Home > ରାଜନୀତି
ଜୟପୁରରେ ଗୁଜରାଟର ୧୪ କଂଗ୍ରେସ ବିଧାୟକ, ରାଜସ୍ଥାନ ଆସିବା କାରଣ କହିଲେ ପଟେଲ
Khabar Odisha:Politics-14-Gujarat-congress-MLAs-reached-Jaipur-MLA-Himmatsinh-Patel-reveals-strategy

ଜୟପୁର, ମାର୍ଚ୍ଚ ୧୫ (ଖବର ଓଡ଼ିଶା): ମଧ୍ୟପ୍ରଦେଶରେ ଦେଖାଯାଇଥିବା ରାଜନୈତିକ ସଂକଟ ପରେ ଏବେ ଗୁଜୁରାଟ କଂଗ୍ରେସ ବିଧାୟକମାନେ ଜୟପୁରରେ ପହଞ୍ଚିଛନ୍ତି । ଅହମଦାବାଦରୁ ୧୪ ଜଣ ବିଧାୟକ ଶନିବାର ରାତି ବିମାନରେ ଜୟପୁର ପହଞ୍ଚିଛନ୍ତି । ବିମାନ ବନ୍ଦରରୁ ବିଧାୟକମାନେ ଶିବ ବିଳାଶ ହୋଟେଲ ପହଞ୍ଚି ରାତ୍ରୀଯାପନ କରିଛନ୍ତି । ରାଜ୍ୟସଭା ନିର୍ବାଚନରେ ବିଭ୍ରାଟ ସୃଷ୍ଟି କରିବା ପାଇଁ ବିଧାୟକମାନଙ୍କୁ ଜୟପୁର ଓ ଉଦୟପୁର ଅଣାଯାଇଥିବା ଚର୍ଚ୍ଚା ହେଉଛି । 

କଂଗ୍ରେସକୁ ଗୁଜୁରାଟରେ କ୍ରସ ଭୋଟିଂ ବିପଦ ରହିଛି । ଏଥି ପାଇଁ ଗୁଜୁରାଟ କଂଗ୍ରେସର ବିଧାୟକଙ୍କୁ ନଜରବନ୍ଦୀ କରାଯାଉଛି । ମୁଖ୍ୟ ସଚେତକ ମହେଶ ଯୋଶୀ ସମସ୍ତ ୧୪ ଜଣ ବିଧାୟକଙ୍କୁ ନେବା ପାଇଁ ବିମାନବନ୍ଦର ଆସିଥିଲେ । ଗଣମାଧ୍ୟମର ପ୍ରତିନିଧିମାନେ ଗୁଜରାଟର କଂଗ୍ରେସ ବିଧାୟକ ହିମ୍ମତ ସିଂହ ପଟେଲଙ୍କୁ ଜୟପୁର ଆସିବାର କାରଣ ପଚାରିଥିଲେ, ସେ ଉତ୍ତରରେ କହିଥିଲେ, ସବୁ କିଛି ଠିକଠାକ ଚାଲିଛି । ସବୁ ଦଳର ନିଜସ୍ୱ ରଣନୀତି ଥାଏ । ଏଠାକୁ ଆସିବା ମଧ୍ୟ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । 

ରାଜସ୍ଥାନରେ କଂଗ୍ରେସର ଅଶୋକ ଗହଲୋତ ସରକାରଙ୍କୁ ହାଇକମାଣ ସବୁଠାରୁ ଅଧିକ ସୁରକ୍ଷିତ ବୋଲି କହିଛନ୍ତି । ରାଜସ୍ଥାନ ବର୍ତ୍ତମାନ ମଧ୍ୟପ୍ରଦେଶ ଓ ଗୁଜୁରାଟ କଂଗ୍ରେସ ପାଇଁ ଟ୍ରାଭେଲ ସୁଟର ଭୂମିକା ନେଇଛି । ଏହା ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ବିଧାୟକମନେ ଜୟପୁରର ଏକ ହୋଟେଲରେ ଏକତ୍ର ହୋଇଥିଲେ । 

 

  • Tags: