋବଳକୁ ଉତ୍ସାହିତ କରିଛନ୍ତି । 

ଏହି କ୍ରମରେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମଧ୍ୟ ଥାଳି ବଜାଇ ଏହାକୁ ସମର୍ଥନ ପ୍ରଦାନ କରିବା ସହ କରୋନା ଭାଇରସ ବିରୁଦ୍ଦରେ ଲଢେଇ କରୁଥିବା ହିରୋ ମାନଙ୍କୁ ମଧ୍ୟ ଉତ୍ସାହିତ କରିଛନ୍ତି ।

  • Tags: