Home > ରାଜନୀତି
କରୋନା ଭୟ, ଲୋକସଭା ଭବନ କନଭେସନ ହଲରେ ବସିବ ବିଧାନସଭାର ବ୍ୟୟ ମଞ୍ଜୁରୀ ବିଲ ଅଧିବେଶନ
Khabar Odisha:Odisha-speaker-Surya-narayan-patro-briefing-media-for-upcoming-Assembly-sesion
ଭୁବନେଶ୍ୱର, ମାର୍ଚ୍ଚ ୨୭ (ଖବର ଓଡ଼ିଶା):

କରୋନା ଭୟ ଲୋକସଭା ଭବନ ପରିସରରେ ଥିବା କନଭେସନ ହଲରେ ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ଏ ନେଇ ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ବିଧାନସଭା କାର୍ଯ୍ୟସୂଚି ମାର୍ଚ୍ଚ 31 ପରିବର୍ତେ 30ରେ ବ୍ୟୟ ମଞ୍ଜୁରୀ ବିଲ ଆସିଥାନ୍ତା । ହେଲେ ଗତକାଲି ରାତିରେ ଆମେ ଜାଣିବାକୁ ପାଇଲୁ ଯେ ଗତ କାଲି ରାତିରେ ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ଆକ୍ରାନ୍ତ ରୋଗୀ ସଂସ୍ପର୍ଶରେ ଆମ ବିଧାନସଭାର ଜଣେ କର୍ମଚାରୀ ଆସିଛି । ତେଣୁ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ କରିବା ସହ ବିଧାନସଭା ବିଲ୍ଡିଂକୁ disinfection କରିବା ଆବଶ୍ୟକ ।

ତେଣୁ ମୁଁ ଆଜି ନିର୍ଦେଶ ଦେଇଛି, ଲୋକସେବା ଭବନ କନଭେସନ ହଲରେ ବିଧାନସଭା ବସିବ । ଯେହେତୁ ବିଧାୟକମାନେ ଦୁଇ ମିଟର ଦୂରରେ ବସିବେ, ମୁଁ ଅନୁରୋଧ କରୁଛି ସବୁ ଦଳର ନେତାଙ୍କୁ ନିଜ ଦଳର 30 ପ୍ରତିଶତ ବିଧାୟକଙ୍କୁ ନେଇକି ଆସିବେ। ସମସ୍ତ ଜିଲ୍ଲାପାଳ ଓ SPଙ୍କୁ ଜଣେଇ ଦେଇଛୁ ବିଧାୟକମାନଙ୍କୁ ବାଟରେ ନ ଅଟକାଇବା ପାଇଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

  • Tags: