Home > ରାଜନୀତି
ସଭାପତି ପଦରୁ ଇସ୍ତଫା ଦେଇ ସାରିଛି, ନିଷ୍ପତ୍ତି ନେଉ ନାହିଁ ଏଆଇସିସି: ନିରଞ୍ଜନ
Khabar Odisha:Niranjan-Patnaik-has-already-resigned-from-his-position
ଭୁବନେଶ୍ୱର, ଅଗଷ୍ଟ ୧୨ (ଖବର ଓଡ଼ିଶା):

ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ମଙ୍ଗ ଧରିଥିବା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେଇଦେଲେ । ଶେଷରେ ପୁଣି ଥରେ ୟୁପିଏ ଅଧକ୍ଷ୍ୟା ସୋନିଆ ଗାନ୍ଧୀ ଦଳର ଦାୟିତ୍ୱ ନେଇଛନ୍ତି । ନିର୍ବାଚନ ପରେ କେବଳ ଜାତୀୟ ସଭାପତି ନୁହେଁ ବରଂ ବହୁ ରାଜ୍ୟ ନେତୃତ୍ୱ ବର୍ଗ ମଧ୍ୟ ଇସ୍ତଫା ଦେଇଛନ୍ତି । ଯାହା ଉପରେ ଏ ଯାଏଁ ଦଳ କୌଣସି ନିଷ୍ପତ୍ତି ନେଇ ନାହିଁ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିବା କହିଛନ୍ତି । କିନ୍ତୁ ତାଙ୍କ ଇସ୍ତଫା ଗୃହୀତ ହୋଇ ନାହିଁ ବୋଲି ସେ କହିଛନ୍ତି ।

ନିରଞ୍ଜନ କହିଛନ୍ତି ଯେ ସେ ନିର୍ବାଚନ ପରଠାରୁ ଇସ୍ତଫା ପତ୍ର ଏଆଇସିସି ନିକଟକୁ ପଠାଛନ୍ତି । କିନ୍ତୁ ତାହା ଗୃହୀତ ହୋଇ ନାହିଁ । ଏଥିପାଇଁ ତିନି ତିନି ଥର ଦିଲ୍ଲୀ ମଧ୍ୟ ଯାଇଛନ୍ତି । ଏଆଇସିସି ଅଧ୍ୟକ୍ଷ ପାଇଁ ଦ୍ୱନ୍ଦ ଲାଗି ରହିଥିବାରୁ ତାଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନିଆଯାଇ ନାହିଁ । ଗତକାଲି ସେ ଦିଲ୍ଲୀରେ ତୁରନ୍ତ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିବାକୁ କହିଛନ୍ତି ।

 

ସେହିପରି ଧାରା ୩୭୦ ଉଚ୍ଛେଦ ଉପରେ ମଧ୍ୟ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଏହାର ପ୍ରାବଧାନ ଆଗରୁ ଥିଲା । ଏହା ସଠିକ୍‌ ଢଙ୍ଗରେ ହୋଇ ନାହିଁ । ଯେଉଁଭଳି ଭାବରେ ବିଜେପି ସୁଅ ମୁହଁକୁ ଠେଲିବା ଭଳି ଠେଲି ଦେଲା ତାହା ଠିକ୍‌ ନୁହେଁ । କେବଳ ଗାନ୍ଧୀ ଓ ନେହେରୁ ପରିବାରକୁ ବଦନାମ କରି ବିଜେପି ନିଜର ସ୍ଥିତି ଜାହିର କରିବାକୁ ଚାହୁଁଛି । 

  • Tags: