Home > ରାଜନୀତି
ପିଡିପିର ୧୦ ଜଣିଆ ସଦସ୍ୟ ଦଳୀୟ ମୁଖ୍ୟ ମେହେବୁବା ମୁଫତିଙ୍କୁ ଭେଟିବେ ଆଜି
Khabar Odisha:Politics-10-member-PDP-delegation-defers-Monday-meeting-with-party-chief-Mehbooba-Mufti

ଶ୍ରୀନଗର, ଅକ୍ଟୋବର ୦୭ (ଖବର ଓଡ଼ିଶା): ପିପୁଲ୍ସ ଡେମୋକ୍ରାଟ୍ସ ପାର୍ଟି (ପିଡିପି)ର ୧୦ ଜଣିଆ ସଦସ୍ୟ ସୋମବାର ଦଳୀୟ ମୁଖ୍ୟ ମେହେବୁବା ମୁଫତିଙ୍କୁ ଭେଟିବେ । ମେହେବୁବା ମୁଫତିଙ୍କ ଝିଅ ଯିଏ କି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ଆକାଉଣ୍ଟକୁ ଦେଖନ୍ତି, ସେ ଏବାଦରେ ସ୍ପଷ୍ଟ କରିଛନ୍ତି । ମୁଫତି ଶ୍ରୀନରସ୍ଥିତ ହରି ନଗରରେ ପ୍ୟାଲେସ ଅତିଥି ଭବନରେ ଗତ ଅଗଷ୍ଟ ୪ରୁ ଅଟକ ଅଛନ୍ତି । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ମୁଫତିଙ୍କୁ ପୋଲିସ ନିଜ ହେପାଜତକୁ ଆଣିଥିଲା । ପୂର୍ବରୁ ଏହି ସାକ୍ଷାତକାର ନେଇ ପୂର୍ବତନ ପିଡିପି ବିଧାୟକ ଓ ମୁଖପାତ୍ର ଫିରଦେସ ଟକ କହିଥିଲେ ଦଳୀୟ ମୁଖ୍ୟ ମେହବୁବା ମୁଫତିଙ୍କୁ ଏକ ଟିମ ସାକ୍ଷାତ କରିବ । ଟିମରେ ଦଳର ଆଞ୍ଚଳିକ ସଭାପତି ଦେବେନ୍ଦ୍ର ସିଂହ ରାଣା ଓ ଅନ୍ୟ ବରିଷ୍ଠ ନେତା ସାମିଲ ରହିବେ । 

ସୂଚନାଯୋଗ୍ୟ ନ୍ୟାସନାଲ କନଫ୍ରେନ୍ସର ୧୫ ଜଣିଆ ସଦସ୍ୟ ଶିଷ୍ଠମଣ୍ଡଳ ଜମ୍ମୁ ରାଜ୍ୟ ଅଧ୍ୟକ୍ଷ ଦେବେନ୍ଦ୍ର ସିଂହ ରାଣାଙ୍କ ନେତୃତ୍ୱରେ ଗୃହବନ୍ଦୀ ପିତା-ପୁତ୍ର ଫାରୁଖ ଅବଦୁଲ୍ଲା ଓ ଉମର ଅବଦୁଲ୍ଲାଙ୍କୁ ଭେଟିଥିଲେ । ୮୧ ବର୍ଷିଅ ଫାରୁକ ଅବଦୁଲ୍ଲା ଶ୍ରୀନଗରସ୍ଥିତ ନିଜର ନିବାସରେ ଗୃହବନ୍ଦୀ ଅଛନ୍ତି । ଉମର ଅବଦୁଲ୍ଲାଙ୍କୁ ରାଜ୍ୟ ଅତିଥି ଭବନରେ ରଖାଯାଇଛି ।  

  • Tags: