Home > ରାଜନୀତି
ସେପ୍ଟେମ୍ବର ୭ ରାତିର ୧୦୦ ସେକେଣ୍ଡ ସାରା ଦେଶକୁ ଯୋଡ଼ି ଦେଲା: ପ୍ରଧାନମନ୍ତ୍ରୀ
Khabar Odisha:PM-Narendra-Modi-says-In-those-100-second-of-Sept-7-tied-the-country-together
ହରିୟାଣା, ସେପ୍ଟେମ୍ବର ୮ (ଖବର ଓଡ଼ିଶା):

ସେପ୍ଟେମ୍ବର ୭ ବିଳମ୍ବିତ ରାତି ୧ ଟା ୫୦ ମିନିଟ୍‌ରେ ୧୦୦ ସେକେଣ୍ଡ ସମ୍ପୂର୍ଣ୍ଣ ଦେଶକୁ ଜାଗୃତ କରାଇ ଦେଇଥିଲା । ସେହି ୧୦୦ ସେକେଣ୍ଡ ଦେଶକୁ ଯୋଡ଼ି ଦେଲା । ଏବେ ହିନ୍ଦୁସ୍ତାନରେ ଇସ୍ରୋ ସ୍ପିରିଟ୍‌ ଚାଲୁଛି ବୋଲି ହରିୟାଣା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଜନତାଙ୍କୁ ସମ୍ବୋଧନ ବେଳେ କହିଛନ୍ତି ।

ହରିୟାଣାରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମନୋହର ଲାଲଙ୍କ ପାଇଁ ଆଜି ନରେନ୍ଦ୍ର ମୋଦୀ ପ୍ରଚାର କରିଛନ୍ତି । ରୋହତକରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ଜନତାଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ଚନ୍ଦ୍ରାଯାନ-୨ ଅଭିଯାନକୁ ଦୋହରାଇଛନ୍ତି । ସେପ୍ଟେମ୍ବର ୭ ବିଳମ୍ବିତ ରାତି ୧ ଟା ୫୦ ମିନିଟ୍‌ରେ ସମ୍ପୂର୍ଣ୍ଣ ଦେଶ ଟିଭିକୁ ଚାହିଁ ବସିଥିଲେ । ଗୋଟାଏ ୫୦ ମିନିଟ୍‌ ଏବଂ ୧୦୦ ସେକେଣ୍ଡ ପରେ ମୁଁ ଆଉ ଏକ ସାକ୍ଷାତକାର ଦେଖିଲି । ଗୋଟିଏ ଘଟଣା ମାତ୍ର ୧୦୦ ସେକେଣ୍ଡ ସମ୍ପୂର୍ଣ୍ଣ ଦେଶ ଉଠିଗଲା । ସେହି ୧୦୦ ସେକେଣ୍ଡ ଦେଶକୁ ଯୋଡ଼ି ଦେଲା । ଏବେ ହିନ୍ଦୁସ୍ତାନରେ ଇସ୍ରୋ ସ୍ପିରିଟ୍‌ ଚାଲୁଛି । ବର୍ତ୍ତମାନ ଦେଶରେ ନକରାତ୍ମକର କୌଣସି ସ୍ଥାନ ନାହିଁ । ଦେଶ ପରୁଷାର୍ଥ ଓ ପରାକ୍ରମର ପୂଜା କରୁଛି । ଏହା ହିନ୍ଦୁସ୍ତାନର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବହୁତ ବଡ଼ ପୁଞ୍ଜି ଅଟେ । ଯେଉଁ ଲୋକ ନିରାଶାରୁ ବିଜୟ ପାଆନ୍ତି । ସଂକଳ୍ପ ଏବଂ ଆଶାର ଶକ୍ତି କଣ ଅଟେ, ସେହି ୧୦୦ ସେକେଣ୍ଡରେ ଅଟକରୁ କଟକ ଏବଂ କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଦେଖାଇ ଦେଲା ବୋଲି ମୋଦୀ କହିଛନ୍ତି । 

ଏହି ଅବସରରେ ପ୍ରଧାନମନ୍ତ୍ରୀ ମନୋହର ଲାଲଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍‌ ଦେବାକୁ ଜନତାଙ୍କୁ ଆହ୍ୱାନ କରିଛନ୍ତି । ଏହା ସହିତ ଲୋକସଭାରେ ହରିୟାଣାର ୧୦ ଟି ୧୦ ଆସନରେ ବିଜେପିକୁ ବିଜୟୀ କରିଥିବାରୁ ସେ ମତଦାତାଙ୍କୁ ଧନ୍ୟବାଦ ଦେଇଛନ୍ତି । 

  • Tags: